Posted inଖେଳ

କୋପା ଆମେରିକା ଫୁଟ୍‌ବଲ: ଆର୍ଜେଣ୍ଟିନା- କଲମ୍ବିଆ ସେମି ମୁକାବିଲା

ରିଓ ଡି ଜେନିରୋ,୫।୭: କୋପା ଆମେରିକା ଫୁଟ୍‌ବଲ ଟୁର୍ନାମେଣ୍ଟରେ ଅନ୍ୟତମ ଫେଭରାଇଟ ଦଳ ଆର୍ଜେଣ୍ଟିନା ସେମିଫାଇନାଲରେ ପ୍ରବେଶ କରିଛି। ଶନିବାର ଅନୁଷ୍ଠିତ କ୍ୱାର୍ଟର ଫାଇନାଲ ମୁକାବିଲାରେ ଲିଓନେଲ ମେସିଙ୍କ ଆର୍ଜେଣ୍ଟିନା ଦଳ ୩-୦ ଗୋଲରେ ଇକ୍ୱେଡରକୁ ହରାଇ ସେମିକୁ ଉଠିଛି। ୭ ତାରିଖ ବୁଧବାର ଦ୍ୱିତୀୟ ସେମିଫାଇନାଲରେ ଆର୍ଜେଣ୍ଟିନା ଓ କଲମ୍ବିଆ ପରସ୍ପରକୁ ବ୍ରାସିଲିଆର ଇଷ୍ଟାଡିଓ ନ୍ୟାଶନାଲ ଷ୍ଟାଡିୟମରେ ଭେଟିବେ। ପୂର୍ବରୁ ପ୍ରଥମ ସେମିରେ ଆସନ୍ତା ୬ ତାରିଖରେ ବ୍ରାଜିଲ ଓ ପେରୁ ମୁହଁାମୁହିଁ ହେବା ସ୍ପଷ୍ଟ ହୋଇସାରିଛି।
ସ୍ଥାନୀୟ ଇଷ୍ଟାଡିଓ ଅଲିମ୍ପିକୋ ଷ୍ଟାଡିୟମରେ ଅନୁଷ୍ଠିତ ଅନ୍ତିମ କ୍ୱାର୍ଟର ଫାଇନାଲ ମୁକାବିଲାରେ ଇକ୍ୱେଡର ବିପକ୍ଷରେ ଆର୍ଜେଣ୍ଟିନା ସମ୍ପୂର୍ଣ୍ଣ ରୂପେ ଆଧିପତ୍ୟ ବିସ୍ତାର କରି ଖେଳିଥିଲା। ଅଭିଜ୍ଞ ତାରକା ଫରଓ୍ବାର୍ଡ ତଥା ଅଧିନାୟକ ମେସି ଅନ୍ତିମ ମୁହୂର୍ତ୍ତରେ ଫ୍ରି କିକ୍‌ ଜରିଆରେ ଗୋଲ ଦେଇ ଆର୍ଜେଣ୍ଟିନାକୁ ବୃହତ୍‌ ବିଜୟ ପ୍ରଦାନ କରିଥିଲେ। ତେବେ ଏହାପୂର୍ବରୁ ମିଡ୍‌ଫିଲ୍ଡର ରୋଡ୍ରିଗୋ ଡି ପଲ ୪୦ତମ ମିନିଟ୍‌ରେ ଗୋଲ ଦେଇ ଆର୍ଜେଣ୍ଟିନାକୁ ପ୍ରଥମେ ଅଗ୍ରଣୀ କରାଇଥିଲେ। ସେହିପରି ୮୪ତମ ମିନିଟ୍‌ରେ ଷ୍ଟ୍ରାଇକର ଲାଉଟାରୋ ମାର୍ଟିନେଜ ଦଳ ତରଫରୁ ଦ୍ୱିତୀୟ ଗୋଲ ଦେଇଥିଲେ। ବିଜୟୀ ହୋଇଥିଲେ ମଧ୍ୟ ଆର୍ଜେଣ୍ଟିନା ଏକାଧିକ ସୁଯୋଗ ହରାଇଥିଲା।
ମେସି ଟୁର୍ନାମେଣ୍ଟରେ ତାଙ୍କର ଚତୁର୍ଥ ବ୍ୟକ୍ତିଗତ ଗୋଲ ଦେଇଛନ୍ତି। ସେ ଏଥିସହିତ କ୍ୟାରିୟରର ୭୬ତମ ଅନ୍ତର୍ଜାତୀୟ ଗୋଲ ସ୍କୋର କରିଛନ୍ତି। ଆଉ ଗୋଟିଏ ଗୋଲ ସ୍କୋର କଲେ ମେସି କିମ୍ବଦନ୍ତୀ ଫୁଟବଲର ପେଲେଙ୍କ ଦକ୍ଷିଣ ଆମେରିକା ରେକର୍ଡ (୯୨ ମ୍ୟାଚ୍‌, ୭୭ ଗୋଲ)ର ସମକକ୍ଷ ହେବେ। ତେବେ ମେସି ଏ ପର୍ଯ୍ୟନ୍ତ ଆର୍ଜେଣ୍ଟିନା ପାଇଁ ୧୪୯ତମ ମ୍ୟାଚ୍‌ ଖେଳିଛନ୍ତି। ନିଜ କ୍ଲବ ବାର୍ସିଲୋନା ଓ ଦେଶ ପାଇଁ ମେସି ଫ୍ରି କିକ୍‌ ଜରିଆରେ ମୋଟ ୫୮ତମ ଗୋଲ ସ୍କୋର କରିଛନ୍ତି। ଏହି କ୍ରମରେ ସେ ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ପଛରେ ପକାଇଛନ୍ତି। ସେମିଫାଇନାଲରେ ପହଞ୍ଚିବା ଲକ୍ଷ୍ୟ ଆମର ପୂରଣ ହୋଇଛି। ଏବେ କିଛିଦିନର ବିଶ୍ରାମ ପରେ କଲମ୍ବିଆ ପାଇଁ ରଣନୀତି ପ୍ରସ୍ତୁତ କରିବୁ ବୋଲି ମେସି କହିଛନ୍ତି। ଏଥର ଆର୍ଜେଣ୍ଟିନା ସଫଳ ହେଲେ ମେସି ଦେଶ ପାଇଁ ପ୍ରଥମ ମେଜର ଟାଇଟଲ ଜିତିବାର ଗୌରବ ଅର୍ଜନ କରିବେ। ଇକ୍ୱେଡର ଡିଫେଣ୍ଡର ପିଏରୋ ହିନକାପି ମ୍ୟାଚର ଅନ୍ତିମ ମୁହୂର୍ତ୍ତରେ ରେଡ୍‌କାର୍ଡ ପାଇ ପଡିଆ ବାହାରକୁ ଯାଇଥିଲେ।
ପେନାଲ୍ଟିରେ ହାରି ଉରୁଗୁଏ ଆଉଟ୍‌
ରିଓ: ସଂଘର୍ଷପୂର୍ଣ୍ଣ ତୃତୀୟ କ୍ୱାର୍ଟର ଫାଇନାଲରେ କଲମ୍ବିଆଠାରୁ ପେନାଲ୍ଟି ଜରିଆରେ ୪-୨ ଗୋଲରେ ପରାସ୍ତ ହୋଇ ଉରୁଗୁଏ ଟୁର୍ନାମେଣ୍ଟରୁ ବିଦାୟ ନେଇଛି। ବ୍ରାସିଲିଆରେ ଅନୁଷ୍ଠିତ ଏହି ମ୍ୟାଚର ଜବରଦସ୍ତ ସଂଘର୍ଷ ଦେଖିବାକୁ ମିଳିଥିଲା। ନିର୍ଦ୍ଧାରିତ ସମୟ ଓ ଅତିରିକ୍ତ ସମୟ ଶେଷସୁଦ୍ଧା ମ୍ୟାଚ୍‌ ଗୋଲଶୂନ୍ୟ ଭାବେ ଅମୀମାଂସିତ ରହିଥିଲା। ଫଳରେ ପେନାଲ୍ଟି ଶୁଟ୍‌ଆଉଟ୍‌ର ସହାୟତା ନିଆଯାଇଥିଲା। ଏଥିରେ କଲମ୍ବିଆ ୪-୨ ଗୋଲରେ ବିଜୟୀ ହୋଇ ସେମିକୁ ଉଠିଛି। କଲମ୍ବିଆ ଗୋଲକିପର ଡେଭିଡ ଓସ୍ପିନା ଦମ୍‌ଦାର ପ୍ରଦର୍ଶନ କରି ଏକାଧିକ ଗୋଲ ସେଭ କରି ଦଳକୁ ଜିତାଇଥିଲେ। ୨୦୧୫ ଓ ୨୦୧୯ କୋପା ଆମେରିକାରେ କଲମ୍ବିଆ ଯଥାକ୍ରମେ ଆର୍ଜେଣ୍ଟିନା ଓ ଚିଲିଠାରୁ ହାରି ଯନ୍ତ୍ରଣାଦାୟକ ଭାବେ ବିଦାୟ ନେଇଥିଲା। ୨୦୧୮ ବିଶ୍ୱକପ୍‌ରେ ମଧ୍ୟ କଲମ୍ବିଆ ରାଉଣ୍ଡ ଅଫ୍‌ ୧୬ରେ ଇଂଲଣ୍ଡଠାରୁ ହାରି ବିଦାୟ ନେଇଥିଲା। ଦୁଇ ତାରକା ଖେଳାଳି ତଥା ଓ୍ବିଙ୍ଗର ଜୁଆନ ଗୁଇଲେର୍ମୋ କୁଆଡ୍ରାଡୋ ଓ ମିଡ୍‌ଫିଲ୍ଡର ମାଥେଉସ ଉରିବେ ଯଥାକ୍ରମେ ସସ୍‌ପେନସନ ଓ ଇଞ୍ଜୁରି କାରଣରୁ ଖେଳି ନ ଥିଲେ ମଧ୍ୟ କଲମ୍ବିଆ ଆରମ୍ଭରୁ ପ୍ରଭାବ ବିସ୍ତାର କରି ଖେଳିବାକୁ ପ୍ରୟାସ କରିଥିଲା। ୫ଟି ମ୍ୟାଚ୍‌ରେ ମାତ୍ର ଗୋଟିଏ ବିଜୟ ସହ କଲମ୍ବିଆ ସେମିକୁ ଉଠିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହାତରେ ମଦ ବୋତଲ ଧରି ବୁଲୁଛନ୍ତି ତେନ୍ଦୁଲକରଙ୍କ ଝିଅ ସାରା, ଭିଡିଓ ଭାଇରାଲ୍

ଗୋଆ,୩୧ା୧୨: କ୍ରିକେଟ୍ ଦୁନିଆର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଏବେ ଚର୍ଚ୍ଚାରେ। ନିକଟରେ ସାରାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍...

ଶକ୍ତିଶାଳୀ ଦିଲ୍ଲୀକୁ ହରାଇଲା ଓଡ଼ିଶା, ବିରାଟ ଅନୁପସ୍ଥିତିରେ ମାଟି କାମୁଡ଼ିଲା ରିଷଭଙ୍କ ଟିମ୍

ବେଙ୍ଗାଲୁରୁ,୩୧ା୧୨: ବିଜୟ ହଜାରେ ଟ୍ରଫିର ଏଲିଟ୍ ଗ୍ରୁପ୍-ଡି ମୁକାବିଲାରେ ଓଡ଼ିଶା କ୍ରିକେଟ୍ ଦଳ ଶକ୍ତିଶାଳୀ ଦିଲ୍ଲୀକୁ ୭୯ ରନ୍‌ରେ ପରାସ୍ତ କରିଛି। ଷ୍ଟାର୍ ବ୍ୟାଟର ବିରାଟ...

ବିରାଟ-ରୋହିତଙ୍କୁ ଟେଷ୍ଟରୁ ଅବସର ନେବାକୁ କରାଯାଇଥିଲା ବାଧ୍ୟ! ଏହି ଖେଳାଳିଙ୍କ ବୟାନ ପରେ କ୍ରିକେଟ ଜଗତରେ ଝଡ

ନୂଆଦିଲ୍ଲୀ,୩୧।୧୨: କ୍ରିକେଟର ଦୁଇ ବଡ ନାମ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ହଠାତ୍‌ ଟେଷ୍ଟ କ୍ରିକେଟରୁ ଅବସରକୁ ନେଇ ଚର୍ଚ୍ଚା ପୁଣି ଥରେ ତୀବ୍ର...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

ଟି-୨୦ ବିଶ୍ୱକପରୁ ବାଦ୍‌ ପଡିଲେ ଏହି ୩ ଷ୍ଟାର ଖେଳାଳି, ଆଇପିଏଲ ନିଲାମରେ କୋଟି କୋଟି ଟଙ୍କା ମିଳି ମଧ୍ୟ…

ନୂଆଦିଲ୍ଲୀ,୩୦।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଇଂଲଣ୍ଡର ଦଳ ଘୋଷଣା କରାଯାଇଛି। ଇସିବି ଅସ୍ଥାୟୀ ଦଳ ପ୍ରକାଶ କରିଛି। ଦଳରେ ହ୍ୟାରି ବ୍ରୁକ (ଅଧିନାୟକ), ଜୋଫ୍ରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri