କୋର୍ଟ ପରିସରରୁ ଦୋଷୀ ସାବ୍ୟସ୍ତ ନିଶାବେପାରୀ ଚମ୍ପଟ

ଭୁବନେଶ୍ୱର,୨୬।୬(ବ୍ୟୁରୋ): ନିଶା କାରବାର ମାମଲାରେ ଦଣ୍ଡିତ ହେବାପରେ ଜଣେ ଅଭିଯୁକ୍ତ ଭୁବନେଶ୍ୱର କୋର୍ଟ ପରିସରରୁ ଫେରାର ହୋଇଯାଇଛନ୍ତି। ଶନିବାର ଅପରାହ୍ନରେ ଏହି ଘଟଣା ଘଟିଛି। ସେ ହେଲେ ନିଶା ବେପାରୀ ବିଜୟ ମାଣିଆ। ଭୁବନେଶ୍ୱର ଅତିରିକ୍ତ ଜିଲା ଦୌରା ଜଜ୍‌ (ତୃତୀୟ) ଅଭିଯୁକ୍ତ ବିଜୟଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୧୦ ବର୍ଷ ସଶ୍ରମ କାରାଦଣ୍ଡ ଓ ୧ ଲକ୍ଷ ଟଙ୍କା ଜରିମାନା ଦଣ୍ଡାଦେଶ ଦେଇଥିଲେ। ଜରିମାନା ଅର୍ଥ ଅନାଦେୟ ହେଲେ ବିଜୟଙ୍କୁ ୬ ମାସ ଅଧିକ ଜେଲଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ବିଚାରପତି ସସ୍ମିତା ପାଢୀ ତାଙ୍କ ରାୟରେ ଉଲ୍ଲେଖ କରିଥିଲେ। ଦଣ୍ଡାଦେଶ ପରେ ଏସ୍‌କର୍ଟ ଟିମ୍‌ ବିଜୟଙ୍କୁ ଝାରପଡ଼ାସ୍ଥିତ ସ୍ବତନ୍ତ୍ର କାରାଗାରକୁ ନେବା ଲାଗି କୋର୍ଟରୁ ବାହାରିଥିଲେ। ଅଭିଯୁକ୍ତଙ୍କ ହାତରେ ହ୍ୟାଣ୍ଡ୍‌କଫ୍‌ ମଧ୍ୟ ପଡିଥିଲା। ହେଲେ ଦୁଇଜଣିଆ ଏସ୍‌କର୍ଟ ଟିମ୍‌ରେ ଥିବା ଯବାନଙ୍କ କୋହଳ ସୁରକ୍ଷା ବ୍ୟବସ୍ଥାର ଫାଇଦା ଉଠାଇ ଅଭିଯୁକ୍ତ କୋର୍ଟ ପରିସରରୁ ଚମ୍ପଟ ମାରିବାରେ ସଫଳ ହୋଇଥିଲେ। ତାଙ୍କୁ ଧରିବାକୁ ବହୁ ଖୋଜାଖୋଜି କରି ମଧ୍ୟ ପୋଲିସ ବିଫଳ ହୋଇଛି। ଶୁକ୍ରବାର ଭୁବନେଶ୍ବର କୋର୍ଟ ପରିସରରୁ ଜଣେ ଅଭିଯୁକ୍ତ ପୋଲିସକୁ ଚକ୍‌ମା ଦେଖାଇ ଫେରାର ହୋଇଯିବା ଘଟଣାର ୨୪ ଘଣ୍ଟା ମଧ୍ୟରେ ଆଉଜଣେ ଦୋଷୀ ସାବ୍ୟସ୍ତ ଅଭିଯୁକ୍ତ ଚମ୍ପଟ ମାରିବା ପୋଲିସର ସୁରକ୍ଷା ବ୍ୟବସ୍ଥାକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଅପରପକ୍ଷରେ ଅଭିଯୁକ୍ତ ବିଜୟଙ୍କ ଫଟୋ କମିଶନରେଟ ପୋଲିସର ସମସ୍ତ ଥାନାକୁ ପଠାଯିବା ସହ ଆଲର୍ଟ କରାଯାଇ ଖୋଜାଖୋଜି ଚାଲିଛି। ଖୁବ୍‌ଶୀଘ୍ର ସେ ଧରାପଡିବେ ବୋଲି ଡିସିପି ପ୍ରତୀକ ସିଂ କହିଛନ୍ତି।
ସୂଚନାଯୋଗ୍ୟ, ୨୦୨୦ ସେପ୍ଟେମ୍ବର ୧୧ରେ କଟକ ଜିଲା ଅବକାରୀ ବିଭାଗର ଫ୍ଲାଇଙ୍ଗ୍‌ ସ୍କ୍ବାଡ୍‌ ଖୋର୍ଦ୍ଧା ଜିଲା ବାଲିପାଟଣା ଥାନା ଅନ୍ତର୍ଗତ ପଦ୍ମପୁର ଅଞ୍ଚଳରେ ଚଢ଼ାଉ କରି ୧୦୫ କେଜିର ଗଞ୍ଜେଇ ଜବତ କରିବା ସହ ସମ୍ପୃକ୍ତ ଅଭିଯୁକ୍ତ ବିଜୟଙ୍କୁ ଗିରଫ କରିଥିଲା। ଏଥିସହ ତାଙ୍କଠାରୁ ନଗଦ ୪୨ ହଜାର ଟଙ୍କା ମଧ୍ୟ ଜବତ କରାଯାଇଥିଲା। ଏହି ମାମଲା ଭୁବନେଶ୍ୱର ଅତିରିକ୍ତ ଜିଲା ଜଜ୍‌ (ତୃତୀୟ)ଙ୍କ କୋର୍ଟରେ ବିଚାରାଧୀନ ଥିଲା। ଶନିବାର ଏହାର ଚୂଡ଼ାନ୍ତ ରାୟ ପ୍ରକାଶ ପାଇଥିଲା। ଅବକାରୀ ବିଭାଗ ପକ୍ଷରୁ ୩ ଜଣ ଅଧିକାରୀଙ୍କ ସାକ୍ଷ୍ୟ ପ୍ରଦାନ କରାଯିବା ସହ ୫ଟି ଦସ୍ତାବିଜ କୋର୍ଟରେ ଦାଖଲ କରାଯାଇଥିଲା। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ସରକାରୀ ଓକିଲ ରଶ୍ମିରଞ୍ଜନ ବ୍ରହ୍ମା ମାମଲା ପରିଚାଳନା କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri