ଘଣ୍ଟାକରେ ୩୮ ଜଣଙ୍କ ମୁଣ୍ଡ ନେଉଛି କରୋନା

ନୂଆଦିଲ୍ଲୀ,୧୨।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଦେଶବ୍ୟାପୀ ସାର୍ବଜନୀକ ଟିକାକରଣ ଜାରି ରହିଥିଲେ ମଧ୍ୟ କରୋନା ସହିତ ଲଢ଼େଇ ଧୀରେଧୀରେ କଷ୍ଟକର ହେବାରେ ଲାଗିଛି। ଦେଶରେ ପ୍ରତିଘଣ୍ଟାରେ ହାରାହାରି ୭ ହଜାର ୩୮ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଉଛି। ପ୍ରତି ମିନିଟ୍‌ରେ ସେହିପରି ୧୧୭ ଜଣ ନୂଆ ଆକ୍ରାନ୍ତ ସଂକମ୍ରଣ ତାଲିକାରେ ସାମିଲ ହେଉଛନ୍ତି। ଘଣ୍ଟାକରେ ୩୮ ଜଣଙ୍କ ମୁଣ୍ଡ କରୋନା ନେଉଛି। କରୋନାର ଦ୍ୱିତୀୟ ଲହର ପୂର୍ବାପେକ୍ଷା ୩ ଗୁଣା ଅଧିକ ବେଗରେ ବ୍ୟାପୁଥିବା ବିଶେଷଜ୍ଞମାନେ ମତପୋଷଣ କରିଛନ୍ତି।

Share