Posted inଖେଳ

କୋପା ଆମେରିକା ଫୁଟ୍‌ବଲ: ବ୍ରାଜିଲ- ଆର୍ଜେଣ୍ଟିନା ଫାଇନାଲ

ବ୍ରାସିଲିଆ,୮।୭: କୋପା ଆମେରିକା ଫୁଟବଲ ଟୁର୍ନାମେଣ୍ଟର ଫାଇନାଲ ମୁକାବିଲା ସ୍ପଷ୍ଟ ହୋଇଛି। ଦକ୍ଷିଣ ଆମେରିକାର ଦୁଇ ଫୁଟବଲ ପାଓ୍ବାର ହାଉସ୍‌ ତଥା ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ନେମାରଙ୍କ ବ୍ରାଜିଲ ଓ ଲିଇନେଲ ମେସିଙ୍କ ଆର୍ଜେଣ୍ଟିନା ଟାଇଟଲ ପାଇଁ ଫାଇନାଲ ମୁକାବିଲାରେ ଅବତୀର୍ଣ୍ଣ ହେବେ। ଶନିବାର ଐତିହାସିକ ମାରାକାନା ଷ୍ଟାଡିୟମରେ ଦୁଇଦଳ ମୁହଁାମୁହିଁ ହେବେ। ପ୍ରଥମେ ବ୍ରାଜିଲ ୧-୦ ଗୋଲରେ ପେରୁକୁ ସେମିରେ ହରାଇ ଫାଇନାଲରେ ପ୍ରବେଶ କରିଥିଲା। ଅନ୍ୟପଟେ ମଙ୍ଗଳବାର ସ୍ଥାନୀୟ ମାନେ ଗାରିଞ୍ଚା ଷ୍ଟାଡିୟମରେ ଆର୍ଜେଣ୍ଟିନା ପେନାଲ୍ଟି ଶୁଟ୍‌ ଆଉଟ୍‌ରେ କଲମ୍ବିଆକୁ ୩-୨ରେ ହରାଇ ଫାଇନାଲରେ ପ୍ରବେଶ କରିଛି।
ସେମିଫାଇନାଲରେ ଜବରଦସ୍ତ ସଂଘର୍ଷ ଦେଖିବାକୁ ମିଳିଥିଲା। ସପ୍ତମ ମିନିଟ୍‌ରେ ଗୋଲ ଦେଇ ଆର୍ଜେଣ୍ଟିନା ଅଗ୍ରଣୀ ହାସଲ କରିଥିଲା। ଦଳ ତରଫରୁ ୨୩ ବର୍ଷୀୟ ଷ୍ଟ୍ରାଇକର ଲାଉଟାରୋ ମାର୍ଟିନେଜ ଗୋଲ ଦେଇ ଆର୍ଜେଣ୍ଟିନାକୁ ଅଗ୍ରଣୀ କରାଇଥିଲେ। ପ୍ରଥମାର୍ଦ୍ଧ ଶେଷସୁଦ୍ଧା ଆର୍ଜେଣ୍ଟିନା ଅଗ୍ରଣୀ ବଜାୟ ରଖିଥିଲା। ତେବେ ୬୧ତମ ମିନିଟ୍‌ରେ କଲମ୍ବିଆର ୨୪ ବର୍ଷୀୟ ଓ୍ବିଙ୍ଗର ଲୁଇସ୍‌ ଡିଆଜ ଗୋଲ ଦେଇ ମ୍ୟାଚ୍‌କୁ ୧-୧ ବରାବର ସ୍ଥିତିକୁ ଆଣିଥିଲେ। ବଲ ପଜେସନ, ପାସ୍‌ ଓ ପାସ୍‌ ଆକ୍ୟୁରେସିରେ ଉଭୟ ଦଳ ପାଖାପାଖି ସମାନ ସ୍ଥିତିରେ ରହିଥିଲେ। ତେବେ କଲମ୍ବିଆ କଡ଼ା ଟକ୍କର ଦେବାକୁ ସକ୍ଷମ ହୋଇଥିଲା।
୩୦ ମିନିଟ୍‌ର ଅତିରିକ୍ତ ସମୟରେ ମଧ୍ୟ ଗୋଲ ସମ୍ଭବ ନ ହେବା କାରଣରୁ ମ୍ୟାଚ୍‌ ଅମୀମାଂସିତ ରହିଥିଲା। ଫଳରେ ପେନାଲ୍ଟିର ସହାୟତା ନିଆଯାଇଥିଲା। ଏଥିରେ ଆର୍ଜେଣ୍ଟିନା ତରଫରୁ ମେସି, ଲିଆଣ୍ଡ୍ରୋ ପ୍ୟାରେଡ୍ସ ଓ ଲାଉଟାରୋ ମାର୍ଟିନେଜ ଗୋଲ ଦେଇଥିଲେ। କିନ୍ତୁ ରୋଡ୍ରିଗୋ ଡି ପଲ ଗୋଲ ଦେଇପାରି ନ ଥିଲେ। ଅନ୍ୟପଟେ କଲମ୍ବିଆ ପକ୍ଷରୁ ଜୁଆନ କୁଆଡ୍ରାଡୋ ଓ ମିଗୁଏଲ ବୋର୍ଜା ଗୋଲ ଦେଇଥିଲେ। କଲମ୍ବିଆର ଡାଭିନସନ ସାଞ୍ଚେଜ୍‌, ୟେରି ମିନା ଓ ଏଡ୍‌ଓ୍ବିନ କାର୍ଡୋନା ଗୋଲ ଦେବାରେ ବିଫଳ ହେବା କାରଣରୁ କଲମ୍ବିଆ ହାରିଥିଲା।
୧୯୯୩ ପରେ ଆର୍ଜେଣ୍ଟିନା କୌଣସି ମେଜର ଟାଇଟଲ ଜିତିପାରି ନାହିଁ। ମେସି ମଧ୍ୟ ନିଜ ଦେଶ ପାଇଁ କୌଣସି ବଡ଼ ଟୁର୍ନାମେଣ୍ଟରେ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିପାରି ନାହାନ୍ତି। ଘରୋଇ ପରିବେଶରେ ବ୍ରାଜିଲ କେବେ ବି କୋପା ଫାଇନାଲରେ ହାରିନାହିଁ। ୬ଟି ମ୍ୟାଚ୍‌ରୁ ବ୍ରାଜିଲ ୫ଟିରେ ବିଜୟୀ ହୋଇଛି। ଗତ ୧୪ଟି ସଂସ୍କରଣରେ ବ୍ରାଜିଲ ୯ଥର ଫାଇନାଲରେ ପ୍ରବେଶ କରିଛି ଓ ମୋଟ ଉପରେ ୯ଥର ଟାଇଟଲ ଜିତିଛି। ଦୁଇବର୍ଷ ତଳେ ପେରୁକୁ ଫାଇନାଲରେ ୩-୧ ଗୋଲରେ ପରାସ୍ତ କରି ବ୍ରାଜିଲ ଚାମ୍ପିୟନ ହୋଇଥିଲା।
ଆମେ ଏବେ ଫାଇନାଲକୁ ଉଠିଛୁ। ନେମାର ମଧ୍ୟ ଫାଇନାଲରେ ବ୍ରାଜିଲକୁ ଭେଟିବାକୁ ଚାହୁଁଥିବା କହିଛନ୍ତି। ଆମେ ବନ୍ଧୁ ହୋଇଥିବାରୁ ସେ ଏହି କଥା କହିଛନ୍ତି। ଏବେ ଆମେ ମୁକାବିଲାରେ ଅବତୀର୍ଣ୍ଣ ହେବୁ ବୋଲି ମେସି କହିଛନ୍ତି। ୮୧ ତମ ମିନିଟ୍‌ରେ ମେସି ଶର୍ଟ ରେଞ୍ଜ୍‌ ଗୋଲ ସ୍କୋର କରିବାରେ ବିଫଳ ହୋଇଥିଲେ। ଆର୍ଜେଣ୍ଟିନା ଗୋଲକିପର ଡାମିଆନ ମାର୍ଟିନେଜ ଗୋଲ ସେଭ କରି ଚମତ୍କାର ପ୍ରଦର୍ଶନ କରିଥିଲେ। ପ୍ରଥମେ ଆର୍ଜେଣ୍ଟିନା ଓ କଲମ୍ବିଆ ଏହି ଟୁର୍ନାମେଣ୍ଟ ଆୟୋଜନ କରିବାର କାର୍ଯ୍ୟକ୍ରମ ଥିଲା। ତେବେ କୋଭିଡ୍‌-୧୯ ପାଇଁ ଆୟୋଜନରୁ ଏହି ଦୁଇ ଦେଶ ଓହରିଯାଇଥିଲେ। ଏହାପରେ ଦେଶରେ ବିରୋଧ ସତ୍ତ୍ୱେ ବ୍ରାଜିଲ ଏହି ମେଗା ଟୁର୍ନାମେଣ୍ଟ ଆୟୋଜନ କରିବାର ଅଧିକାର ପାଇଥିଲା। ଏବେ ତୃତୀୟ ସ୍ଥାନ ପାଇଁ ସେମିଫାଇନାଲରେ ପରାସ୍ତ ହୋଇଥିବା ଦୁଇ ଦଳ କଲମ୍ବିଆ ଓ ପେରୁ ଶୁକ୍ରବାର ପରସ୍ପରକୁ ଭେଟିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହାତରେ ମଦ ବୋତଲ ଧରି ବୁଲୁଛନ୍ତି ତେନ୍ଦୁଲକରଙ୍କ ଝିଅ ସାରା, ଭିଡିଓ ଭାଇରାଲ୍

ଗୋଆ,୩୧ା୧୨: କ୍ରିକେଟ୍ ଦୁନିଆର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଏବେ ଚର୍ଚ୍ଚାରେ। ନିକଟରେ ସାରାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍...

ଶକ୍ତିଶାଳୀ ଦିଲ୍ଲୀକୁ ହରାଇଲା ଓଡ଼ିଶା, ବିରାଟ ଅନୁପସ୍ଥିତିରେ ମାଟି କାମୁଡ଼ିଲା ରିଷଭଙ୍କ ଟିମ୍

ବେଙ୍ଗାଲୁରୁ,୩୧ା୧୨: ବିଜୟ ହଜାରେ ଟ୍ରଫିର ଏଲିଟ୍ ଗ୍ରୁପ୍-ଡି ମୁକାବିଲାରେ ଓଡ଼ିଶା କ୍ରିକେଟ୍ ଦଳ ଶକ୍ତିଶାଳୀ ଦିଲ୍ଲୀକୁ ୭୯ ରନ୍‌ରେ ପରାସ୍ତ କରିଛି। ଷ୍ଟାର୍ ବ୍ୟାଟର ବିରାଟ...

ବିରାଟ-ରୋହିତଙ୍କୁ ଟେଷ୍ଟରୁ ଅବସର ନେବାକୁ କରାଯାଇଥିଲା ବାଧ୍ୟ! ଏହି ଖେଳାଳିଙ୍କ ବୟାନ ପରେ କ୍ରିକେଟ ଜଗତରେ ଝଡ

ନୂଆଦିଲ୍ଲୀ,୩୧।୧୨: କ୍ରିକେଟର ଦୁଇ ବଡ ନାମ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ହଠାତ୍‌ ଟେଷ୍ଟ କ୍ରିକେଟରୁ ଅବସରକୁ ନେଇ ଚର୍ଚ୍ଚା ପୁଣି ଥରେ ତୀବ୍ର...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

ଟି-୨୦ ବିଶ୍ୱକପରୁ ବାଦ୍‌ ପଡିଲେ ଏହି ୩ ଷ୍ଟାର ଖେଳାଳି, ଆଇପିଏଲ ନିଲାମରେ କୋଟି କୋଟି ଟଙ୍କା ମିଳି ମଧ୍ୟ…

ନୂଆଦିଲ୍ଲୀ,୩୦।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଇଂଲଣ୍ଡର ଦଳ ଘୋଷଣା କରାଯାଇଛି। ଇସିବି ଅସ୍ଥାୟୀ ଦଳ ପ୍ରକାଶ କରିଛି। ଦଳରେ ହ୍ୟାରି ବ୍ରୁକ (ଅଧିନାୟକ), ଜୋଫ୍ରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri