ସ୍କୁଲରେ କରୋନା ବିସ୍ଫୋରଣ, ୧୬ ଛାତ୍ର ଆକ୍ରାନ୍ତ…

ମୁମ୍ବାଇ, ୧୮।୧୨: ମହାରାଷ୍ଟ୍ରର ନଭି ମୁମ୍ବାଇରେ ଏକ ସ୍କୁଲରେ କରୋନା ବିସ୍ଫୋରଣ ହୋଇଛି। ସ୍କୁଲର ୧୬ ଜଣ ଛାତ୍ର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ନଭି ମୁମ୍ବାଇ ନଗର ନିଗମ ପକ୍ଷରୁ କୁହାଯାଇଛି ଯେ, ଆକ୍ରାନ୍ତ ହୋଇଥିବା ଛାତ୍ରମାନଙ୍କ ମଧ୍ୟରେ ଅଷ୍ଟମରୁ ଏକାଦଶ ପର୍ଯ୍ୟନ୍ତ ଛାତ୍ର ରହିଛନ୍ତି। ଜଣେ ଛାତ୍ରଙ୍କ ପିତା କିଛି ଦିନ ତଳେ କତାରରୁ ଫେରିଥିବା ଜଣାପଡ଼ିଛି।

ସମ୍ପୃକ୍ତ ବ୍ୟକ୍ତିଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ନେଗେଟିଭ୍‌ ଆସିଥିଲା। ତାଙ୍କ ପରିବାର ସଦସ୍ୟଙ୍କର ରିପୋର୍ଟ ମଧ୍ୟ ନେଗେଟିଭ୍‌ ଆସିଥିଲା। ତେବେ ସ୍କୁଲରେ ଏକାଦଶ ଶ୍ରେଣୀରେ ପଢୁଥିବା ତାଙ୍କର ପୁଅଙ୍କ ନମୁନା ରିପୋର୍ଟ କରୋନା ପଜିଟିଭ୍‌ ଆସିଥିବା ନଗର ନିଗମ ପକ୍ଷରୁ କୁହାଯାଇଛି। ଏହାକୁ ନେଇ ପ୍ରଶାସନର ଚିନ୍ତା ବଢ଼ିବାରେ ଲାଗିଛି।

Share