ଭାଜପା କାର୍ଯ୍ୟାଳୟରେ କରୋନା ବିସ୍ଫୋରଣ…

ନୂଆଦିଲ୍ଲୀ, ୧୨।୧ : ଦିଲ୍ଲୀ ସ୍ଥିତ ଭାଜପା ମୁଖ୍ୟ କାର୍ଯ୍ୟାଳୟରେ କରୋନା ବିସ୍ଫୋରଣ ଘଟିଛି। ଏଠାରେ ୫୦ ଜଣ କର୍ମଚାରୀଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ସେମାନଙ୍କ ମଧ୍ୟରେ ଭାଜପା ମିଡ଼ିଆ ଉପମୁଖ୍ୟ ସଞ୍ଜୟ ମୟୁଖ ମଧ୍ୟ ରହିଛନ୍ତି। ଏହା ସହିତ ସୁରକ୍ଷାକର୍ମୀ ଏବଂ ବିଭିଜି କର୍ମଚାରୀ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ବୁଧବାର କାର୍ଯ୍ୟାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ମଙ୍ଗଳବାର କାର୍ଯ୍ୟାଳୟରେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହାପରେ କର୍ମଚାରୀମାନଙ୍କ ନମୁନା ପରୀକ୍ଷା କରାଯାଇଥିଲା।

ସୁରକ୍ଷା ଦୃଷ୍ଟିରୁ କାର୍ଯ୍ୟାଳୟ ପରିସରକୁ ସାନିଟାଇଜ୍‌ କରାଯାଇଛି। ଏହା ସହିତ ନିମୟିତ ଭାବେ କରୋନା ପରୀକ୍ଷା କରାଯିବା ଲାଗି ନିଷ୍ପତ୍ତି ଗ୍ରହଣ କରାଯାଇଛି। କେବଳ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଥିବା ସଦସ୍ୟଙ୍କୁ କାର୍ଯ୍ୟାଳୟରେ ପ୍ରବେଶ ଅନୁମତି ମିଳିବ ବୋଲି ନିର୍ଦ୍ଦେଶ ଜାରି ହୋଇଛି।

Share