ଚୌଦ୍ୱାର ଜେଲ୍‌ରେ ପହଞ୍ଚିଲା କରୋନା: ଚିହ୍ନଟ ହେଲେ ଜଣେ ପଜିଟିଭ୍‌

ଚୌଦ୍ୱାର,୨୭।୭(ଡି.ଏନ୍‌.ଏ.): କଟକ ଜିଲା ଚୌଦ୍ୱାର ସର୍କଲ ଜେଲରୁ ଜଣେ ଓ୍ବାର୍ଡର କରୋନା ପଜିଟିଭ୍‌ ବାହାରିଥିବା ଜଣାପଡ଼ିଛି। ଗତ ଶୁକ୍ରବାର ଜେଲର ୧୩ଜଣ କଏଦୀ ଓ ୧୨ଜଣ କର୍ମଚାରୀଙ୍କ ନମୁନା ଜିଲା ସ୍ବାସ୍ଥ୍ୟ ବିଭାଗ ତରଫରୁ ନିଆଯାଇଥିଲା। ଶନିବାର ରିପୋର୍ଟ ଆସିବା ପରେ ସେଥିରୁ ୨୪ ନେଗେଟିଭ୍‌ ଥିବାବେଳେ ଜଣେ ଓ୍ବାର୍ଡରଙ୍କ ପଜିଟିଭ ଆସିଥିବା ଜେଲ ଅଧିକ୍ଷକ ଶୁଭକାନ୍ତ ମିଶ୍ର ସୂଚନା ଦେଇଛନ୍ତି। ରବିବାର ଜେଲକୁ ସାନିଟାଇଜ କରାଯାଇଛି ।