ସ୍ବଚ୍ଛତା ଆଣିବ ସମନ୍ବୟ

ଅନୁଗୋଳ ଅଫିସ, ୩୧। ୩ – ଅନୁଗୋଳ ସହରର ଦୀର୍ଘଦିନର ଅଳିଆ ସମସ୍ୟା ଦୂର ହେବ। ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଉତ୍ତମ ସମନ୍ବୟ ଦ୍ୱାରା ପୌରାଞ୍ଚଳର ପ୍ରତିଟି ଓ୍ବାର୍ଡକୁ ସ୍ବଚ୍ଛ କରାଯିବ। ଏଥିପାଇଁ ୨୩ଟି ଓ୍ବାର୍ଡରେ ନୂଆ କରି ‘ମୋ ଓ୍ବାର୍ଡ’ ବ୍ୟବସ୍ଥା ଆରମ୍ଭ ହେବ। ନିଜ ଓ୍ବାର୍ଡର ସଫେଇ କାର୍ଯ୍ୟ ତଦାରଖ ସହ ଏ ନେଇ ପରାମର୍ଶ ଦେବାକୁ ବୁଦ୍ଧିଜୀବୀ ଓ ସାମାଜିକ କର୍ମୀଙ୍କୁ ନେଇ ଗୋଟିଏ ଲେଖାଏ କମିଟି ଗଠନ କରାଯିବ। ଏହି କମିଟି ମାଧ୍ୟମରେ ସହରକୁ ସ୍ବଚ୍ଛ, ସୁନ୍ଦର କରାଯିବା ସହ ଶ୍ରେଷ୍ଠ ଓ୍ବାର୍ଡକୁ ୩୦ ଲକ୍ଷ ଟଙ୍କାର ପୁରସ୍କାର ପ୍ରଦାନ କରାଯିବ।
ଅନୁଗୋଳ ସହରକୁ ଆବର୍ଜନାମୁକ୍ତ ସହ ସ୍ବଚ୍ଛତା କ୍ଷେତ୍ରରେ ନମ୍ବର ଓ୍ବାନ କରିବାକୁ ପୌର ପ୍ରଶାସନ ପକ୍ଷରୁ ଖୁବ୍‌ଶୀଘ୍ର ମୋ ଓ୍ବାର୍ଡ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ। ଏ ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇସାରିଛି। ପ୍ରତି ୱାର୍ଡର ୱାର୍ଡ ଅଫିସରଙ୍କ ସହିତ ସ୍ବଚ୍ଛସାଥୀ, ସ୍ବୟଂ ସହାୟକ ଗୋଷ୍ଠୀ, ବରିଷ୍ଠ ନାଗରିକ, ଅବସରପ୍ରାପ୍ତ ସରକାରୀ ଅଧିକାରୀ/କର୍ମଚାରୀ, ଶିକ୍ଷିତ ମହିଳା, ସାମାଜିକ କର୍ମୀଙ୍କୁ ନେଇ ୧୦ ସଦସ୍ୟ ବିଶିଷ୍ଟ ଗୋଟିଏ ଲେଖାଏ ୱାର୍ଡ କମିଟି ଗଠନ କରାଯିବ। ନିଜ ଓ୍ବାର୍ଡରୁ ଅଳିଆ ଠିକ୍‌ ଭାବେ ଉଠୁଛି କି ନାହିଁ, କେଉଁ ଅଞ୍ଚଳରେ କିଭଳି ସମସ୍ୟା ରହୁଛି ଓ ତାହାର ସମାଧାନ କ’ଣ ସେ ନେଇ କମିଟି ପକ୍ଷରୁ ପୌର ପାଳିକାକୁ ଅବଗତ କରାଯିବ। କେଉଁ ୱାର୍ଡରେ କେତେ ଜଣ ସଫେଇ କର୍ମଚାରୀ ନିୟୋଜିତ ହୋଇଛନ୍ତି ତାହାର ଚିଠା କମିଟି ପାଖରେ ରହିବ। ସେହିପରି କେଉଁ ସମୟରେ କେଉଁ ଓ୍ବାର୍ଡରୁ ଓଦା ଓ ଶୁଖିଲା ଅଳିଆ ବ୍ୟାଟେରିଚାଳିତ ଗାଡିରେ ଉଠାଯିବ ତାହାର ତାଲିକା ପୌରପାଳିକା ପକ୍ଷରୁ ପ୍ରସ୍ତୁତ ସରିଛି। ଏହି ଦାୟିତ୍ୱ ସମ୍ପୂର୍ଣ୍ଣ ଭାବେ ସ୍ବଚ୍ଛସାଥୀଙ୍କୁ ପ୍ରଦାନ କରାଯିବ। ସେମାନେ ଲୋକଙ୍କ ଘରୁ ଶୁଖିଲା ଏବଂ ଓଦା ଅଳିଆ ସଂଗ୍ରହ କରି ସିଧାସଳଖ ଏମ୍‌ସିସିକୁ ପଠାଇବେ। ତେଣୁ ସହରର କୌଣସି ସ୍ଥାନରେ ଆଉ ଅଳିଆ ଜମାହୋଇ ରହିବ ନାହିଁ କି ସେଠାରୁ ଉଠାଇବାକୁ ପଡ଼ିବ ନାହିଁ। ଏହାଛଡ଼ା ସହରବାସୀ ସେମାନଙ୍କ ଆବର୍ଜନା ଗାଡ଼ିକୁ ନ ଦେଇ ଅନ୍ୟ ସ୍ଥାନରେ ଫିଙ୍ଗିଲେ ଜରିମାନା ଆଦାୟ କରାଯିବ। ଗଠନ ହେବାକୁ ଥିବା ୱାର୍ଡ କମିଟିଗୁଡ଼ିକ ପ୍ରତି ମାସରେ ସମୀକ୍ଷା ବୈଠକ କରି ନିଜ ୱାର୍ଡ କେତେ ସ୍ବଚ୍ଛ ରହିଛି କିମ୍ବା ଅନ୍ୟ କିଛି ସମସ୍ୟା ରହିଛି, ସେ ନେଇ ପୌର ପାଳିକାକୁ ପ୍ରସ୍ତାବ ପଠାଇବେ। ଭଲ କାମ ହେଉଥିବା କମିଟି ରିପୋର୍ଟ ଦେଲେ ସଫେଇ କର୍ମଚାରୀ ବା ସଂସ୍ଥାକୁ ପୁରସ୍କୃତ କରାଯିବ। ଖରାପ କାମ ରିପୋର୍ଟ ମିଳିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପ୍ରତି ୬ ମାସରେ ପୌର ପ୍ରଶାସନ ଓ୍ବାର୍ଡ କାର୍ଯ୍ୟ ସମୀକ୍ଷା କରି ଶ୍ରେଷ୍ଠ ୩ ଓ୍ବାର୍ଡକୁ ପୁରସ୍କାର ପ୍ରଦାନର ବ୍ୟବସ୍ଥା କରିବ ବୋଲି ପୌରପାଳିକା ପକ୍ଷରୁ କୁହାଯାଇଛି।
ଅଳିଆ ସମସ୍ୟା ରହିବ ନାହିଁ
ସହରରେ ମୋ ୱାର୍ଡ କାର୍ଯ୍ୟକ୍ରମ ଆରମ୍ଭ ହେବ। ଗଢ଼ାଯାଇଥିବା ୱାର୍ଡ କମିଟି ସହରର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ ନେଇ ପୌରପାଳିକାକୁ ପରାମର୍ଶ ଦେବ। ଏହି କମିଟି ରିପୋର୍ଟ ସଫେଇ କର୍ମଚାରୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବ। ତେଣୁ ସହରରେ ଅଳିଆ ସମସ୍ୟା ରହିବ ନାହିଁ, କି ସୌନ୍ଦର୍ଯ୍ୟକରଣରେ ଅସୁବିଧା ହେବ ନାହିଁ।
-ଗିରିଜା ଶଙ୍କର ମଲ୍ଲିକ, ପୌର ନିର୍ବାହୀ ଅଧିକାରୀ
ଅସୁବିଧା ଜାଣିପାରିବ ପ୍ରଶାସନ
ଏହା ସରକାରଙ୍କ ଏକ ଭଲ ପ୍ରୟାସ। ଏଭଳି ହେଲେ ଲୋକଙ୍କ ସମସ୍ୟା ସହଜରେ ପ୍ରଶାସନ ନିକଟରେ ପହଞ୍ଚତ୍ପାରିବ। ଲୋକଙ୍କ ସମ୍ପୃକ୍ତି ରହିଲେ ସ୍ବଚ୍ଛତା ପାଖରୁ ସୌନ୍ଦର୍ଯ୍ୟକରଣ କ୍ଷେତ୍ରରେ ୱାର୍ଡଗୁଡ଼ିକର ଚିତ୍ର ବଦଳିବ। ଏଥିସହ ପ୍ରତିଯୋଗିତା ମନୋଭାବ ମଧ୍ୟ ରହିବ।
-ଡ. ଧରଣୀଧର ନାଥ, ଅବସରପ୍ରାପ୍ତ ପ୍ରଶାସକ
ପରିମଳ ବ୍ୟବସ୍ଥାରେ ପରିବର୍ତ୍ତନ ଆସିବ
ମୋ ୱାର୍ଡ କାର୍ଯ୍ୟକାରୀ ହେଲେ ଭଲ ହେବ। ସହରର ପରିମଳ ବ୍ୟବସ୍ଥା ସୁଧୁରିବ। ଲୋକମାନେ ମଧ୍ୟ ସଚେତନ ହେବେ। ଯେଉଁମାନେ ଆବର୍ଜନା ବାହାରେ ଫିଙ୍ଗିବେ ସେମାନଙ୍କ ସମ୍ପର୍କରେ କମିଟି ଓ ପୌରପାଳିକାକୁ ଅବଗତ କରାଯିବ। ଜରିମାନା ଆଦାୟ କରାଗଲେ ସେମାନେ ଚେତିବେ।
-ଧୁଲଣା ଦେହୁରୀ, ସ୍ବଚ୍ଛସାଥୀ
ଲୋକଙ୍କ ସମ୍ପୃକ୍ତି ରହିଲେ ସହର ଚମକିବ
ଓ୍ବାର୍ଡଗୁଡ଼ିକର ସଫେଇ ବ୍ୟବସ୍ଥା ସେହି ଓ୍ବାର୍ଡବାସିନ୍ଦାଙ୍କ ଦ୍ୱାରା ତଦାରଖ ହେଲେ ପରିମଳ ବ୍ୟବସ୍ଥାରେ ପରିବର୍ତ୍ତନ ଆସିବ। ଲୋକମାନେ ନିଜେ ସଚେତନ ହେବା ସହ ଅଞ୍ଚଳର ବିକାଶ କଥା ଚିନ୍ତା କରିବେ। ଏଣେ ତେଣେ ଅଳିଆ ପକା ନ ଗଲେ ଅନୁଗୋଳ ସହର ଚମକିବ।
-ସୁଶ୍ରୀସଙ୍ଗୀତା ମହାନ୍ତି, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡିରେ ଅସହ୍ୟ ଶୀତ: ଚତୁର୍ଥ ଦିନରେ ତୁଷାରପାତ 

ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଗତ କିଛିଦିନ ହେଲା କାଶ୍ମୀର ଭଳି ପରିସ୍ଥିତି ଦେଖାଯାଇଛି। ରବିବାରକୁ ମିଶାଇ ଗତ ଚାରିଦିନ ଧରି...

ଜଙ୍ଗଲରେ ହଜିବାରେ ଲାଗିଛି  ଉଇ ହୁଙ୍କା ସଂଖ୍ୟା : ଭୂତଳ ଜଳର ଉତ୍ସ ଚିହ୍ନଟ କରିବାରେ …

ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ସୃଷ୍ଟି ଓ ପ୍ରକୃତି ସହ ଜଡିତ ଉଇ ହୁଙ୍କାର ସମ୍ପର୍କ। ହେଲେ ମାତ୍ର ଧୀରେଧୀରେ ଜଙ୍ଗଲରେ ଉଇ ହୁଙ୍କାର ସଂଖ୍ୟା କମିବାରେ...

୨୫ ରେ ତିଲିସିଙ୍ଗି ରେ ପ୍ରଦେଶ ସଭା : ୪ ଦିନ ବ୍ୟାପୀ…

ଭଞ୍ଜନଗର,୧୩।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ରୁ ୨୮ ତାରିଖ ପର୍ଯ୍ୟନ୍ତ ୪ ଦିନ ବ୍ୟାପୀ ନିଖିଳ ଉତ୍କଳ କୁର୍ମି...

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ମଣ୍ଡିରୁ ଉଠୁନି ଧାନ: ବଢୁଛି ଚାଷୀ ଅସନ୍ତୋଷ

ନୂଆପଡ଼ା,୧୨ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର ନୂଆପଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri