Posted inଖେଳ

କୋପା ଆମେରିକା ଫୁଟ୍‌ବଲ: ଆର୍ଜେଣ୍ଟିନା- କଲମ୍ବିଆ ସେମି ମୁକାବିଲା

ରିଓ ଡି ଜେନିରୋ,୫।୭: କୋପା ଆମେରିକା ଫୁଟ୍‌ବଲ ଟୁର୍ନାମେଣ୍ଟରେ ଅନ୍ୟତମ ଫେଭରାଇଟ ଦଳ ଆର୍ଜେଣ୍ଟିନା ସେମିଫାଇନାଲରେ ପ୍ରବେଶ କରିଛି। ଶନିବାର ଅନୁଷ୍ଠିତ କ୍ୱାର୍ଟର ଫାଇନାଲ ମୁକାବିଲାରେ ଲିଓନେଲ ମେସିଙ୍କ ଆର୍ଜେଣ୍ଟିନା ଦଳ ୩-୦ ଗୋଲରେ ଇକ୍ୱେଡରକୁ ହରାଇ ସେମିକୁ ଉଠିଛି। ୭ ତାରିଖ ବୁଧବାର ଦ୍ୱିତୀୟ ସେମିଫାଇନାଲରେ ଆର୍ଜେଣ୍ଟିନା ଓ କଲମ୍ବିଆ ପରସ୍ପରକୁ ବ୍ରାସିଲିଆର ଇଷ୍ଟାଡିଓ ନ୍ୟାଶନାଲ ଷ୍ଟାଡିୟମରେ ଭେଟିବେ। ପୂର୍ବରୁ ପ୍ରଥମ ସେମିରେ ଆସନ୍ତା ୬ ତାରିଖରେ ବ୍ରାଜିଲ ଓ ପେରୁ ମୁହଁାମୁହିଁ ହେବା ସ୍ପଷ୍ଟ ହୋଇସାରିଛି।
ସ୍ଥାନୀୟ ଇଷ୍ଟାଡିଓ ଅଲିମ୍ପିକୋ ଷ୍ଟାଡିୟମରେ ଅନୁଷ୍ଠିତ ଅନ୍ତିମ କ୍ୱାର୍ଟର ଫାଇନାଲ ମୁକାବିଲାରେ ଇକ୍ୱେଡର ବିପକ୍ଷରେ ଆର୍ଜେଣ୍ଟିନା ସମ୍ପୂର୍ଣ୍ଣ ରୂପେ ଆଧିପତ୍ୟ ବିସ୍ତାର କରି ଖେଳିଥିଲା। ଅଭିଜ୍ଞ ତାରକା ଫରଓ୍ବାର୍ଡ ତଥା ଅଧିନାୟକ ମେସି ଅନ୍ତିମ ମୁହୂର୍ତ୍ତରେ ଫ୍ରି କିକ୍‌ ଜରିଆରେ ଗୋଲ ଦେଇ ଆର୍ଜେଣ୍ଟିନାକୁ ବୃହତ୍‌ ବିଜୟ ପ୍ରଦାନ କରିଥିଲେ। ତେବେ ଏହାପୂର୍ବରୁ ମିଡ୍‌ଫିଲ୍ଡର ରୋଡ୍ରିଗୋ ଡି ପଲ ୪୦ତମ ମିନିଟ୍‌ରେ ଗୋଲ ଦେଇ ଆର୍ଜେଣ୍ଟିନାକୁ ପ୍ରଥମେ ଅଗ୍ରଣୀ କରାଇଥିଲେ। ସେହିପରି ୮୪ତମ ମିନିଟ୍‌ରେ ଷ୍ଟ୍ରାଇକର ଲାଉଟାରୋ ମାର୍ଟିନେଜ ଦଳ ତରଫରୁ ଦ୍ୱିତୀୟ ଗୋଲ ଦେଇଥିଲେ। ବିଜୟୀ ହୋଇଥିଲେ ମଧ୍ୟ ଆର୍ଜେଣ୍ଟିନା ଏକାଧିକ ସୁଯୋଗ ହରାଇଥିଲା।
ମେସି ଟୁର୍ନାମେଣ୍ଟରେ ତାଙ୍କର ଚତୁର୍ଥ ବ୍ୟକ୍ତିଗତ ଗୋଲ ଦେଇଛନ୍ତି। ସେ ଏଥିସହିତ କ୍ୟାରିୟରର ୭୬ତମ ଅନ୍ତର୍ଜାତୀୟ ଗୋଲ ସ୍କୋର କରିଛନ୍ତି। ଆଉ ଗୋଟିଏ ଗୋଲ ସ୍କୋର କଲେ ମେସି କିମ୍ବଦନ୍ତୀ ଫୁଟବଲର ପେଲେଙ୍କ ଦକ୍ଷିଣ ଆମେରିକା ରେକର୍ଡ (୯୨ ମ୍ୟାଚ୍‌, ୭୭ ଗୋଲ)ର ସମକକ୍ଷ ହେବେ। ତେବେ ମେସି ଏ ପର୍ଯ୍ୟନ୍ତ ଆର୍ଜେଣ୍ଟିନା ପାଇଁ ୧୪୯ତମ ମ୍ୟାଚ୍‌ ଖେଳିଛନ୍ତି। ନିଜ କ୍ଲବ ବାର୍ସିଲୋନା ଓ ଦେଶ ପାଇଁ ମେସି ଫ୍ରି କିକ୍‌ ଜରିଆରେ ମୋଟ ୫୮ତମ ଗୋଲ ସ୍କୋର କରିଛନ୍ତି। ଏହି କ୍ରମରେ ସେ ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ପଛରେ ପକାଇଛନ୍ତି। ସେମିଫାଇନାଲରେ ପହଞ୍ଚିବା ଲକ୍ଷ୍ୟ ଆମର ପୂରଣ ହୋଇଛି। ଏବେ କିଛିଦିନର ବିଶ୍ରାମ ପରେ କଲମ୍ବିଆ ପାଇଁ ରଣନୀତି ପ୍ରସ୍ତୁତ କରିବୁ ବୋଲି ମେସି କହିଛନ୍ତି। ଏଥର ଆର୍ଜେଣ୍ଟିନା ସଫଳ ହେଲେ ମେସି ଦେଶ ପାଇଁ ପ୍ରଥମ ମେଜର ଟାଇଟଲ ଜିତିବାର ଗୌରବ ଅର୍ଜନ କରିବେ। ଇକ୍ୱେଡର ଡିଫେଣ୍ଡର ପିଏରୋ ହିନକାପି ମ୍ୟାଚର ଅନ୍ତିମ ମୁହୂର୍ତ୍ତରେ ରେଡ୍‌କାର୍ଡ ପାଇ ପଡିଆ ବାହାରକୁ ଯାଇଥିଲେ।
ପେନାଲ୍ଟିରେ ହାରି ଉରୁଗୁଏ ଆଉଟ୍‌
ରିଓ: ସଂଘର୍ଷପୂର୍ଣ୍ଣ ତୃତୀୟ କ୍ୱାର୍ଟର ଫାଇନାଲରେ କଲମ୍ବିଆଠାରୁ ପେନାଲ୍ଟି ଜରିଆରେ ୪-୨ ଗୋଲରେ ପରାସ୍ତ ହୋଇ ଉରୁଗୁଏ ଟୁର୍ନାମେଣ୍ଟରୁ ବିଦାୟ ନେଇଛି। ବ୍ରାସିଲିଆରେ ଅନୁଷ୍ଠିତ ଏହି ମ୍ୟାଚର ଜବରଦସ୍ତ ସଂଘର୍ଷ ଦେଖିବାକୁ ମିଳିଥିଲା। ନିର୍ଦ୍ଧାରିତ ସମୟ ଓ ଅତିରିକ୍ତ ସମୟ ଶେଷସୁଦ୍ଧା ମ୍ୟାଚ୍‌ ଗୋଲଶୂନ୍ୟ ଭାବେ ଅମୀମାଂସିତ ରହିଥିଲା। ଫଳରେ ପେନାଲ୍ଟି ଶୁଟ୍‌ଆଉଟ୍‌ର ସହାୟତା ନିଆଯାଇଥିଲା। ଏଥିରେ କଲମ୍ବିଆ ୪-୨ ଗୋଲରେ ବିଜୟୀ ହୋଇ ସେମିକୁ ଉଠିଛି। କଲମ୍ବିଆ ଗୋଲକିପର ଡେଭିଡ ଓସ୍ପିନା ଦମ୍‌ଦାର ପ୍ରଦର୍ଶନ କରି ଏକାଧିକ ଗୋଲ ସେଭ କରି ଦଳକୁ ଜିତାଇଥିଲେ। ୨୦୧୫ ଓ ୨୦୧୯ କୋପା ଆମେରିକାରେ କଲମ୍ବିଆ ଯଥାକ୍ରମେ ଆର୍ଜେଣ୍ଟିନା ଓ ଚିଲିଠାରୁ ହାରି ଯନ୍ତ୍ରଣାଦାୟକ ଭାବେ ବିଦାୟ ନେଇଥିଲା। ୨୦୧୮ ବିଶ୍ୱକପ୍‌ରେ ମଧ୍ୟ କଲମ୍ବିଆ ରାଉଣ୍ଡ ଅଫ୍‌ ୧୬ରେ ଇଂଲଣ୍ଡଠାରୁ ହାରି ବିଦାୟ ନେଇଥିଲା। ଦୁଇ ତାରକା ଖେଳାଳି ତଥା ଓ୍ବିଙ୍ଗର ଜୁଆନ ଗୁଇଲେର୍ମୋ କୁଆଡ୍ରାଡୋ ଓ ମିଡ୍‌ଫିଲ୍ଡର ମାଥେଉସ ଉରିବେ ଯଥାକ୍ରମେ ସସ୍‌ପେନସନ ଓ ଇଞ୍ଜୁରି କାରଣରୁ ଖେଳି ନ ଥିଲେ ମଧ୍ୟ କଲମ୍ବିଆ ଆରମ୍ଭରୁ ପ୍ରଭାବ ବିସ୍ତାର କରି ଖେଳିବାକୁ ପ୍ରୟାସ କରିଥିଲା। ୫ଟି ମ୍ୟାଚ୍‌ରେ ମାତ୍ର ଗୋଟିଏ ବିଜୟ ସହ କଲମ୍ବିଆ ସେମିକୁ ଉଠିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

PSL 2026: ହାଇଦ୍ରାବାଦ ଅଧିନାୟକ ହେଲେ ମାର୍ନସ ଲାବୁସେନ, ଚମକାଇଲା ନିଷ୍ପତ୍ତି

କରାଚୀ,୧୭।୩: ଅଷ୍ଟ୍ରେଲିଆର ଷ୍ଟାର୍‌ ବ୍ୟାଟର ମାର୍ନସ ଲାବୁସେନ ପ୍ରଥମ ଥର ପାଇଁ ପାକିସ୍ତାନ ସୁପର ଲିଗ (PSL) ଖେଳିବାକୁ ଯାଉଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ପଦାର୍ପଣ…

ସିରିଜ୍‌କୁ ୧-୧ରେ ବରାବର କଲା ନ୍ୟୁଜିଲାଣ୍ଡ

ହାମିଲଟନ,୧୭ା୩: ଡେଭନ କନଓ୍ବେଙ୍କ ଅର୍ଦ୍ଧଶତକୀୟ ପାଳି ବଳରେ ନ୍ୟୁଜିଲାଣ୍ଡ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ୬୮ ରନରେ ପରାସ୍ତ କରିଛି। ଏହି ବିଜୟ ସହିତ ନ୍ୟୁଜିଲାଣ୍ଡ…

ରୋହିତଙ୍କ ପାଇଁ ମୁମ୍ବାଇ ଇଣ୍ଡିଆନ୍ସର ସ୍ବତନ୍ତ୍ର ପ୍ଲାନ! କେମିତି ଖେଳିବେ ସେ ନେଇ ସ୍ପଷ୍ଟ କଲେ ହେଡ୍‌ କୋଚ୍‌

ମୁମ୍ବାଇ,୧୭।୩: ଇଣ୍ଡିଆନ ପ୍ରିମିୟର ଲିଗ (IPL) ୨୦୨୬ ପାଇଁ ପ୍ରସ୍ତୁତି ଏବେ ଜୋରଦାର ଚାଲିଛି। ମୁମ୍ବାଇ ଇଣ୍ଡିଆନ୍ସର ପୂର୍ବତନ ଅଧିନାୟକ ତଥା ଷ୍ଟାର୍‌ ବ୍ୟାଟର ରୋହିତ ଶର୍ମା…

ସନରାଇଜର୍ସ ହାଇଦ୍ରାବାଦର ନେତୃତ୍ୱ ନେଇପାରନ୍ତି ଇଶାନ କିଶନ

ନୂଆଦିଲ୍ଲୀ,୧୭ା୩: ଭାରତର ବାମହାତୀ ବିସ୍ଫୋରକ ବ୍ୟାଟର ଇଶାନ କିଶନ ଆଇପିଏଲ୍‌ର ପ୍ରାରମ୍ଭିକ କିଛି ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ ଦଳର ନେତୃତ୍ୱ ନେଇପାରନ୍ତି। ନିୟମିତ ଅଧିନାୟକ ପ୍ୟାଟ କୁମିନ୍ସ…

ନ୍ୟୁଜିଲ୍ୟାଣ୍ଡ ପରେ ଦକ୍ଷିଣ ଆଫ୍ରିକାକୁ ବଡ଼ ଝଟକା, T20 ସିରିଜରୁ ବାଦ ପଡ଼ିଲେ ଷ୍ଟାର ଖେଳାଳି

ନୂଆଦିଲ୍ଲୀ,୧୭।୩: ଦକ୍ଷିଣ ଆଫ୍ରିକା ଟିମ୍ ବର୍ତ୍ତମାନ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ ପାଇଁ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରୁଛି। ଦୁଇ ଦଳ ମଧ୍ୟରେ ସିରିଜର ଦ୍ୱିତୀୟ ଟି-୨୦…

ଦୁଃଖ ବଖାଣିଲେ ରଶିଦ ଖାନ: ପାକିସ୍ତାନ ଉପରେ ବର୍ଷିଲେ, ଜାଣିଶୁଣି…

କାବୁଲ,୧୭।୩: ପାକିସ୍ତାନ ପୁଣି ଥରେ ଆଫଗାନିସ୍ତାନ ଉପରେ ବିମାନ ଆକ୍ରମଣ କରିଛି। ଏହି ବିମାନ ଆକ୍ରମଣ ମାଧ୍ୟମରେ ପାକିସ୍ତାନ ଆଫଗାନିସ୍ତାନର କାବୁଲରେ ଧ୍ୱଂସଲୀଳା ସୃଷ୍ଟି କରିଛି। ଏହି…

IPL 2026 ପୂର୍ବରୁ ଧୋନିଙ୍କ ସହ ଫୋନରେ କଥା ହେଲେ ସଞ୍ଜୁ ସାମସନ, କହିଲେ କିଛି ଭିତିରି କଥା, ଯାହାକୁ ନେଇ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୧୭।୩: ଟି-୨୦ ବିଶ୍ୱକପ ବିଜୟୀ ଦଳର ନାୟକ ସଞ୍ଜୁ ସାମସନ ସୋମବାର କହିଛନ୍ତି ଯେ ଆଗାମୀ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ପାଇଁ ଖେଳୁଥିବା ସମୟରେ…

ଏସିଆନ ଫୁଟବଲ କନଫେଡେରେଶନର ବଡ଼ ଘୋଷଣା: ଇରାନ ଫିଫା ବିଶ୍ୱକପ୍‌ ଖେଳିବ

କୁଆଲାଲୁମ୍ପୁର,୧୬ା୩: ଆସନ୍ତା ଜୁନରେ ଆମେରିକା, କାନାଡା ଓ ମେକ୍ସିକୋରେ ହେବାକୁ ଥିବା ଫିଫା ବିଶ୍ୱକପ୍‌ରେ ଇରାନ ଖେଳିବ। ଏ ନେଇ ଏସିଆନ ଫୁଟବଲ କନଫେଡେରେଶନ (ଏଏଫ୍‌ସି) ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri