CORONAVIRUS UPDATE: ରାଜ୍ୟରେ ଦ୍ଵିତୀୟ କରୋନା ମୃତ୍ୟୁ

ଭୁବନେଶ୍ୱର,୬।୫:(ବ୍ୟୁରୋ)- ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ମୃତକ ୭୭ ବର୍ଷୀୟ ମଧୁସୂଦନନଗର, ଭୁବନେଶ୍ୱର ବାସିନ୍ଦା ଯିଏକି କିଛିଦିନ ଧରି କିମ୍ସ କୋଭିଡ ହସ୍ପିଟାଲରେ ଚିକିତ୍ସାଧିନ ଥିଲେ, ମଙ୍ଗଳବାର ତାଙ୍କର ମୃତ୍ୟୁ ଘଟିଛି। ରାଜ୍ୟରେ ଏହା ଦ୍ଵିତୀୟ କରୋନା ଜନିତ ମୃତ୍ୟୁ। ସ୍ୱାସ୍ଥ୍ୟ ବିଭାଗ ସୂଚନାନୁସାରେ ମୃତକଙ୍କର ହାଇପରଟେନସନ, ଡାଇବେଟିସ, କିଡନୀ ରୋଗ ପରି ଅନ୍ୟାନ୍ୟ ସ୍ୱାସ୍ଥ୍ୟଗତ ସମସ୍ୟା ଥିଲା। ଏହାପୂର୍ବରୁ ରାଜ୍ୟରେ ଆଉ ଜଣେ କରୋନା ଜନିତ ମୃତ୍ୟୁ ଘଟିଥିଲା। ଉଭୟ କରୋନା ଜନିତ ମୃତକ ଖୋର୍ଦ୍ଧା ଜିଲାର ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବସାଇଟ୍ ରେ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଠକ ସଂସ୍ଥାର ୩ ଅଧିକାରୀ ଅଟକ: ଚାକିରି, ଋଣ କରାଇଦେବେ କହି ନେଉଥିଲେ ଟଙ୍କା

ପାରଳାଖେମୁଣ୍ଡି,୨୩ା୧୨(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର ବେକାର ଯୁବତୀ ଯୁବକଙ୍କୁ ବିଭିନ୍ନ ଚାକିରି ଆଉ ସେମାନଙ୍କ ପାଇଁ ଋଣ କରାଇଦେବା ଏବଂ ଘରେ ବସି ଡିଜିଟାଲରେ ଟଙ୍କା...

ଭେଜାଲ ପାଇଁ ମୃତ୍ୟୁଦଣ୍ଡ

ବିଶ୍ୱରେ ସମ୍ଭବତଃ ଭାରତ ଏକମାତ୍ର ଦେଶ ଯେଉଁଠାରେ ଜୀବନରକ୍ଷାକାରୀ ଔଷଧ ଓ ଖାଦ୍ୟରେ ଅପମିଶ୍ରଣ ବା ଭେଜାଲ ବଢ଼ିଚାଲିଛି। ଏଭଳି ଖବର ଅନ୍ୟ ଦେଶରୁ ଆସୁଥିବା...

ରଙ୍ଗୋଲିରେ ବରଗଡ଼ ଧନୁଯାତ୍ରା ମହୋତ୍ସବ

ବରଗଡ଼,୨୩।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଏଥର ଅଧିକ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ପରିକଳ୍ପନା କରାଯାଇଛି। ଏହି କ୍ରମରେ ବିଗତ ବର୍ଷଭଳି ଏଥର ମଧ୍ୟ...

ଛାତ ଉପରକୁ ଯାଇଥିବାବେଳେ ମାଙ୍କଡ କଲା ଆକ୍ରମଣ, ଉପରୁ ତଳକୁ ଖସି ପଡି ମହିଳା ଗୁରୁତର

ଦେବଗଡ,୨୩।୧୨(ଶଶାଙ୍କ ଶେଖର ଝାଙ୍କର): ମାଙ୍କଡ ଆକ୍ରମଣରେ ଦେବଗଡ ପୌରାଞ୍ଚଳର ଜଣେ ମହିଲା ଗୁରୁତର ଆହତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ଦେବଗଡ଼ ପୌରାଞ୍ଚଳ ଖପର...

ଜାନୁଆରୀ ୩୧ ସୁଦ୍ଧା ଟଙ୍କା ଫେରିପାଇବେ ୫ ଲକ୍ଷ କ୍ଷୁଦ୍ର ଚିଟ୍‌ଫଣ୍ଡ ଜମାକାରୀ

ଭୁବନେଶ୍ୱର, ୨୩।୧୨(ସୁନିତ୍‌ ମିଶ୍ର): ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ ଥିବା ସମସ୍ତ କ୍ଷୁଦ୍ର ଆବେଦନକାରୀଙ୍କୁ ଟଙ୍କା ଫେରସ୍ତ ପାଇବା ଲାଗି ଆବେଦନ କରିବାକୁ ଅର୍ଥ ବିଭାଗ ବିଜ୍ଞପ୍ତି ଜାରି...

କ୍ଷମତାରୁ ଯିବା ପରେ ବିଜେଡିକୁ ଆଉ ମିଳୁନି ଚାନ୍ଦା, ଆୟ ସମ୍ପର୍କିତ ସତ୍ୟପାଠରୁ ସାମ୍ନାକୁ ଆସିଲା ବଡ଼ ତଥ୍ୟ

ଭୁବନେଶ୍ୱର, ୨୩।୧୨(ସୁନିତ୍‌ ମିଶ୍ର): ୨୦୨୪ ନିର୍ବାଚନରେ ପରାଜୟ ପରେ ବିଜେଡିକୁ ଆଉ ଚାନ୍ଦା(ଡୋନେଶନ) ମିଳୁନାହିଁ। କ୍ଷମତାରୁ ଯିବା ପରେ ବିଜେଡିକୁ ଆଉ ଚାନ୍ଦା ଦେବାକୁ କେହି...

ଆମେରିକାରେ ପ୍ରବାସୀଙ୍କୁ ବଡ଼ ଅଫର!

ଓ୍ବାଶିଂଟନ,୨୩।୧୨: ଆମେରିକାର ଗୃହ ସୁରକ୍ଷା ବିଭାଗ (DHS) ଅବୈଧ ପ୍ରବାସୀମାନଙ୍କ ପାଇଁ ଆତ୍ମ-ନିର୍ବାସ ପାଇଁ ଆର୍ଥିକ ପ୍ରୋତ୍ସାହନ ୧୦୦୦ ଡଲାରରୁ ୩୦୦୦ ଡଲାରକୁ ବୃଦ୍ଧି କରିଛି।...

ବଡ଼ଦିନରୁ ବଢ଼ିବ ଶୀତ: କୁହୁଡ଼ି ପାଇଁ ଏହି ୧୨ ଜିଲାକୁ ସତର୍କତା

ଭୁବନେଶ୍ୱର,୨୩ା୧୨(ବନ୍ଦନା ସେଠୀ): ବଡଦିନରୁ ଆହୁରି ବଢିବ ଶୀତ। ରାଜ୍ୟରେ ଏବେ ଶୀତର ଲହରି ଜାରି ରହିଥିବାବେଳେ ଆସନ୍ତା ୨୫ରୁ ଶୀତ ପ୍ରକୋପ ଅସମ୍ଭାଳ ହେବ। ପଶ୍ଚିମା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri