Posted inଫୁରସତ

କାଳ ସାଜିଲା କରୋନା: ଗୋଟିଏ ଭୁଲ୍‌ ଯୋଗୁ ମା’ଙ୍କ ସହ ୫ ପୁଅଙ୍କ ମୃତ୍ୟୁ; ଏଭଳି ବ୍ୟାପିଲା ସଂକ୍ରମଣ

କାଳ ହୋଇଛି ମହାମାରୀ କରୋନା। ଝାଡଖଣ୍ଡର ଗୋଟିଏ ପରିବାରର ହସଖୁସି ଛଡ଼ାଇ ନେଇଛି ଏହି ମହାମାରୀ। ଏଥିରେ ସଂକ୍ରମିତ ହେବା ପରେ ପରିବାରର ୬ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମା’ଙ୍କ ସହ ୫ପୁଅଙ୍କ ମୃତ୍ୟୁ ଘଟିଛି। ଏପରିକି ତାଙ୍କ ୬ଷ୍ଠ ପୁଅଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ଘଟଣାଟି ରାଜ୍ୟର ଧନବାଦ୍‌ର କତରାସ ଅଞ୍ଚଳର। ଜୁଲାଇ ୪ ତାରିଖରେ ପ୍ରଥମେ ୮୮ ବର୍ଷୀୟା ବୃଦ୍ଧା ମା’ଙ୍କ ଏକ ଘରୋଇ ହସ୍ପିଟାଲ୍‌ରେ ମୃତ୍ୟୁ ଘଟିଥିଲା। ଯାଞ୍ଚ ସମୟରେ ସେ କରୋନା ପଜିଟିଭ୍‌ ଥିବା ଜଣାପଡ଼ିଥିଲା। ଏହାପରେ ତାଙ୍କର ଜଣେ ପୁଅଙ୍କ ମୃତ୍ୟୁ ରାଞ୍ଚିର ରିମ୍ସରେ ହୋଇଥିଲେ। ପୁଣି ଏହାର କିଛି ଦିନ ପରେ ଦ୍ୱିତୀୟ ପୁଅଙ୍କ କରୋନାରେ ସଂକ୍ରମିତ ହୋଇ କେନ୍ଦ୍ରୀୟ ହସ୍ପିଟାଲରେ ମୃତ୍ୟୁ ଘଟିଥିଲା।

ବୃଦ୍ଧାଜଣଙ୍କ ଜୁନ୍‌ ୨୭ତାରିଖରେ ଆୟୋଜିତ ହୋଇଥିବା ନାତୁଣୀଙ୍କ ବିବାହରେ ଯୋଗ ଦେବାକୁ ଦିଲ୍ଲୀ ଯାଇଥିଲେ। ସେଠାରୁ ଆସିବା ପରେ ହଠାତ ଅସୁସ୍ଥ ହୋଇପଡ଼ିଥିଲେ। ଏହାପରେ ତାଙ୍କର ଚିକିତ୍ସା କରାଯାଇଥିଲା। ହେଲେ ଜୁଲାଇ ୪ ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା। ପରେ ବୃଦ୍ଧାଙ୍କ ଅନ୍ତିମ ସଂସ୍କାର ବେଳେ ସୁରକ୍ଷା ବିଷୟ ପ୍ରତି ଧ୍ୟାନ ଦିଆଯାଇ ନ ଥିଲା। ଏହାକୁ ନେଇ କରୋନା ସଂକ୍ରମଣ ଅଧିକ ହୋଇଥିଲା। ଫଳରେ ପରିବାରରେ ଜଣଙ୍କ ପରେ ଜଣଙ୍କ ମୃତ୍ୟୁ ହେବାରେ ଲାଗିଲା। ମାତ୍ର ୧୭ ଦିନ ମଧ୍ୟରେ ହସଖୁସିର ସଂସାର ଉପରେ ଯେପରି କାହାର ନଜର ଲାଗିଗଲା। ଏବେ ପରିବାରର ଅନ୍ୟ ସଦସ୍ୟ ଏଥିରେ ସଂକ୍ରମିତ ହୋଇ ଚିକିତ୍ସାଧୀନ ଅଛନ୍ତି। ସେମାନଙ୍କର ଚିକିତ୍ସା ଜାରି ରହିଛି।

ଝାରଖଣ୍ଡରେ ଇତି ମଧ୍ୟରେ ୫୬ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ସେହିଭଳି ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୫୫୨ରେ ପହଞ୍ଚିଛି। ଏବେ ୨୭୨୫ ଆକ୍ଟିଭ୍‌ କେସ୍‌ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ହର୍ମୁଜକୁ ନେଇ ବଡ଼ ସର୍ତ୍ତ ରଖିଲାଣି ଇରାନ, ଗୋଟିଏ ଦିନରେ ମାତ୍ର ଏତିକି ଜାହାଜକୁ ମିଳିବ ଅନୁମତି

ତେହରାନ୍‌,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ମଧ୍ୟରେ, ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୁଷିଆର ସରକାରୀ ଖବର…

ଇରାନ-ଆମେରିକା ଯୁଦ୍ଧବିରତି ଭାରତ ପାଇଁ ପାଲଟିଲା ସଞ୍ଜିବନୀ, ସିଧାସଳଖ ମିଳିବ ଲାଭ

ନୂଆଦିଲ୍ଲୀ,୯।୪: ଇରାନ ଏବଂ ଆମେରିକା ମଧ୍ୟରେ ୧୪ ଦିନିଆ ଅସ୍ତ୍ରବିରତିରୁ ଭାରତକୁ ଗୁରୁତ୍ୱପୂର୍ଣ୍ଣ ଲାଭ ମିଳିବ। ପଶ୍ଚିମ ଏସିଆରେ ଉତ୍ତେଜନା ହ୍ରାସ ପାଇବା ସହିତ, ଭାରତର ଶକ୍ତି…

‘ଅସ୍ତ୍ରବିରତି ଭୁଲ’: ପାକିସ୍ତାନରେ ଆମେରିକା ସହିତ ଆଲୋଚନା ପୂର୍ବରୁ ଇରାନ ‘ୟୁରାନିୟମ ଏନରିଚମେଣ୍ଟ’ ଉପରେ ଟାଣିଲା ରେଡଲାଇନ!

ତେହରାନ,୯।୪: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧରେ ଯୁଦ୍ଧବିରତି ପରେ, ଇରାନର ପରମାଣୁ ସଂସ୍ଥା ମୁଖ୍ୟ ମହମ୍ମଦ ଇସଲାମି ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି।…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

ଯୁଦ୍ଧ ବିରତି ପରେ ବି ଚାଲିଛି ଯୁଦ୍ଧ: ଲେବାନନ ଉପରେ ଆକ୍ରମଣ କଲା ଇସ୍ରାଏଲ, ଇରାନ ନେଲା ପ୍ରତିଶୋଧ

ଜେରୁଜେଲମ,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ହେବାର କିଛି ଘଣ୍ଟା ପରେ, ମଧ୍ୟପ୍ରାଚ୍ୟରେ ପରିସ୍ଥିତି ପୁଣି ଖରାପ ହୋଇଗଲା। ଇସ୍ରାଏଲ ଲେବାନନ ଉପରେ ଏକ…

ହାଇଓ୍ବା ଅଟକାଇ ଡ୍ରାଇଭର-ହେଲପରଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟିନେଲେ ଟଙ୍କା

ମହାକାଳପଡ଼ା,୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ବନ୍ଧପଡ଼ା ଛକରେ ରାଜନଗର ଥାନା ଅନ୍ତର୍ଗତ ବଡ଼ପଲ୍ଲୀ ଗ୍ରାମର ବିଜୁ ଓରଫ ସଞ୍ଜୟ ପ୍ରଧାନ, ଠାକୁରପାଟଣା ଗ୍ରାମର ଅଙ୍କୁଶ ଜେନା…

ଭିଣେଇଙ୍କୁ ରାଣୀଡୁଡୁମା ବୁଲେଇବାକୁ ଆଣି ପାଣିରେ ବୁଡି ଶଳାଙ୍କ ମୃତ୍ୟୁ

ନନ୍ଦପୁର,୯।୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ବୁଲି ଆସିଥିବା ଭିଣେଇଙ୍କୁ ଜିଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ନନ୍ଦପୁର ରାଣୀଡୁଡୁମାକୁ ବୁଲେଇବାକୁ ଆଣିଥିବା ଶଳାଙ୍କ ଗୁରୁବାର ପାଣିରେ ବୁଡି ମୃତ୍ୟୁ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri