ବ୍ରହ୍ମପୁର ସମବାୟ ରାଜନୀତି ଚଳଚଞ୍ଚଳ

ବ୍ରହ୍ମପୁର ଅଫିସ,୨୯।୫: ସମବାୟ ନିର୍ବାଚନ ପାଇଁ ବ୍ରହ୍ମପୁର ସହରାଞ୍ଚଳ ରାଜନୀତି ଚଳଚଞ୍ଚଳ ହୋଇଛି। ଶତାଧିକ ବର୍ଷର ଅର୍ବାନ ବ୍ୟାଙ୍କ ନିର୍ଦ୍ଦେଶକ ନିର୍ବାଚନ ଜୁନ୍‌ ୨୬ରେ ହେବାକୁ ବିଜ୍ଞପ୍ତି ପ୍ରକାଶ ପାଇଛି। ନିର୍ବାଚିତ ହେବାକୁ ଥିବା ୧୫ ଜଣଙ୍କ ମଧ୍ୟରୁ ମହିଳାଙ୍କ ଲାଗି ୬ ଜୋନ ସଂରକ୍ଷିତ ରଖାଯାଇଛି। ୨୦୧୫ ନିର୍ବାଚନରେ ନିର୍ବାଚିତ ବ୍ୟାଙ୍କର ସଭାପତି, ଉପସଭାନେତ୍ରୀ ଓ ପରିଚାଳନା ନିର୍ଦ୍ଦେଶକମାନଙ୍କ ୫ ବର୍ଷିଆ କାର୍ଯ୍ୟକାଳ ୨୦୨୦ ମେ’ରେ ସରିଥିଲା। ଦୁଇ ବର୍ଷ ଧରି ସରକାରଙ୍କ ନିୟନ୍ତ୍ରଣରେ ରହିବା ପରେ ଏବେ ନିର୍ବାଚନ ହେବାକୁ ଯାଉଛି। ସମବାୟ ଅନୁଷ୍ଠାନ ଅଣରାଜନୈତିକ ବୋଲି କୁହାଯାଉଛି ଏବଂ ନିର୍ବାଚନରେ ଦଳୀୟ ଚିହ୍ନ ନ ରହିବା ବ୍ୟବସ୍ଥା ହୋଇଛି।
ସୂଚନାଯୋଗ୍ୟ, ଅର୍ବାନ ବ୍ୟାଙ୍କ ୧୯୦୬ରେ କେତେକ ପ୍ରତିଷ୍ଠିତ ତେଲୁଗୁ ବ୍ୟକ୍ତିଙ୍କ ଉଦ୍ୟମରେ ସ୍ଥାପିତ ହୋଇଥିଲା। ଏହା ସମ୍ପୂର୍ଣ୍ଣ ଘରୋଇ ଭାବେ କାର୍ଯ୍ୟ କରୁଥିଲା। ଏହି ବ୍ୟାଙ୍କକୁ ଏବେ ବି ଟଙ୍କାଟିଏ ମଧ୍ୟ ଅନୁଦାନ ମିଳିନାହିଁ। ଘର ବନ୍ଧକ ଦେଇ କେବଳ ଋଣ ନେବା ଏବଂ ମିଳୁଥିବା ସୁଧରେ କର୍ମଚାରୀଙ୍କ ଦରମା ଓ ଅନ୍ୟାନ୍ୟ ଖର୍ଚ୍ଚ ହେଉଥିବା ଜଣାପଡ଼ିଛି। ଅପରପକ୍ଷରେ ୧୧୬ ବର୍ଷର ଏହି ପୁରାତନ ସମବାୟ ସଂସ୍ଥାରେ ଅଦ୍ୟାବଧି ଶତବାର୍ଷିକୀ ସମାରୋହ ପାଳିତ ହୋଇ ନ ଥିବା ଅନୁଧ୍ୟାନରୁ ଜଣାପଡ଼ିଛି। ସହରର ବିଶିଷ୍ଟ ବ୍ୟକ୍ତିମାନେ ବିଭିନ୍ନ ସମୟରେ ସଭାପତି ଓ ପରିଚାଳନା ନିର୍ଦ୍ଦେଶକ ହୋଇଥିବା ନଜିର ଅଛି।
ସ୍ବର୍ଗତ ବୃନ୍ଦାବନ ନାୟକ, ବସନ୍ତ କୁମାର ପାଣିଗ୍ରାହୀ, ଦଣ୍ଡପାଣି ସାହୁ, କୃଷ୍ଣଚରଣ ପଟ୍ଟନାୟକ, ଭରତ ମିଶ୍ର ଓ ଅନ୍ୟମାନେ ଏହାର ସଭାପତି ଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ଉଦୟନାଥ ନାୟକ, ମନୋରମା ସାବତ ଓ ଦୀପକ ପଟ୍ଟନାୟକ ପ୍ରମୁଖ ଦାୟିତ୍ୱ ସମ୍ଭାଳିଥିଲେ। ଏହି ବ୍ୟାଙ୍କରେ ସୁଧ ହାର ଚଢ଼ା ସତ୍ତ୍ୱେ ଜରୁରିକାଳୀନ କାର୍ଯ୍ୟ ନିମନ୍ତେ ତତ୍କାଳ ଋଣ ମିଳୁଥିବାରୁ ଲୋକେ ଘର ବନ୍ଧକ ଦେଇ ଉପକୃତ ହେଉଛନ୍ତି। ତେଣୁ ସହରାଞ୍ଚଳ ଲୋକଙ୍କର ବ୍ୟାଙ୍କ ପ୍ରତି ଭରସା ରହିଛି। ମହାନଗରର କେନ୍ଦ୍ର ସ୍ଥଳୀରେ ବ୍ୟାଙ୍କ ଅଛି ଏବଂ ସାନ୍ଧ୍ୟ ଶାଖା ସ୍ବତନ୍ତ୍ର ଭାବେ ରହିଛି। ବହୁବର୍ଷ ତଳୁ ଲକର ବ୍ୟବସ୍ଥା ରହିଛି।
ନିର୍ଦ୍ଦେଶକ ନିର୍ବାଚନ ପାଇଁ ଶାସକ ବିଜେଡି ପକ୍ଷରୁ ଅଧିକ ତତ୍ପରତା ପ୍ରକାଶ ପାଇଛି। ପ୍ରାର୍ଥୀ ଚୟନ ପ୍ରକ୍ରିୟା ସମ୍ପ୍ରତି ଆରମ୍ଭ ହୋଇଯାଇଛି। ମୁଖ୍ୟ ବିରୋଧୀ ଭାଜପା ପକ୍ଷରୁ ମଧ୍ୟ ବିଭିନ୍ନ ଜୋନରେ ପ୍ରତିଦ୍ୱନ୍ଦ୍ୱିତା ପାଇଁ ପ୍ରାର୍ଥୀ ମନୋନୀତ ନିମନ୍ତେ ପଦକ୍ଷେପ ନିଆଯାଇଛି। ନିର୍ବାଚନ ପାଖେଇ ଆସୁଥିବା ବେଳେ କଂଗ୍ରେସର ଆଭିମୁଖ୍ୟ ଅସ୍ପଷ୍ଟ ରହିଛି। ବାମପନ୍ଥୀ ଦଳ ପକ୍ଷରୁ କେତୋଟି ଜୋନରେ ଭୋଟ ଲଢ଼େଇ କରାଯିବାର କୁହାଯାଇଛି। ପ୍ରାର୍ଥୀମାନେ ସ୍ବାଧୀନ ଭଳି ବିଭିନ୍ନ ଚିହ୍ନରେ ମଇଦାନକୁ ଓହ୍ଲାଇବାର ବ୍ୟବସ୍ଥା ରହିଛି। ଅଣ ରାଜନୀତି କୁହାଯାଉଥିବା ସମବାୟ ସମସ୍ତଙ୍କର ହୋଇଥିବା ବେଳେ ଏହାକୁ ନିଜର କରିବା ଲାଗି ଶାସକ ଓ ବିରୋଧୀ ପ୍ରୟାସ କରୁଛନ୍ତି। ସମବାୟ ଅର୍ବାନ ବ୍ୟାଙ୍କ ନିଜ ଦଖଲକୁ ନେବା ପାଇଁ ବିଜେଡି ରଣନୀତି ପ୍ରସ୍ତୁତ କରିସାରିଛି। ନିର୍ବାଚନ ଦିନ ହିଁ ସନ୍ଧ୍ୟାରେ ଫଳାଫଳ ଘୋଷଣା କରାଯିବାର ପ୍ରକାଶିତ ବିଜ୍ଞପ୍ତିରେ
ସ୍ପଷ୍ଟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୃଦ୍ଧାଙ୍କୁ ଆକ୍ରମଣ: ଘରେ ଏକୁଟିଆ ଥିବାବେଳେ ଟାଣି ନେଇ…

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମର ଏନ.କସ୍ତୁରୀ ରେଡ୍ଡୀ(୭୦)ଙ୍କୁ ତାଙ୍କ ପଡୋଶୀ ଭି.ଭିକି ରେଡ୍ଡୀ,ଭି. ମାମି ରେଡ୍ଡୀ…

ତାମ୍ପରା ହ୍ରଦର ହେବ ପୁନଃରୁଦ୍ଧାର: ବିଧାୟକଙ୍କ ଉପସ୍ଥିତରେ ସମୀକ୍ଷା କଲେ ଜିଲାପାଳ

ଛତ୍ରପୁର,୬।୪(ଦିଲ୍ଲୀପ ସାମଲ): ଛତ୍ରପୁର ସହର ନିକଟରେ ଥିବା ତାମ୍ପରା ହ୍ରଦର ପୁନଃରୁଦ୍ଧାର l ତା’ସହିତ ତାମ୍ପରା ଓ ସମୁଦ୍ର ମଧ୍ୟରେ ନୋଳିଆନୁଆଁ ଗାଁ ବେଳାଭୂମି ରହିଛି l…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ରକରି ଆକ୍ରମଣ: ୨ ଭାଇ ଗିରଫ, ଜାମିନ ଆବେଦନ ଖାରଜ ହେବାରୁ…

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜୟ ଲକ୍ଷ୍ମୀନାରାୟଣପୁର ଗ୍ରାମରେ ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ରକରି ପାରିବାରିକ ହିଂସା ଘଟଣାରେ କେ.ନୂଆଗାଁ ଥାନା ନୂଆପଡ଼ା…

ସ୍ପଷ୍ଟ ଦିବାଲୋକରେ ବ୍ୟବସାୟୀଙ୍କୁ ଆକ୍ରମଣ: ଲୁଟିନେଲେ ରୁପା ଅଳଙ୍କାର

ପୁରୁଷୋତ୍ତମପୁର,୬।୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ଦିନକୁ ଦିନ ଚୋର, ଲୁଟେରାମାନେ ସକ୍ରିୟ ହୋଇପଡ଼ିଛନ୍ତି। ଲୁଟେରାଙ୍କ ଏଭଳି କାର୍ଯ୍ୟ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେବା…

ନୀଳମାଧବଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଲେ ରାଜ୍ୟ ସରକାର: ଛୁଟିଲା ଶୁଭେଚ୍ଛାର ସୁଅ

ଭଞ୍ଜନଗର,୬।୪(ବାବୁଲା ପ୍ରଧାନ):ଭାଜପା ଭଞ୍ଜନଗର ସାଂଗଠନିକ ଜିଲା ସଭାପତି ନୀଳମାଧବ ପାତ୍ରଙ୍କୁ ରାଜ୍ୟ ସରକାର ଗଞ୍ଜାମ ଜିଲା ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ଏହି…

ପ୍ରଥମଥର ପାଇଁ ଅନୁଷ୍ଠିତ ହେବ ସାମାଜିକ ଅପେରା ଟୁର୍ନାମେଣ୍ଟ: ବୈଠକରେ ବଡ଼ ନିଷ୍ପତ୍ତି, ଏହି ଦିନ କରାଯିବା ନେଇ…

ଗଞ୍ଜାମ,୬।୩ (ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅଞ୍ଚଳରେ ପ୍ରଥମଥର ପାଇଁ ସାମାଜିକ ଅପେରା ନାଟକ ଟୁର୍ନାମେଣ୍ଟର ଆୟୋଜନ ହେବାକୁ ଯାଉଛି । ଏଥିପାଇଁ ଝାରେଡି ରାଧାଗୋବିନ୍ଦପୁର…

ଭାଜପାର ପ୍ରତିଷ୍ଠା ଦିବସ, ଖଲ୍ଲିକୋଟ ବିଧାୟକ…

ପୁରୁଷୋତ୍ତମପୁର,୬ା୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଜଳେଶ୍ବରଖଣ୍ଡି ଠାରେ ଆଛୁଲି ମଣ୍ଡଳ ପକ୍ଷରୁ ଭାଜପାର ୪୭ତମ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି । ରାଜ୍ଯକାର୍ଯ୍ଯକାରିଣୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri