ରେକର୍ଡ ଭାଙ୍ଗିଲା କରୋନା

ନୂଆଦିଲ୍ଲୀ, ୯।୮: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି। ରବିବାର ଏହା ପୂର୍ବର ସମସ୍ତ ରେକର୍ଡ ଭାଙ୍ଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୬୪ ହଜାର ୩୯୯ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ଏହି ସମୟ ମଧ୍ୟରେ ୮୬୧ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧ ଲକ୍ଷ ୫୩ ହଜାର ୧୧ରେ ପହଞ୍ଚିଛି। ସେହିପରି ମୃତକଙ୍କ ସଂଖ୍ୟା ୪୩ ହଜାର ୩୭୯ ଛୁଇଁଛି। ରବିବାର ସୁଦ୍ଧା ୧୪ ଲକ୍ଷ ୮୦ ହଜାର ୮୮୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୬ ଲକ୍ଷ ୨୮ ହଜାର ୭୪୭ ଜଣ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଥିବା ସ୍ବାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଅଗଷ୍ଟ ୫ ସୁଦ୍ଧା ଦେଶରେ ୨ କୋଟି ୨୧ ଲକ୍ଷ ୪୯ ହଜାର ୩୫୧ ଜଣଙ୍କ ନମୁନା ପରୀକ୍ଷା କରାଯାଇଛି। ବୁଧବାର ଗୋଟିଏ ଦିନରେ ୬ ଲକ୍ଷ ୬୪ ହଜାର ୯୪୯ ଜଣଙ୍କ ନମୁନା ପରୀକ୍ଷା କରାଯାଇଛି।

Share