ଚାଇନାରେ କରୋନା ସୁନାମୀ: ଗୋଟିଏ ଦିନରେ ୨୦ହଜାରରୁ ଅଧିକ ଓମିକ୍ରନ୍ ସଂକ୍ରମିତ

ବେଜିଂ,୩୦ ।୪: କରୋନା ମହାମାରୀ ପୁଣିଥରେ ଚାଇନାର ଚିନ୍ତାକୁ ବଢାଇ ଦେଇଛି । ଚାଇନାର ଜଣେ ବରିଷ୍ଠ ସରକାରୀ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏବେ ଚାଇନାରେ ଓମିକ୍ରନର ସୁନାମୀ ଦେଖାଦେଇଛି । ଶୁକ୍ରବାର ଦେଶରେ ୨୦ ହଜାରରୁ ଅଧିକ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରଯାଇଛି । ଚାଇନାର ସବୁଠାରୁ ବଡ ସହର ସାଂଘାଇରେ ୩ ସପ୍ତାହରୁ ଅଧିକ ସମୟ ହେବ ଲକଡାଉନ ଜାରି ରହିଛି । ଏହାସହ ଏଠାରେ ହାଇ ରିସ୍କ ଏରିଆ ବଢିବାରେ ଲାଗିଥିବା ବେଳେ ରାଜଧାନୀ ବେଜିଂରେ ୨୧ ମିଲିୟନରୁ ଅଧିକ ଲୋକ ତୃତୀୟ ନ୍ୟୁକ୍ଲିକ ଏସିଡ ଟେଷ୍ଟ କରିଛନ୍ତି । ବେଜିଂରେ ସମସ୍ତ ନାଗରିକଙ୍କ ପାଇଁ ସାର୍ବଜନିକ ସ୍ଥାନରେ ପ୍ରବେଶ କରିବା ପାଇଁ ୪୮ ଘଣ୍ଟା ଭିତରେ କରାଯାଇଥିବା ଏକ ନେଗେଟିଭ କୋଭିଡ ଟେଷ୍ଟ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି ।

Share