ବିଗ୍‌ ବି’ଙ୍କ ଘରେ କରୋନା…

ନୂଆଦିଲ୍ଲୀ, ୫।୧ : କରୋନା ଭାଇରସ ଦେଶରେ ପୁଣି ଥରେ ଆତଙ୍କ ସୃଷ୍ଟି କରିଛି। ଏବେ ବିଗ୍‌ ବି ଅଭିତାଭ ବଚ୍ଚନଙ୍କ ଘର ଜଲ୍‌ସାରେ କରୋନା ପହଞ୍ଚିଛି। ବିଗ ବି’ଙ୍କର ଘରୋଇ କର୍ମଚାରୀଙ୍କ ମଧ୍ୟରୁ ଜଣେ କରୋନାରେ ଆକାନ୍ତ ହୋଇଛନ୍ତି। ତାଙ୍କର ନମୁନା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ସମ୍ପୃକ୍ତ କର୍ମଚାରୀଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖାଯାଇଛି।

ସୂଚନାନୁସାରେ, ଅମିତାଭ ବଚ୍ଚନଙ୍କ ଘରେ ସମୁଦାୟ ୩୧ ଜଣ କର୍ମଚାରୀଙ୍କ ନମୁନା ପରୀକ୍ଷା କରାଯାଇଥିଲା। ସେଥିମଧ୍ୟରୁ ଜଣେ କର୍ମଚାରୀଙ୍କ ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ସକାରାତ୍ମକ ବୋଲି ଜଣାପଡିଛି। ଘରର ସମସ୍ତ ଲୋକଙ୍କୁ ଆଇସୋଲେଟ୍‌ କରାଯାଇଛି। ଏହି ଖବର ଆସିବା ପରଠାରୁ ପ୍ରଶଂସକମାନେ ଅମିତାଭ ବଚ୍ଚନଙ୍କ ବିଷୟରେ ଚିନ୍ତା କରିବା ଆରମ୍ଭ କରିଛନ୍ତି। ଗତବର୍ଷ ଅମିତାଭ ବଚ୍ଚନଙ୍କ ପରିବାର ସଦସ୍ୟ କରୋନା ଦ୍ୱାରା ଆକ୍ରାନ୍ତ ହୋଇଥିଲେ। ଏହା ପରେ ଅମିତାଭଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅମିତାଭ ବଚ୍ଚନ ପ୍ରାୟ ୨୦ ଦିନ ଡାକ୍ତରଖାନାରେ ରହିଲେ।

କରୋନା ଦ୍ୱାରା ଏବେ ବଲିଉଡ୍‌ର ବହୁ ଅଭିନେତା ଏବଂ ଅଭିନେତ୍ରୀ ତଥା ସେମାନଙ୍କ ପରିବାର ସଦସ୍ୟ ଆକାନ୍ତ ହେବାରେ ଲାଗିଛନ୍ତି। କିଛିଦିନ ତଳେ ଜନ ଆବ୍ରାହମ, ଏକତା କପୁର, ମୃଣାଲ ଠାକୁର, ନୋରା ଫତେହି ଏବଂ ଡେଲନାଜ ଇରାନୀଙ୍କ ସମେତ ବଲିଉଡ୍‌ ଇଣ୍ଡଷ୍ଟ୍ରିର ବହୁ ତାରକାଙ୍କ ନମୁନା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି।

Share