୨ ଗାଁରେ କରୋନା ତାଣ୍ଡବ: ୨୦ ଦିନରେ ୬୪ ଜଣଙ୍କ ମୃତ୍ୟୁ…

ଆଗ୍ରା,୧୧।୫: ଉତ୍ତରପ୍ରଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଆଗ୍ରାର ୨ଟି ଗାଁରେ କରୋନା ତାଣ୍ଡବ ରଚିଛି। ଗତ ୨୦ ଦିନ ମଧ୍ୟରେ ଏତ୍ମାଦ୍‌ପୁର ଏବଂ କୁରଗଓ୍ବାଁ ଗାଁରେ ୬୪ ଜଣଙ୍କ ମୃତ୍ୟୁ କରୋନା ଯୋଗୁ ଘଟିଛିି। ମୃତକମାନଙ୍କୁ ଥଣ୍ଡା,ଜ୍ୱର, କାଶ ହେଉଥିଲା। କେତେକଙ୍କୁ ନିଶ୍ୱାସ ନେବାରେ କଷ୍ଟ ହେଉଥିବା ଗ୍ରାମବାସୀ କହିଛନ୍ତି। ଖବର ପାଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଗାଁର ୧୦୦ ଜଣ ଲୋକଙ୍କ ନମୁନା ପରୀକ୍ଷା କରାଯାଇଥିଲା। ସେଥିମଧ୍ୟରୁ ୨୭ ଜଣଙ୍କ ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ସେମାନଙ୍କୁ ଗାଁରେ ନିର୍ମିତ ହୋଇଥିବା ଆଇସୋଲେଶନ ସେଣ୍ଟରରେ ରଖାଯାଇଛି।

Share