ମକା ଖାଇଲେ ଦୂର ହୁଏ ଏସବୁ ସମସ୍ୟା

ମକା ଖାଲି ପାଟିକୁ ସୁଆଦିଆ ନୁହେଁ, ଏଥିରେ ନାନା ଔଷଧୀୟ ଗୁଣ ଭରି ରହିଛି। ମକାକୁ ପାଣିରେ ଭଲ ଭାବରେ ଫୁଟାଇ ସେହି ପାଣିକୁ ଛାଣି ନିଅନ୍ତୁ। ଏଥିରେ ମହୁ କିମ୍ବା ଚିନି ମିଶାଇ ସେବନ କରନ୍ତୁ। ଯାହାକି କିଡ୍‌ନୀ ରୋଗକୁ ଦୂର କରିଥାଏ

ଭଜା ମକା ଖାଇବା ଦ୍ୱାରା ଦାନ୍ତ ଏବଂ ମାଢ଼ି ମଜଭୁତ ହୋଇଥାଏ। ମକା ଲାଳ ତିଆରି କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ଯାହା ପାଟି ଏବଂ ଦାନ୍ତର ଦୁର୍ଗନ୍ଧକୁ ମଧ୍ୟ ଦୂର କରିଥାଏ।

ମକା ଭଜା କୋଲେଷ୍ଟରଲ ନିୟନ୍ତ୍ରଣ କରିଥାଏ। ହାର୍ଟରୋଗୀଙ୍କ ପାଇଁ ମକା ସବୁଠୁ ଉପକାରୀ। ଏହା ଚର୍ବି କମ୍‌ କରିଥାଏ।

ଯଦି ମୁହଁରେ ବ୍ରଣ ହେଉଥାଏ ତେବେ ମକାକୁ ମଇଦା ପାଣିରେ ମିଶାଇ ହାଲୁକା ଭାବରେ ଲଗାଇଲେ ଏଥିରୁ ମୁକ୍ତି ମିଳେ।

ମକା ମଞ୍ଜି ଗୋଡ଼ଫଟା ସମସ୍ୟାରୁ ମୁକ୍ତି ଦିଏ। କଞ୍ଚା ମକାରୁ ଡାଲି ପ୍ରସ୍ତୁତ କରି ଏହାକୁ ଗୋଡ଼ରେ ଲଗାନ୍ତୁ । ଫାଟିଥିବା ଗୋଇଠି ପୁଣି ନରମ ହୋଇଯିବ।