ନିରାଶ ଚାଷୀଙ୍କ ପାଇଁ ସମବାୟ ସମିତି

ଢେଙ୍କାନାଳ ଅଫିସ,୨୮ା୩: ଜାତୀୟକରଣ ବ୍ୟାଙ୍କରୁ ହତାଶ ହୋଇଥିବା ଚାଷୀଙ୍କୁ ସମବାୟ ସମିତି ସାହାଯ୍ୟର ହାତ ବଢାଇଥାଏ। ଚାଷୀମାନଙ୍କ ହିତରେ ସର୍ବଦା କୃଷି ସମବାୟ ସମିତିଗୁଡିକ କାର୍ଯ୍ୟକରି ଆସୁଛି ବୋଲି ଢେଙ୍କାନାଳ ସମବାୟ ସମିତି ଉପନିବନ୍ଧକ ସରୋଜିନୀ ଜେନା କହିଛନ୍ତି। ଢେଙ୍କାନାଳ ସଦର ବ୍ଲକ ବଣସିଂହ ପ୍ରାଥମିକ କୃଷି ସମବାୟ ସମିତି ପରିସରରେ ଶନିବାର ଅନୁଷ୍ଠିତ ବ୍ୟାଙ୍କ ସେବା ଓ ଋଣମେଳା କର୍ମଶାଳାକୁ ଉଦ୍‌ଘାଟନ କରି ଉପ ନିବନ୍ଧକ ଜେନା ଏହା କହିଛନ୍ତି।
କର୍ମଶାଳାରେ ସମ୍ମାନିତ ଅତିଥି ଭାବେ ଅନୁଗୋଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ଲଳିତ କୁମାର ସାହୁ, ବ୍ଲକ କୃଷି ଅଧିକାରୀ ପ୍ରମୋଦ କୁମାର ପଣ୍ଡା, ସହକାରୀ ମତ୍ସ୍ୟ ଅଧିକାରୀ ପ୍ରଶାନ୍ତ କୁମାର ନନ୍ଦ, ଅନୁଗୋଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ ଢେଙ୍କାନାଳ ପରିଚାଳକ ଚୌଧୁରୀ ଶୈଳେନ୍ଦ୍ର କୁମାର ଦାସ, କୋଅପରେଟିଭ ସୁପରଭାଇଜର ଆଲୋକ ବେହେରା ଓ ସତ୍ୟବ୍ରତ ଦାସ, ସମବାୟ ନିରୀକ୍ଷକ ଦେବାଶିଷ ସାହୁ, ଜିଲା ପରିଷଦ ସଦସ୍ୟ ପୂର୍ଣ୍ଣିମା ଦେହୁରୀ, ରାଧାଦେଈପୁର ସମିତି ସଭ୍ୟ ଗଙ୍ଗାଧର ସେଠୀ ପ୍ରମୁଖ କର୍ମଶାଳାରେ ଅତିଥି ଭାବେ ଯୋଗ ଦେଇଥିଲେ। ସମିତି ସଭାପତି ଅଶୋକ କୁମାର ସ୍ବାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କର୍ମଶାଳାକୁ ସମିତିର ପରିଚାଳନା ପରିଷଦ ନିର୍ଦ୍ଦେଶକ ଶିଶିର ଶତପଥୀ ସଂଯୋଜନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସଭାପତି ପ୍ରକାଶ ଚନ୍ଦ୍ର ହୋତା, ଚାଷୀ ଶତ୍ରୁଘ୍ନ ହୋତା, ରାଧାଦେଈପୁର ସରପଞ୍ଚ ଟୁନିସିନି ବାରିକ, ଜଳଧର ବେହେରା, ସମିତି ସମ୍ପାଦକ ସୁବ୍ରତ ରାଉତ, ପରିଚାଳନା ବୋର୍ଡ ନିର୍ଦ୍ଦେଶକ ନିରାକାର ପୁହାଣ, ସରୋଜ ଶତପଥୀ, ପ୍ରସନ୍ନ କୁମାର ପଣ୍ଡା, ସୁଶାନ୍ତ ହୋତା, ଭାଗ୍ୟଧର ପରିଡା, ଦୟମନ୍ତୀ ଶତପଥୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କର୍ମଶାଳାରେ ବଣସିଂହ ଓ ରାଧାଦେଈପୁର ଅଞ୍ଚଳର ବହୁ ଚାଷୀ ଯୋଗ ଦେଇଥିଲେ। ଏହି ଅବସରରେ ୫ଜଣ ଚାଷୀଙ୍କୁ କିଷାନ କ୍ରେଡିଟ୍‌ କାର୍ଡ ଯୋଜନାରେ କାର୍ଡ ବଣ୍ଟନ କରାଯାଇଥିଲା।
ସେହିପରି ସଦର ବ୍ଲକ ଗେଙ୍ଗୁଟିଆ କୃଷି ସମବାୟ ସମିତିରେ ବ୍ୟାଙ୍କିଙ୍ଗ ସେବା ଓ ଋଣ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କର୍ମଶାଳାରେ ସମବାୟ ଉପନିବନ୍ଧକ ସରୋଜିନୀ ଜେନା ମୁଖ୍ୟ ଅତିଥି, ସମବାୟ ନିରୀକ୍ଷକ ସୁଚିସ୍ମିତା ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସମିତି ସଭାପତି ସୁଧୀର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଉପସଭାପତି କମଳିନୀ ମହାନ୍ତି ଧନ୍ୟବାଦ ଦେଇଥିଲେ। ଶିବିରରେ ଗେଙ୍ଗୁଟିଆ, ବାରଦା, ସାଙ୍କୁଲେଇ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ପୂର୍ବତନ ସରପଞ୍ଚ ଓ ସମିତି ସଭ୍ୟ ଏବଂ ଚାଷୀ ବସନ୍ତ କୁମାର ରାଉତଙ୍କୁ ସମ୍ମାନିତ କରାଯାଇଥିଲା। ସମିତି ନିର୍ଦ୍ଦେଶକ ଅକ୍ଷୟ ମଲ୍ଲିକ, ନିରଞ୍ଜନ ମହାନ୍ତି, ନବକିଶୋର ସାହୁ, ବିଦ୍ୟାଧର ବିଶ୍ୱାଳ, କୋଇ ମଲ୍ଲିକ, ଭାରତୀ ପଟ୍ଟନାୟକ, ପ୍ରଭାତ ଦାସ, ଚନ୍ଦରା ମଲ୍ଲିକ, ବିରଞ୍ଚି ମଲ୍ଲିକ, ଡମ୍ବରୁଧର ବେହେରା, ସମିତି ସମ୍ପାଦକ ସୁଧୀର କୁମାର ସାହୁ, ସହ ସମ୍ପାଦକ ସୌଭାଗ୍ୟ କୁମାର ମିଶ୍ର, ଡିଇଓ ଅଶ୍ୱିନୀ କୁମାର ସାହୁ, କର୍ମଚାରୀ ମନୋଜ ନାୟକ ଏବଂ ବୀଣାକାର ମଲ୍ଲିକ ପ୍ରମୁଖ ସହଯୋଗ କରିଥିଲେ। ପ୍ରଦୀପ କୁମାର ମଲ୍ଲିକ ମଞ୍ଚ ସଞ୍ଚାଳନ କରିଥିଲେ।