ବରଗଡ଼, ୨୦।୬(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସଦର ରେଞ୍ଜରେ କାର୍ଯ୍ୟରତ ପୂର୍ବତନ ଅବକାରୀ ନିରୀକ୍ଷକ ଇନ୍ଦ୍ରଜିତ ସାହୁଙ୍କୁ ଲାଞ୍ଚ ନେବା ମହଙ୍ଗା ପଡିଛି । ଭିଜିଲାନ୍ସ କୋର୍ଟର ସ୍ବତନ୍ତ୍ର ବିଚାରପତି ତାଙ୍କ ବିରୋଧରେ ଚାଲିଥିବା ଲାଞ୍ଚ ମାମଲାର ବିଚାର କରି ଶନିବାର ସାହୁଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ସ୍ବତନ୍ତ୍ର ବିଚାରପତି ତାଙ୍କ ରାୟରେ ପୂର୍ବତନ ଅବକାରୀ ନିରୀକ୍ଷକ ସାହୁଙ୍କୁ ୩ବର୍ଷ ସଶ୍ରମ କାରାଦଣ୍ଡ ଓ ୧୦ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଦେଇଛନ୍ତି । ବିନା ଲାଇସେନ୍ସରେ ମହୁଲ ଫୁଲ ବିକ୍ରି କରୁଥିବା ଜଣେ ବ୍ୟକ୍ତିଙ୍କଠାରୁ ମାମଲା ରୁଜୁ ନ କରିବା ପାଇଁ ସେ ଲାଞ୍ଚ ନେଇଥିବା ନେଇ ତାଙ୍କ ବିରୋଧରେ ମାମଲା ଚାଲିଥିଲା।