Posted inଖେଳ

କୁଚ୍‌ ବିହାର ଟ୍ରଫି: ହାଇଦ୍ରାବାଦକୁ ମିଳିଲା ୩, ଓଡ଼ିଶା ୧ ପଏଣ୍ଟରେ ସନ୍ତୁଷ୍ଟ

ବରଗଡ଼,୧୨।୧୨(ପ୍ରେମାନନ୍ଦ ଖମାରୀ): ଓଡ଼ିଶା କ୍ରିକେଟ ଆସୋସିଏଶନ ଆନୁକୂଲ୍ୟରେ ଏବଂ ଜିଲା କ୍ରିକେଟ ଆସୋସିଏଶନ ସହଯୋଗରେ ବରଗଡ଼ କ୍ରିଷ୍ଣା ବିକାଶ ଗ୍ରାଉଣ୍ଡରେ ଅନୁଷ୍ଠିତ ୧୯ବର୍ଷରୁ କମ୍‌ କୁଚ୍‌ ବିହାର ଟ୍ରଫିରେ ହାଇଦ୍ରାବାଦ-ଓଡ଼ିଶା ମ୍ୟାଚ୍‌ ଅମୀମାଂସିତ ଭାବେ ଶେଷ ହୋଇଛି । ହାଇଦ୍ରାବାଦ ପ୍ରଥମ ଇନିଂସରେ ଅଗ୍ରଣୀ ଭିତ୍ତିରେ ୩ ପଏଣ୍ଟ ଏବଂ ଓଡ଼ିଶାକୁ ୧ ପଏଣ୍ଟରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ହାଇଦ୍ରାବାଦର ପ୍ରଥମ ଇନିଂସ ସ୍କୋର ୫୦୩ ଜବାବରେ ଓଡ଼ିଶା ଅସମାପ୍ତ ୧୮୯/୪ରୁ ଖେଳ ଆରମ୍ଭ କରିଥିଲା। ପୂର୍ବଦିନର ଅପରାଜିତ ବ୍ୟାଟର ଶ୍ରେୟାଂଶ ଭରଦ୍ୱାଜ ନିଜର ଦ୍ୱିଶତକ ପୂରଣ କରିବା ସହିତ ୩୯୧ ବଲର ସାମ୍ନା କରି ୨୫୬ରନ୍‌ କରିଥିଲେ। ଏହି ଇନିଂସରେ ୨୬ ଚୌକା ଓ ୧୧ ଛକା ସାମିଲ ଥିଲା। ସମ୍ବିତ ବେଜା ୭୯ ରନ୍‌ କରିଥିଲେ। ଉଭୟ ଖେଳାଳି ଆଉଟ ହେବା ସହିତ ଦଳର ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା। ନିମ୍ନକ୍ରମରେ ମହମ୍ମଦ ସୋହେଲ ଖାଁ ୫୪ର ଓ ଶୁଭମ ପ୍ରିୟଦର୍ଶୀଙ୍କ ୨୮ରନ୍‌ ସତ୍ତ୍ବେ ଦଳ ୪୮୧ରନ୍‌ କରି ଅଲଆଉଟ୍‌ ହୋଇଥିଲା। ହାଇଦ୍ରାବାଦ ଦଳ ପକ୍ଷରୁ ପ୍ରଣବ ବର୍ମା ୪, ଏସ୍‌. ନିଶାନ୍ତ ୩ ଓ ଦିନେଶ ରାଠୋର ୨ ଉଇକେଟ୍‌ ନେଇଥିଲେ।

ମ୍ୟାଚ୍‌ ପରେ ଜିଲା କ୍ରିକେଟ୍‌ ଆସୋସିଏଶନର ଯୁଗ୍ମ ସମ୍ପାଦକ ସଚ୍ଚିଦାନନ୍ଦ ପଣ୍ଡାଙ୍କ ସଂଯୋଜନାରେ ଖେଳାଳି ଏବଂ ମ୍ୟାଚ୍‌ ଅଫିସିଆଲଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ସମୟରେ ଓଡ଼ିଶାର ସମସ୍ତ ଖେଳାଳିଙ୍କ ସମେତ ପୂର୍ବତନ ରଣଜୀ ଖେଳାଳି ତଥା ମୁଖ୍ୟ କୋଚ୍‌ ନଟରାଜ ବେହେରା, ବସନ୍ତ ମହାନ୍ତି, ପର୍ଯ୍ୟବେକ୍ଷକ ତଥା ରଣଜୀ ଖେଳାଳି ପ୍ରଭଞ୍ଜନ ମଲ୍ଲିକ, ମ୍ୟାନେଜର ପ୍ରଦୀପ ନନ୍ଦ ପ୍ରମୁଖଙ୍କୁ ସ୍ମାରକୀ ପ୍ରଦାନ କରାଯାଇଥିଲା। ସେହିପରି ହାଇଦ୍ରାବାଦ ଦଳର ସମସ୍ତ ସପୋର୍ଟ ଷ୍ଟାଫଙ୍କୁ ମଧ୍ୟ ସ୍ମାରକୀ ପ୍ରଦାନ କରାଯାଇଥିଲା। ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମରେ ବିକାଶ ଗ୍ରୁପ୍‌ର ପ୍ରବନ୍ଧନ ନିର୍ଦ୍ଦେଶକ ଡି. ବିବେକ, ଜିଲା କ୍ରିକେଟ ଆସୋସିଏଶନ ସଭାପତି ହରିହର ପ୍ରଧାନ, ସମ୍ପାଦକ ରବି ପଣ୍ଡା, ଉପସଭାପତି ଶୁଭ୍ରାଂଶୁ ଶେଖର ମହାପାତ୍ର, କୋଷାଧ୍ୟକ୍ଷ ଗୁରୁଦତ୍ତ ଦାଶ, ପୂର୍ବତନ ସମ୍ପାଦକ ସୁବ୍ରତ ଚାଟାର୍ଜୀ, ଗିରିଜା ପ୍ରସାଦ ନାଥ, ସନ୍ତୋଷ ପଣ୍ଡା, ପ୍ରଦୀପ ନନ୍ଦ୍‌, ବିକାଶ ଗ୍ରୁପ୍‌ର କ୍ରୀଡ଼ା ଅଧିକାରୀ ପୀତାମ୍ବର ପ୍ରଧାନ, କ୍ରିକେଟ କୋଚ୍‌ ଅଶୋକ ସିଂ, ରୂପକ ପ୍ରଧାନ, ଓସିଏ କ୍ୟୁରେଟର କେଶବ ସିଂ, ବିକାଶ ଗ୍ରାଉଣ୍ଡ କ୍ୟୁରେଟର ରେଣ୍ଟୁ ସିଂ ପ୍ରମୁଖ ଉପସ୍ଥିତ ଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

F1: ଲାଣ୍ଡୋ ନରିସ୍ ବିଶ୍ୱ ଚାମ୍ପିଅନ୍, ମ୍ୟାକ୍‌ଲାରେନ୍‌ର ୧୭ ବର୍ଷର ଅପେକ୍ଷା ଶେଷ

ଆବୁଧାବି,୭ା୧୨: ଫର୍ମୁଲା ୱାନ୍‌ର ରୋମାଞ୍ଚକର ଶେଷ ରେସ୍‌ରେ ମ୍ୟାକ୍‌ଲାରେନ୍‌ର ଡ୍ରାଇଭର୍ ଲାଣ୍ଡୋ ନରିସ୍ (୨୬) ପ୍ରଥମ ଥର ପାଇଁ ବିଶ୍ୱ ଚାମ୍ପିଅନ୍ ଟାଇଟଲ୍ ଜିତିଛନ୍ତି ।...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

ବାରବାଟୀରେ ଏକାକୀ ପ୍ରାକ୍ଟିସ କଲେ ହାର୍ଦ୍ଦିକ ପାଣ୍ଡ୍ୟା

କଟକ,୭ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚ ପାଇଁ କ୍ରିକେଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri