Categories: ଜାତୀୟ

ବୁଷ୍ଟର ଡୋଜ୍‌ ଭାବେ କୋର୍ବେଭାକ୍ସ ଟିକାକୁ ଖୁବ୍‌ଶୀଘ୍ର ମଞ୍ଜୁରୀ

ନୂଆଦିଲ୍ଲୀ,୧୦।୮(ପି.ଟି.): ବୁଷ୍ଟର ଡୋଜ୍‌ ଭାବେ ବାୟୋଲୋଜିକାଲ-ଇ ପ୍ରସ୍ତୁତ କୋର୍ବେଭାକ୍ସ କୋଭିଡ୍‌ ଟିକାକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଖୁବ୍‌ଶୀଘ୍ର ମଞ୍ଜୁରୀ ପ୍ରଦାନ କରିବାକୁ ଯାଉଛି। ପୂର୍ବରୁ କୋଭାକ୍ସିନ କିମ୍ବା କୋଭିଶିଲ୍ଡ ଟିକା ନେଇଥିବା ସାବାଳକମାନଙ୍କୁ କୋର୍ବେଭାକ୍ସ ପ୍ରିକଶନ ଡୋଜ୍‌ ଭାବେ ଦିଆଯାଇପାରିବ ବୋଲି ଜଣେ ଅଧିକାରୀ କହିଛନ୍ତି। ଟିକାକରଣ ଉପରେ ଗଠିତ ନ୍ୟାଶନାଲ ଟେକ୍‌ନିକାଲ ଆଡଭାଇଜରି ଗ୍ରୁପ୍‌ (ଏଡ଼ଟିଏଜିଆଇ)ର କୋଭିଡ୍‌ -୧୯ ଓ୍ବାର୍କିଂ ଗ୍ରୁପ୍‌ ଗତ ସପ୍ତାହରେ କୋର୍ବେଭାକ୍ସକୁ ୧୮ ବର୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ ବୁଷ୍ଟର ଡୋଜ୍‌ ଭାବେ ମଞ୍ଜୁରୀ ଲାଗି ସୁପାରିସ କରିଥିଲେ। ଉକ୍ତ ସୁପାରିସ ଆଧାରରେ ବାୟୋଲୋଜିକାଲ-ଇ’ର ଏହି ଟିକା ପ୍ରିକଶନ ଡୋଜ୍‌ ଭାବେ ଟିକାକରଣ ଅଭିଯାନରେ ସାମିଲ ହେବାକୁ ଯାଉଛି।

Share