କରୋନା ପୁଣି ଅଣାୟତ୍ତ: ଦିନକରେ ୫୩ ହଜାରରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୨୫।୩: ଦେଶରେ କରୋନାର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଅଣାୟତ୍ତ ହେବାରେ ଲାଗିଛିି। ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଗତ ୨୪ ଘଣ୍ଟାରେ ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୫୩ ହଜାର ୪୭୬ରେ ପହଞ୍ଚିଛି। ସେହିପରି ଏହି ସମୟ ମଧ୍ୟରେ କରୋନାରେ ୨୫୧ ଜଣଙ୍କ ମୃତ୍ୟୁ ଘଟିଛି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ୫ ମାସ ପରେ ପୁଣି ଦେଶରେ ସମାନ ସ୍ଥିତି ସୃଷ୍ଟି ହୋଇଛି। ଏହାପୂର୍ବରୁ ୨୦୨୦ ଅକ୍ଟୋବର ୨୩ରେ ଦେଶରେ ଅକ୍ରାନ୍ତଙ୍କ ସଂଖ୍ୟା ୫୩ ହଜାର ୩୭୦ ଥିଲା। ଏବେ ପୁଣି ସେହି ଅବସ୍ଥା ଦେଖାଦେଇଛି। କରୋନା ଗ୍ରାଫ୍‌ ବଢୁଥିବାରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ଥିତି ଅନୁସାରେ ପଦକ୍ଷେପ ଗ୍ରହଣ କରିବା ଲାଗି ରାଜ୍ୟ ସରକାର ଏବଂ କେନ୍ଦ୍ରଶାସିତ ଅଞ୍ଚଳର ପ୍ରଶାସନକୁ ପରାମର୍ଶ ଦିଆଯାଇଛି।

Share