ସଙ୍କଟରେ ସମନ୍ବୟ ଜରୁରୀ

ନୂଆଦିଲ୍ଲୀ,୮ା୭: ମହାମାରୀ କରୋନା ଭାରତକୁ ଅନେକ ଯନ୍ତ୍ରଣାଦାୟକ ଶିକ୍ଷା ଦେଇଛି। ପ୍ରଥମଟି ହେଲା ଆମେ ପ୍ରକୃତିର ନିର୍ମମ ଶୋଷଣ ଜାରି ରଖିପାରିବା ନାହିଁ। ସେହିପରି ଜଳବାୟୁ ସଙ୍କଟ, ଅନିଶ୍ଚିତ ପାଣିପାଗ, ବାୟୁ, ସ୍ଥଳ ଓ ସମୁଦ୍ରର ପ୍ରଦୂଷଣ ଭାରତ ତଥା ବିଶ୍ୱକୁ ବିପଦ ମୁହଁକୁ ଠେଲିଦେଇଥିବାରୁ ଏସବୁ ଦିଗରେ ସଚେତନ ହୋଇ ଉପଯୁକ୍ତ କାର୍ଯ୍ୟପନ୍ଥା ନ ଆପଣାଇଲେ ଚଳିତ ଶତାବ୍ଦୀର ଶେଷ ଆଡ଼କୁ ସମସ୍ୟା ବହୁଗୁଣିତ ହେବ। ତେଣୁ କୋଭିଡ୍‌-୧୯କୁ ହରାଇବା ଲାଗି ପ୍ରକୃତିର ସୁରକ୍ଷା, ସ୍ବାସ୍ଥ୍ୟ କ୍ଷେତ୍ରରେ ନିବେଶ, ଗରିବଙ୍କ ପାଇଁ ସୁରକ୍ଷିତ ବ୍ୟବସ୍ଥା ଓ ବୈଶ୍ୱିକ ସହଯୋଗିତାକୁ ତ୍ୱରାନ୍ବିତ କରିବା ଜରୁରୀ ହୋଇପଡ଼ିଛି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।
ଲକ୍‌ଡାଉନ ବେଳେ ପ୍ରଦୂଷଣ ସ୍ତର ହ୍ରାସ ପାଇବାରୁ ଅନେକ ଦଶନ୍ଧି ପରେ ନୀଳ ଆକାଶ ଦେଖିବାର ସୁଯୋଗ ମିଳିଲା। ଅନେକ ପ୍ରଜାତିର ପ୍ରାଣୀ, ପକ୍ଷୀ ଓ କୀଟ ପ୍ରାକୃତିକ ସହାବସ୍ଥାନରେ ଚଳପ୍ରଚଳ ହେଲେ। ଏହି ସକାରାମତ୍କ ଘଟଣାକ୍ରମଗୁଡ଼ିକୁ ସ୍ଥାୟୀଭାବେ ବଳବତ୍ତର ରଖିବା ଲାଗି ସବୁ ସ୍ତରରେ ଉଦ୍ୟମ ହେବା ଆବଶ୍ୟକ। ଦ୍ୱିତୀୟ ଶିକ୍ଷାଟି ହେଉଛି ଭାରତକୁ ନିଜର ବିକାଶମୂଳକ ଯୋଜନାଗୁଡ଼ିକୁ ପୁନର୍ଗଠନ କରି ସ୍ବାସ୍ଥ୍ୟ ଓ ଶିକ୍ଷା ପ୍ରତି ଧ୍ୟାନ ଦେବାକୁ ପଡ଼ିବ। ଏହି ଦୁଇ କ୍ଷେତ୍ରରେ ମୋଟ ଘରୋଇ ଉତ୍ପାଦ (ଜିଡିପି)ର ମାତ୍ର ୩% ଖର୍ଚ୍ଚ ହେଉଛି। ସ୍ବାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରକୁ ପୁନର୍ଗଠନ କରି ସୁଦୃଢ଼ କରା ନ ଗଲେ ବିଶ୍ୱସ୍ତରୀୟ ଶକ୍ତି ଭାବେ ଉଭା ହେବା ପାଇଁ ରହିଥିବା ସମସ୍ତ ଯୋଜନା ବେକାର ହୋଇଯିବ। ସ୍ବାଧୀନତା ପରଠୁ ଆମେ ଏହା ହାସଲ କରି ନ ପାରିବା ଏକ ଜାତୀୟ ବିଫଳତା। ଏହା ମଧ୍ୟ ସ୍ପଷ୍ଟ ଯେ, ଭାରତ ଭଳି ଏକ ବିଶାଳ ଦେଶରେ ଯେଉଁ ଦଳ କ୍ଷମତାରେ ଥାଉ ନା କାହିଁିକି କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଘନିଷ୍ଠ ସହଯୋଗିତା ଜରୁରୀ ବୋଲି ଏପରି ସଙ୍କଟ ବାଟ ବତାଏ। ସ୍ବାସ୍ଥ୍ୟ ଏକ ରାଜ୍ୟ ପ୍ରସଙ୍ଗ ଏବଂ ଚୂଡ଼ାନ୍ତ ବିଶ୍ଳେଷଣରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ହିଁ ସାମ୍ପ୍ରତିକ ସଙ୍କଟର ତୃଣମୂଳ ସ୍ତରରେ ମୁକାବିଲା କରିଛନ୍ତି। ଏହି କ୍ଷେତ୍ରରେ ମୁହଁାମୁହଁି ସ୍ଥିତି ସୃଷ୍ଟି ନ କରି ସଂଘୀୟ ସହଯୋଗିତା ଉପରେ ଗୁରୁତ୍ୱ ଦିଆଯିବା ଜରୁରୀ।
ତୃତୀୟରେ ଜଗତୀକରଣର ଧାରଣାକୁ ଭାଙ୍ଗିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଭଳି ନେତାମାନେ ଉଦ୍ୟମ କରୁଛନ୍ତି। ଏହାସତ୍ତ୍ୱେ ଏପରି ସଙ୍କଟରେ ଆନ୍ତର୍ଜାତିକ ସମନ୍ବୟ ଜରୁରୀ। କରୋନା ଭାଇରସ୍‌ରୁ ମୁକ୍ତି ପାଇଁ ଭାକ୍‌ସିନ ବାହାର କରିବା ହେଉ ଅଥବା ମେଡିସିନ ଓ ବ୍ୟକ୍ତିଗତ ସୁରକ୍ଷା ଉପକରଣ(ପିପିଇ) ଉପଲବ୍ଧ କରିବା ସବୁଠି ଅନ୍ତର୍ଜାତୀୟ ସ୍ତରରେ ପାରସ୍ପରିକ ସହଯୋଗ ଆବଶ୍ୟକ। ଭାରତର ‘ବସୁଧୈବ କୁଟୁମ୍ବକମ୍‌’ ବିଚାର ଆମକୁ ଶିକ୍ଷା ଦିଏ ଯେ, ମାନବ ସମଗ୍ର ଜାତିକୁ ମିଶିକି ରହିବାକୁ ପଡ଼ିବ। ଭାରତରେ ବିଶ୍ୱର ଅନେକ ଦକ୍ଷ ବୈଜ୍ଞାନିକ ଓ ଗବେଷକ ଅଛନ୍ତି। କରୋନା ମହାମାରୀ ବିରୋଧରେ ଟିକା ଉଦ୍ଭାବନ ପାଇଁ ସେମାନେ ଲାବୋରେଟୋରିଗୁଡ଼ିକରେ ଦିନରାତି ପରିଶ୍ରମ କରୁଛନ୍ତି। ଅନ୍ୟ ଦେଶର ଥିବା ପ୍ରୟୋଗଶାଳାଗୁଡ଼ିକ ସହିତ ମଧ୍ୟ ଆମକୁ ସହଯାଗିତା ରଖିବାକୁ ପଡ଼ିବ।
କରୋନା ମୁକାବିଲା ପାଇଁ ହଠାତ୍‌ ଲକ୍‌ଡାଉନ ଜାରି କରାଯିବା ପରେ ପ୍ରସ୍ତୁତ ହୋଇ ନ ଥିବା ଲୋକଙ୍କ ଅସହ୍ୟ ଯନ୍ତ୍ରଣା ଆମକୁ ଆଉ ଗୋଟିଏ ଶିକ୍ଷା ଦିଏ। ତାହା ହେଉଛି ସହରରେ ଜୀବିକା ହରାଇ ଗାଁକୁ ଫେରିଥିବା ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଯୋଜନାର ଅଭାବ ଦେଶ ଲାଗି ଏକ ଲଜ୍ଜାକର ବିଷୟ ହୋଇ ରହିବ। ଏଥିରୁ ଶିକ୍ଷା ମିଳୁଛି ଯେ, ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଦେଶର ଏକ-ଚତୁର୍ଥାଂଶ (ଦୁର୍ବଳ ଶ୍ରେଣୀର) ଲୋକଙ୍କ ପାଇଁ ଏକ ସୁରକ୍ଷା ବ୍ୟବସ୍ଥା ରହିବା ଜରୁରୀ। ଏଭଳି ଲୋକଙ୍କୁ ବ୍ୟାଙ୍କ ଖାତା ଜରିଆରେ ଏକ ନିଶ୍ଚିତ ପରିମାଣର ଅର୍ଥରାଶି ଦିଆଗଲେ ହିଁ ଏହି ଲକ୍ଷ୍ୟ ହାସଲ କରିହେବ। ଭାରତର ଆର୍ଥିକ ଯୋଜନାର ପୁନର୍ଗଠନ ଓ ବିତ୍ତୀୟ ନୀତିର ସମୀକ୍ଷା ଦ୍ୱାରା ଏହା ସମ୍ଭବ। ପଞ୍ଚମରେ କରୋନା ଭୂତାଣୁ ଆମକୁ ଗାଁକୁ ଯାଇ ପରିବାର ଓ ବନ୍ଧୁ ସମ୍ପର୍କୀୟଙ୍କ ସହ ମିଶିବାର ସୁଯୋଗ ଦେଇଛି। ବିଶେଷକରି ବୟୋଜ୍ୟେଷ୍ଠଙ୍କୁ ସ୍ନେହ ଆଦର କରିବା ଲାଗି ଭାଇରସ୍‌ ଶିକ୍ଷା ଦେଇଛି। ଲକ୍‌ଡାଉନ୍‌ ବେଳେ ଘରୋଇ ହିଂସା ବୃଦ୍ଧି ପାଇବା ଚିନ୍ତାଜନକ। ଆମକୁ ଯାହା ଆବଶ୍ୟକ ଏହା ହେଉଛି ତା’ର ବିପରୀତ। ଏପରି ସମୟରେ ପ୍ରଚଳିତ ଆଇନଗୁଡ଼ିକୁ କଡ଼ାକଡ଼ି ଭାବେ କାର୍ଯ୍ୟକରୀ କରାଯିବା ଆବଶ୍ୟକ। କରୋନା ସଙ୍କଟ ଆମକୁ ବ୍ୟକ୍ତିଗତ ଜୀବନଶୈଳୀରେ ପରିବର୍ତ୍ତନ ଆଣି ଅନାବଶ୍ୟକ ଖର୍ଚ୍ଚ କାଟ୍‌ କରିବାକୁ ମଧ୍ୟ ସନ୍ଦେଶ ଦେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri