Posted inଖେଳ

କୋପା ଆମେରିକା ଫୁଟ୍‌ବଲ: ବ୍ରାଜିଲ- ଆର୍ଜେଣ୍ଟିନା ଫାଇନାଲ

ବ୍ରାସିଲିଆ,୮।୭: କୋପା ଆମେରିକା ଫୁଟବଲ ଟୁର୍ନାମେଣ୍ଟର ଫାଇନାଲ ମୁକାବିଲା ସ୍ପଷ୍ଟ ହୋଇଛି। ଦକ୍ଷିଣ ଆମେରିକାର ଦୁଇ ଫୁଟବଲ ପାଓ୍ବାର ହାଉସ୍‌ ତଥା ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ନେମାରଙ୍କ ବ୍ରାଜିଲ ଓ ଲିଇନେଲ ମେସିଙ୍କ ଆର୍ଜେଣ୍ଟିନା ଟାଇଟଲ ପାଇଁ ଫାଇନାଲ ମୁକାବିଲାରେ ଅବତୀର୍ଣ୍ଣ ହେବେ। ଶନିବାର ଐତିହାସିକ ମାରାକାନା ଷ୍ଟାଡିୟମରେ ଦୁଇଦଳ ମୁହଁାମୁହିଁ ହେବେ। ପ୍ରଥମେ ବ୍ରାଜିଲ ୧-୦ ଗୋଲରେ ପେରୁକୁ ସେମିରେ ହରାଇ ଫାଇନାଲରେ ପ୍ରବେଶ କରିଥିଲା। ଅନ୍ୟପଟେ ମଙ୍ଗଳବାର ସ୍ଥାନୀୟ ମାନେ ଗାରିଞ୍ଚା ଷ୍ଟାଡିୟମରେ ଆର୍ଜେଣ୍ଟିନା ପେନାଲ୍ଟି ଶୁଟ୍‌ ଆଉଟ୍‌ରେ କଲମ୍ବିଆକୁ ୩-୨ରେ ହରାଇ ଫାଇନାଲରେ ପ୍ରବେଶ କରିଛି।
ସେମିଫାଇନାଲରେ ଜବରଦସ୍ତ ସଂଘର୍ଷ ଦେଖିବାକୁ ମିଳିଥିଲା। ସପ୍ତମ ମିନିଟ୍‌ରେ ଗୋଲ ଦେଇ ଆର୍ଜେଣ୍ଟିନା ଅଗ୍ରଣୀ ହାସଲ କରିଥିଲା। ଦଳ ତରଫରୁ ୨୩ ବର୍ଷୀୟ ଷ୍ଟ୍ରାଇକର ଲାଉଟାରୋ ମାର୍ଟିନେଜ ଗୋଲ ଦେଇ ଆର୍ଜେଣ୍ଟିନାକୁ ଅଗ୍ରଣୀ କରାଇଥିଲେ। ପ୍ରଥମାର୍ଦ୍ଧ ଶେଷସୁଦ୍ଧା ଆର୍ଜେଣ୍ଟିନା ଅଗ୍ରଣୀ ବଜାୟ ରଖିଥିଲା। ତେବେ ୬୧ତମ ମିନିଟ୍‌ରେ କଲମ୍ବିଆର ୨୪ ବର୍ଷୀୟ ଓ୍ବିଙ୍ଗର ଲୁଇସ୍‌ ଡିଆଜ ଗୋଲ ଦେଇ ମ୍ୟାଚ୍‌କୁ ୧-୧ ବରାବର ସ୍ଥିତିକୁ ଆଣିଥିଲେ। ବଲ ପଜେସନ, ପାସ୍‌ ଓ ପାସ୍‌ ଆକ୍ୟୁରେସିରେ ଉଭୟ ଦଳ ପାଖାପାଖି ସମାନ ସ୍ଥିତିରେ ରହିଥିଲେ। ତେବେ କଲମ୍ବିଆ କଡ଼ା ଟକ୍କର ଦେବାକୁ ସକ୍ଷମ ହୋଇଥିଲା।
୩୦ ମିନିଟ୍‌ର ଅତିରିକ୍ତ ସମୟରେ ମଧ୍ୟ ଗୋଲ ସମ୍ଭବ ନ ହେବା କାରଣରୁ ମ୍ୟାଚ୍‌ ଅମୀମାଂସିତ ରହିଥିଲା। ଫଳରେ ପେନାଲ୍ଟିର ସହାୟତା ନିଆଯାଇଥିଲା। ଏଥିରେ ଆର୍ଜେଣ୍ଟିନା ତରଫରୁ ମେସି, ଲିଆଣ୍ଡ୍ରୋ ପ୍ୟାରେଡ୍ସ ଓ ଲାଉଟାରୋ ମାର୍ଟିନେଜ ଗୋଲ ଦେଇଥିଲେ। କିନ୍ତୁ ରୋଡ୍ରିଗୋ ଡି ପଲ ଗୋଲ ଦେଇପାରି ନ ଥିଲେ। ଅନ୍ୟପଟେ କଲମ୍ବିଆ ପକ୍ଷରୁ ଜୁଆନ କୁଆଡ୍ରାଡୋ ଓ ମିଗୁଏଲ ବୋର୍ଜା ଗୋଲ ଦେଇଥିଲେ। କଲମ୍ବିଆର ଡାଭିନସନ ସାଞ୍ଚେଜ୍‌, ୟେରି ମିନା ଓ ଏଡ୍‌ଓ୍ବିନ କାର୍ଡୋନା ଗୋଲ ଦେବାରେ ବିଫଳ ହେବା କାରଣରୁ କଲମ୍ବିଆ ହାରିଥିଲା।
୧୯୯୩ ପରେ ଆର୍ଜେଣ୍ଟିନା କୌଣସି ମେଜର ଟାଇଟଲ ଜିତିପାରି ନାହିଁ। ମେସି ମଧ୍ୟ ନିଜ ଦେଶ ପାଇଁ କୌଣସି ବଡ଼ ଟୁର୍ନାମେଣ୍ଟରେ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିପାରି ନାହାନ୍ତି। ଘରୋଇ ପରିବେଶରେ ବ୍ରାଜିଲ କେବେ ବି କୋପା ଫାଇନାଲରେ ହାରିନାହିଁ। ୬ଟି ମ୍ୟାଚ୍‌ରୁ ବ୍ରାଜିଲ ୫ଟିରେ ବିଜୟୀ ହୋଇଛି। ଗତ ୧୪ଟି ସଂସ୍କରଣରେ ବ୍ରାଜିଲ ୯ଥର ଫାଇନାଲରେ ପ୍ରବେଶ କରିଛି ଓ ମୋଟ ଉପରେ ୯ଥର ଟାଇଟଲ ଜିତିଛି। ଦୁଇବର୍ଷ ତଳେ ପେରୁକୁ ଫାଇନାଲରେ ୩-୧ ଗୋଲରେ ପରାସ୍ତ କରି ବ୍ରାଜିଲ ଚାମ୍ପିୟନ ହୋଇଥିଲା।
ଆମେ ଏବେ ଫାଇନାଲକୁ ଉଠିଛୁ। ନେମାର ମଧ୍ୟ ଫାଇନାଲରେ ବ୍ରାଜିଲକୁ ଭେଟିବାକୁ ଚାହୁଁଥିବା କହିଛନ୍ତି। ଆମେ ବନ୍ଧୁ ହୋଇଥିବାରୁ ସେ ଏହି କଥା କହିଛନ୍ତି। ଏବେ ଆମେ ମୁକାବିଲାରେ ଅବତୀର୍ଣ୍ଣ ହେବୁ ବୋଲି ମେସି କହିଛନ୍ତି। ୮୧ ତମ ମିନିଟ୍‌ରେ ମେସି ଶର୍ଟ ରେଞ୍ଜ୍‌ ଗୋଲ ସ୍କୋର କରିବାରେ ବିଫଳ ହୋଇଥିଲେ। ଆର୍ଜେଣ୍ଟିନା ଗୋଲକିପର ଡାମିଆନ ମାର୍ଟିନେଜ ଗୋଲ ସେଭ କରି ଚମତ୍କାର ପ୍ରଦର୍ଶନ କରିଥିଲେ। ପ୍ରଥମେ ଆର୍ଜେଣ୍ଟିନା ଓ କଲମ୍ବିଆ ଏହି ଟୁର୍ନାମେଣ୍ଟ ଆୟୋଜନ କରିବାର କାର୍ଯ୍ୟକ୍ରମ ଥିଲା। ତେବେ କୋଭିଡ୍‌-୧୯ ପାଇଁ ଆୟୋଜନରୁ ଏହି ଦୁଇ ଦେଶ ଓହରିଯାଇଥିଲେ। ଏହାପରେ ଦେଶରେ ବିରୋଧ ସତ୍ତ୍ୱେ ବ୍ରାଜିଲ ଏହି ମେଗା ଟୁର୍ନାମେଣ୍ଟ ଆୟୋଜନ କରିବାର ଅଧିକାର ପାଇଥିଲା। ଏବେ ତୃତୀୟ ସ୍ଥାନ ପାଇଁ ସେମିଫାଇନାଲରେ ପରାସ୍ତ ହୋଇଥିବା ଦୁଇ ଦଳ କଲମ୍ବିଆ ଓ ପେରୁ ଶୁକ୍ରବାର ପରସ୍ପରକୁ ଭେଟିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

IPL 2026: ପଏଣ୍ଟ ଟେବୁଲ ଶୀର୍ଷରେ ଆରସିବି

ବେଙ୍ଗାଲୁରୁ, ୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଅନ୍ୟପକ୍ଷେ କ୍ରମାଗତ…

IPL ଚାଲିଥିବା ସମୟରେ ଅମ୍ପାୟରଙ୍କୁ ହତ୍ୟା: ଛାତିରେ ଛୁରି ଭୁସି..

ଅମରାବତି,୬।୪: ଆଜିକାଲି ଦେଶରେ IPL 2026ର ରୋମାଞ୍ଚ ଦେଖିବାକୁ ମିଳୁଛି। ଏହି ସମୟରେ ଆନ୍ଧ୍ର ପ୍ରଦେଶରୁ ଜଣେ କ୍ରିକେଟ ଅମ୍ପାୟାରଙ୍କ ହତ୍ୟା ସହିତ ଜଡିତ ଏକ ଅଭାବନୀୟ…

୨ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଯୁଦ୍ଧ ସୃଷ୍ଟି କଲା ICC, ବୁମ୍‌ରାଙ୍କୁ ଚ୍ୟାଲେଞ୍ଜ କଲେ ଟିମ ଇଣ୍ଡିଆର ଏହି ଖେଳାଳି!

ନୂଆଦିଲ୍ଲୀ,୬।୪: ମାର୍ଚ୍ଚ ମାସ ପାଇଁ ପ୍ଲେୟାର ଅଫ ଦ ମନ୍ଥ ପାଇଁ ଆଇସିସି ମନୋନୀତ ବ୍ୟକ୍ତିଙ୍କ ନାମ ଘୋଷଣା କରିଛି। ସବୁଦିନ ପରି, ଆଇସିସି ଏହି ପୁରସ୍କାର…

ଧମାକାଦାର ଇନିଂସ ସହିତ ରେକର୍ଡ କଲେ ସରଫରାଜ

ନୂଆଦିଲ୍ଲୀ,୬।୪: ଇଣ୍ଡିଆନ ପ୍ରିମିୟର ଲିଗ ର 2026 ସଂସ୍କରଣରେ, ଚେନ୍ନାଇ ସୁପର କିଙ୍ଗସ ଲଗାତାର ତିନୋଟି ପରାଜୟ ବରଣ କରିଛି। ଏମ. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିବା ଏକ…

‘ପରାଜୟ ପାଇଁ ମୁଁ ଦାୟୀ…’, କାହିଁକି ଏମିତି କହିଲେ ଋତୁରାଜ? ଯଦି ମୁଁ ରନ୍‌ କରିଥାଆନ୍ତି…

ନୂଆଦିଲ୍ଲୀ,୬।୪: ଚେନ୍ନାଇ ସୁପର କିଙ୍ଗ୍ସର ଲଗାତାର ତୃତୀୟ ପରାଜୟରେ ଋତୁରାଜ ଗାୟକୱାଡ ନିରାଶ ହୋଇଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସେମାନଙ୍କ ଉପରେ ଏହି ତୃତୀୟ କ୍ରମାଗତ ପରାଜୟ…

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

Shubman Gillଙ୍କୁ ନେଇ ଆସିଲା ବଡ଼ ଅପଡେଟ, ଜାଣନ୍ତୁ କ’ଣ କହିଲେ କୋଚ

ନୂଆଦିଲ୍ଲୀ,୫।୪: ଶୁବମନ ଗିଲ ଶନିବାର ଅହମଦାବାଦରେ ଗୁଜରାଟ ଟାଇଟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଅନୁଷ୍ଠିତ ଆଇପିଏଲ ୨୦୨୬ର ୯ମ ମ୍ୟାଚ ଖେଳିପାରି ନଥିଲେ। ତାଙ୍କ ଅନୁପସ୍ଥିତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri