କପି କରି ନୟନତାରା ହଟହଟା

ଚେନ୍ନାଇ:ଅଭିନେତ୍ରୀ ନୟନତାରା କପି କରି ହଟହଟା ହୋଇଛନ୍ତି। ଅଭିନେତା ଧନୁଷଙ୍କର ‘ୱଣ୍ଡରବାର ଫିଲ୍ମସ୍‌ ପ୍ରାଇଭେଟ ଲିମିଟେଡ୍‌’ ପକ୍ଷରୁ ବୁଧବାର ତାଙ୍କ ବିରୋଧରେ ମାଡ୍ରାସ ହାଇକୋର୍ଟରେ ଏକ ପିଟିଶନ ଦାଖଲ କରାଯାଇଛି। ତାମିଲ ଚଳଚ୍ଚିତ୍ର ‘ନାନୁମ୍‌ ରୋଡି ଧାନ୍‌’ର କିଛି ଭିଜୁଆଲକୁ ନୟନତାରା ତାଙ୍କ ଡକ୍ୟୁମେଣ୍ଟାରି ଫିଲ୍ମ ‘ନୟନତାରା: ବିୟଣ୍ଡ ଦି ଫେୟରି ଟେଲ୍‌’ରେ ୩ ସେକେଣ୍ଡ ପାଇଁ ବ୍ୟବହାର କରିଥିଲେ। ତେଣୁ ଧନୁଷ୍‌ ନୟନତାରାଙ୍କ କମ୍ପାନୀ ‘ରାଉଡି ପିକ୍ଚର୍ସ ଲିମିଟେଡ୍‌’ ଏବଂ ତାଙ୍କ ସ୍ବାମୀ ଭିଗ୍ନେଶ ଶିବନ୍‌ଙ୍କ ବିରୋଧରେ ମାଡ୍ରାସ ହାଇକୋର୍ଟରେ ପିଟିଶନ ଦାଖଲ କରିଛନ୍ତି।
ହାଇକୋର୍ଟଙ୍କ ନିକଟରେ ଦାଖଲ ହୋଇଥିବା ଏହି ଆବେଦନରେ କୁହାଯାଇଛି, ନୟନତାରା ବିନା ଅନୁମତିରେ ନିଜ ନେଟ୍‌ଫ୍ଲିକ୍ସ ଡକ୍ୟୁମେଣ୍ଟାରି ଫିଲ୍ମ ‘ନୟନତାରା: ବିୟଣ୍ଡ ଦି ଫେୟରି ଟେଲ୍‌’ରେ ‘ନାନୁମ୍‌ ରୋଡି ଧାନ୍‌’ର କିଛି ଦୃଶ୍ୟକୁ ବ୍ୟବହାର କରିଛନ୍ତି। ବୁଧବାର ହୋଇଥିବା ଶୁଣାଣିରେ ହାଇକୋର୍ଟ ଉଭୟ ପକ୍ଷର ପ୍ରାଥମିକ ଯୁକ୍ତି ଶୁଣିଛନ୍ତି। ପରବର୍ତ୍ତୀ ଶୁଣାଣିରେ ଧନୁଷ୍‌ଙ୍କ ପିଟିଶନର ଜବାବ ରଖିବାକୁ ହାଇକୋର୍ଟ ନୟନତାରାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ପୂର୍ବରୁ ଏହି ବିବାଦ ନେଇ ନୟନତାରା ସୋସିଆଲ ମିଡିଆରେ ମୁହଁ ଖୋଲିଥିଲେ। ସେ ନିଜ ଡକ୍ୟୁମେଣ୍ଟାରି ଫିଲ୍ମରେ ‘ନାନୁମ୍‌ ରୋଡି ଧାନ୍‌’ ଫିଲ୍ମର କିଛି ଫୁଟେଜ ବ୍ୟବହାର କରିବାକୁ ଧନୁଷ୍‌ଙ୍କଠାରୁ ଅନୁମତି ମାଗିଥିଲେ। ତେବେ ବାରମ୍ବାର ଅନୁରୋଧ ସତ୍ତ୍ୱେ ମଧ୍ୟ ଧନୁଷ୍‌ଙ୍କଠାରୁ ଏହି ଅନୁମତି ମିଳି ନ ଥିଲା। ତେଣୁ ସେ ବାଧ୍ୟ ହୋଇ ତାଙ୍କ ଡକ୍ୟୁମେଣ୍ଟାରି ଫିଲ୍ମରେ ୩ ସେକେଣ୍ଡର ଏକ ବିହାଇଣ୍ଡ ଦି ସିନ୍‌(ବିଟିଏସ୍‌) ଫୁଟେଜର ବ୍ୟବହାର କରିଥିଲେ। ତେଣୁ ଧନୁଷ୍‌ ତାଙ୍କୁ ୧୦ କୋଟି ଟଙ୍କାର ଏକ ଆଇନଗତ ନୋଟିସ ପଠାଇଥିଲେ ବୋଲି ନୟନତାରା କହିଥିଲେ। ପ୍ରକାଶ ଯେ, ୨୦୧୫ରେ ରିଲିଜ୍‌ ହୋଇଥିବା ତାମିଲ ଚଳଚ୍ଚିତ୍ର ‘ନାନୁମ୍‌ ରୋଡି ଧାନ୍‌’ରେ ନୟନତାରା ଏବଂ ଧନୁଷ୍‌ ମୁଖ୍ୟ ଭୂମିକାରେ ଥିଲେ। ନୟନତାରାଙ୍କ ସ୍ବାମୀ ଭିଗ୍ନେଶ ଏହି ଚଳଚ୍ଚିତ୍ରର ଲେଖକ ତଥା ନିର୍ଦ୍ଦେଶକ ଥିଲେ। ଫିଲ୍ମଟି ଧନୁଷ୍‌ଙ୍କ ୱଣ୍ଡରବାର ଫିଲ୍ମସ୍‌ ଦ୍ୱାରା ନିର୍ମିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଧ୍ର ପ୍ରଦେଶରେ ଦାଦନ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ତଥ୍ୟ ସଂଗ୍ରହ କଲେ ଶ୍ରମ ଅଧିକାରୀ

ବଘିଆପଡ଼ା,୩୧।୧(ଶ୍ରୀକାନ୍ତ ସାହୁ): ଆନ୍ଧ୍ର ପ୍ରଦେଶକୁ ଦାଦନ ଖଟିବାକୁ ଯାଇଥିବା ବୌଦ୍ଧ ବ୍ଲକ ଟିକରପଡା ପଞ୍ଚାୟତର ବୁରଗୋରା ଗ୍ରାମର ଅରୁଣ ରଣବିଡାଙ୍କ ମୃତ୍ୟୁ ଘଟିଛି। ତାଙ୍କ ମୃତଦେହ ଜନ୍ମମାଟିକୁ…

୧୧୨କୁ ଫୋନ କରନ୍ତୁ: ଅଗ୍ନିଶମ ଡିଜି

ଭୁବନେଶ୍ୱର,୩୧।୧: ଓଡ଼ିଶା ଅଗ୍ନିଶମ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ସଚେତନତା କରିବା ପାଇ ଶନିବାର ଏକ ନିଆରା ପ୍ରୟାସ ଆରମ୍ଭ କରାଯାଇଛି। ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀଙ୍କ ଉପସ୍ଥିତିରେ…

ମହାରାଷ୍ଟ୍ରର ପ୍ରଥମ ମହିଳା ଉପ ମୁଖ୍ୟମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା କେତେ? ଭାଙ୍ଗିଲେ ଦଶନ୍ଧିର ଇତିହାସ

ମୁମ୍ବାଇ,୩୧।୧: ମହାରାଷ୍ଟ୍ରର ରାଜନୈତିକ ଦୃଶ୍ୟପଟ ଏକ ପରିବର୍ତ୍ତନ ଆଣିଛି। ପ୍ରଥମ ଥର ପାଇଁ, ରାଜ୍ୟ ଜଣେ ମହିଳା ଉପମୁଖ୍ୟମନ୍ତ୍ରୀଙ୍କୁ ପାଇଛି। ଅଜିତ ପାୱାରଙ୍କ ପଛରେ ଏକ ଦୃଢ଼…

ହୁକ ପକାଇ ଅବାଧରେ ବିଦ୍ୟୁତ୍‌ ଚୋରି, ବିଭାଗ ଜାଣି ଅଜଣା

ଗଞ୍ଜାମ,୩୧ା୧(ବିଦ୍ୟାଧର ସାହୁ): ଗଞ୍ଜାମ ସହର ଓ ଆଖପାଖ ଅଞ୍ଚଳରେ ଅବାଧରେ ବିଦ୍ୟୁତ୍‌ ଚୋରି ହେଉଥିଲେ ମଧ୍ୟ ଜାଣି ଅଜଣା ରହୁଛି ବିଦ୍ୟୁତ୍‌ ବିଭାଗ। ଗଞ୍ଜାମ ସହର ସାନ…

ଇତିହାସ ରଚିଲେ Sunetra Pawar, ମହାରାଷ୍ଟ୍ରର ପ୍ରଥମ ମହିଳା ଉପ ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ

ମୁମ୍ବାଇ,୩୧।୧: ଶନିବାର ରାଜ୍ୟ ସଭା ଏମପି ପଦରୁ ଇସ୍ତଫା ଦେଇ ସ୍ବର୍ଗତ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ପାୱାର ମହାରାଷ୍ଟ୍ରର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ…

T20 World Cup 2026: ମ୍ୟାଚ ପୂର୍ବରୁ ଭାରତୀୟ ଟିମକୁ ମିଳିଲା ଗୁଡନ୍ୟୁଜ!

ନୂଆଦିଲ୍ଲୀ,୩୧।୧: ୨୦୨୬ T20 World Cup ପୂର୍ବରୁ ଭାରତୀୟ ଦଳକୁ ଭଲ ଖବର ମିଳିଛି। ଆଘାତରୁ ଫେରି ଆସୁଥିବା ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ତିଲକ ବର୍ମାଙ୍କ ବିଷୟରେ ଏକ…

ହାତୀ ମତ୍ୟୁପରେ ଖଣ୍ଡଖଣ୍ଡ କରି କାଟି ମାଟି ତଳେ ପୋତିବା ଘଟଣା: ACF ନିଲମ୍ବିତ

ବାଲିଗୁଡା,୩୧।୧:(ସଞ୍ଜୟ କୁମାର ପାଣିଗ୍ରାହୀ): ବହୁ ଚର୍ଚ୍ଚିତ କନ୍ଧମାଳ ଜିଲା ବାଲିଗୁଡ଼ା ବନଖଣ୍ଡ ଅଧୀନ ବେଲଘର ବନାଞ୍ଚଳରେ ହାତୀ ମତ୍ୟୁପରେ ଖଣ୍ଡଖଣ୍ଡ କରି କାଟି ମାଟି ତଳେ ପୋତିବା…

Budget 2026: ବଜେଟ ଭାଷଣରେ ଆସୁଥିବା କଷ୍ଟକର ଶବ୍ଦର ସରଳ ଅର୍ଥ ଜାଣନ୍ତିକି? ବୁଝନ୍ତୁ…

ନୂଆଦିଲ୍ଲୀ,୩୧।୧: ୧ ଫେବୃଆରୀ, ୨୦୨୬ ରେ ଉପସ୍ଥାପିତ ହେବାକୁ ଥିବା କେନ୍ଦ୍ରୀୟ Budget କେବଳ ଦେଶର ଅର୍ଥନୈତିକ ଦିଗ ନିର୍ଣ୍ଣୟ କରିବ ନାହିଁ ବରଂ ସାଧାରଣ ଲୋକଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri