Posted inଜାତୀୟ

ନିଜ ଇଛା ଅନୁସାରେ ଧର୍ମ ପରିବର୍ତ୍ତନ କରିବା ସହିତ ପସନ୍ଦର ବିବାହ ସାମ୍ବିଧାନିକ ଅଧିକାର…

ପ୍ରୟାଗରାଜ,୧।୮: ଅପହରଣ, ଷଡଯନ୍ତ୍ର ଏବଂ ଧର୍ମ ପରିବର୍ତ୍ତନ ଆଇନକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ଅଭିଯୁକ୍ତଙ୍କ ଜାମିନ ଆବେଦନ ଶୁଣାଣି ସମୟରେ କୋର୍ଟ କହିଛନ୍ତି ଯେ ପ୍ରତ୍ୟେକ ନାଗରିକ କୌଣସି ଧର୍ମ ଗ୍ରହଣ କରିବାର ଅଧିକାର ଅଛି। ନିଜର ଇଚ୍ଛା ଦ୍ୱାରା ବିବାହ କରିବା ଏକ ସାମ୍ବିଧାନିକ ଅଧିକାର। ତେବେ ଅଭିଯୁକ୍ତ ଜାଭେଦ ଅନସାରୀଙ୍କ ବିରୋଧରେ ଅପହରଣ, ଷଡଯନ୍ତ୍ର ଏବଂ ଧର୍ମ ପରିବର୍ତ୍ତନ କରିଥିବା ଅଭିଯୋଗ ହୋଇଛି। ଉର୍ଦ୍ଦୁରେ ଲିଖିତ କାଗଜରେ ଜାଭେଦ ପୀଡିତାଙ୍କ ଠାରୁ ଦସ୍ତଖତ ନେଇଥିବା ଅଭିଯୋଗ ହୋଇଛି। ଜାଭେଦ ପୂର୍ବରୁ ବିବାହିତ ଥିବା କଥାକୁ ମଧ୍ୟ ପୀଡିତାଙ୍କଠାରୁ ଲୁଚାଇ ରଖିଥିଲେ। ମିଥ୍ୟା କହି ଧର୍ମ ପରିବର୍ତ୍ତନ କରିଥିଲେ। ପୀଡିତା ଅଭିଯୋଗ କରିଛନ୍ତି ଯେ ୨୦୨୦ ନଭେମ୍ବର ୧୭ ଅପରାହ୍ନ ୫ରେ ଜଲେସର ବଜାରଠାରେ କିଛି ଲୋକ ତାଙ୍କୁ କାର୍‌ରେ ଅପହରଣ କରିଥିଲେ। ନଭେମ୍ବର ୧୮ରେ କଡ଼କଡ଼ଡୁମା କୋର୍ଟରେ ତାଙ୍କର ଧର୍ମ ପରିବର୍ତ୍ତନ କରାଯାଇଥିଲା। ଏହାପରେ ନଭେମ୍ବର ୨୮ରେ ତାଙ୍କ ବିବାହ କରାଯାଇଥିବା ପୀଡିତା ଅଭିଯୋଗ କରିଥିଲେ। ଜାଭେଦ କୋର୍ଟରେ ନିଜ ସପକ୍ଷରେ କହିଛନ୍ତି ଯେ ଉଭୟ ବୟସ୍କ ଏବଂ ଇଚ୍ଛାରେ ଧର୍ମ ପରିବର୍ତ୍ତନ କରିଛନ୍ତି। ବିଚାରପତି ଶେଖର କୁମାର ଯାଦବଙ୍କ ନେତୃତ୍ୱରେ ଗଠିତ ଜଣିକିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଅଭିଯୁକ୍ତଙ୍କ ଜାମିନ ଆବେଦନ ନାମଞ୍ଜୁର କରିଛନ୍ତି। ଖଣ୍ଡପୀଠ କହିଛନ୍ତି ଯେ, ସମ୍ବିଧାନ ସମସ୍ତଙ୍କୁ ସମ୍ମାନର ସହ ବଞ୍ଚିବାର ଅଧିକାର ଦେଇଥାଏ, ଲୋକମାନେ ସମ୍ମାନ ପାଇଁ ନିଜ ଘର ଛାଡିଥାନ୍ତି, ଅପମାନ ପାଇଁ ବେଳେବେଳେ ଧର୍ମ ପରିବର୍ତ୍ତନ କରନ୍ତି। ଧର୍ମର ଠିକାଦାରମାନଙ୍କୁ ଏନେଇ ନିଜକୁ ସଂସ୍କାର କରିନେବା ଆବଶ୍ୟକ ବୋଲି କୋର୍ଟ କହିଛନ୍ତି। ତେବେ ନାଗରିକଙ୍କ ଧର୍ମର ପରିବର୍ତ୍ତନ ଯୋଗୁଁ ଦେଶ ଦୁର୍ବଳ ହୋଇଯାଏ। ବିଭ୍ରାନ୍ତକାରୀ ଶକ୍ତି ଏହାର ଲାଭ ପାଆନ୍ତି, ଇତିହାସ ହେଉଛି ସାକ୍ଷୀ ଯେ ଆମେ ବିଭାଜିତ ହୋଇଥିଲୁ, ଦେଶ ଉପରେ ଆକ୍ରମଣ କରାଯାଇଥିଲା ଏବଂ ଆମେ ପରାଧୀନ ହୋଇଥିଲୁ ବୋଲି ଅଦାଲତ କହିଛନ୍ତି। ଧର୍ମକୁ ଜୀବନଶୈଳୀ ଭାବରେ ମଧ୍ୟ ସୁପ୍ରିମକୋର୍ଟ ସ୍ବୀକାର କରିଛନ୍ତି। ଜଷ୍ଟିସ ଯାଦବ କହିଛନ୍ତି, ଆସ୍ଥା ଏବଂ ବିଶ୍ୱାସକୁ ବନ୍ଧା ଯାଇପାରିବ ନାହିଁ। ଏଥିରେ ଭୟ ଏବଂ ଲୋଭର କୌଣସି ସ୍ଥାନ ନାହିଁ। କୋର୍ଟ କହିଛନ୍ତି ଯେ ବିବାହ ଏକ ପବିତ୍ର ସଂସ୍କାର। ନାଗରିକ ନିଜ ଇଛା ଅନୁସାରେ ଧର୍ମ ପରିବର୍ତ୍ତନ କରିବା ସହିତ ପସନ୍ଦର ବିବାହ କରିପାରିବେ। ଏହା ସାମ୍ବିଧାନିକ ଅଧିକାର।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

ସମ୍ପର୍କରେ ଲାଗିଲା କଳଙ୍କ: ଜ୍ୱାଇଁଙ୍କ ସହ ଶାଶୁ ଫେରାର, ମୋବାଇଲ ଲୋକେସନ ଖୋଲିଦେଲା ସବୁ ଗୁମର

ରାଞ୍ଚି,୪ା୪: ଝାଡ଼ଖଣ୍ଡର ଦୁମକା ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଶାଶୁ-ଜ୍ୱାଇଁଙ୍କ ପରି ପବିତ୍ର ସମ୍ପର୍କରେ କଳଙ୍କ ଲଗାଇଛି। ସରିଆହାଟ ଥାନା ଅଞ୍ଚଳର ମଥାକେସୋ…

F-୧୫ ଖସାଇବା ପରେ ବଡ଼ ଘୋଷଣା କଲା ଇରାନ, ଆମେରିକୀୟ ପାଇଲଟଙ୍କୁ ଧରିଲେ ମିଳିବ ୫୫ ଲକ୍ଷ

ତେହରାନ,୪ା୪:: ଶୁକ୍ରବାର ଦିନ ଇରାନ ଏକ ଆମେରିକୀୟ F-15 ଲଢ଼ୁଆ ବିମାନକୁ ଖସାଇ ଦେଇଥିବା ଦାବି କରିଛି । ଏହି ଘଟଣା ପରେ ଜଣେ ଆମେରିକୀୟ ପାଇଲଟ୍…

ଇରାନରୁ ଭାରତ ଆସୁଥିଲା ତେଲ ବୋଝେଇ ଜାହାଜ, ମଝି ସମୁଦ୍ରରୁ ଚାଇନା ଆଡ଼କୁ ମୁହାଁଇଲା, ସରକାର କହିଲେ…

ନୂଆଦିଲ୍ଲୀ/ତେହରାନ,୪ା୪: ଭାରତ ସରକାର ଶନିବାର ମିଥ୍ୟା ରିପୋର୍ଟକୁ ଖାରଜ କରିଦେଇଛନ୍ତି। ଭାରତ ଅଭିମୁଖେ ଆସୁଥିବା ଏକ ଇରାନୀ ଅଶୋଧିତ ତେଲ ବୋଝେଇ ଟ୍ୟାଙ୍କର ମଝି ସମୁଦ୍ରରୁ ଗତିପଥ…

ଭାରତ ପାଇଁ ହେବ ଦ୍ୱିତୀୟ ମଧ୍ୟପ୍ରାଚ୍ୟ! ପ୍ରଚୁର ପରିମାଣରେ ଆସିବ LPG ସହ ପେଟ୍ରୋଲ, ହର୍ମୁଜକୁ ନେଇ ଆଉ ରହିବ ନାହିଁ ଚିନ୍ତା

ଓ୍ବାଶିଂଟନ,୪।୪: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ‘ଷ୍ଟ୍ରେଟ ଅଫ ହର୍ମୁଜ’ ପ୍ରଭାବଶାଳୀ ଭାବରେ ଅବରୋଧିତ ରହିଛି। ଇରାନ ବନ୍ଧୁତ୍ୱପୂର୍ଣ୍ଣ ରାଷ୍ଟ୍ରଗୁଡ଼ିକୁ ଏହି ପ୍ରଣାଳୀ…

IPL 2026: ସିଜନ ମଧ୍ୟ ଭାଗରୁ ଘରକୁ ଫରିଲେ ଏହି ଖେଳାଳି, ବଢିଲା SRHର ଟେନସନ!

ନୂଆଦିଲ୍ଲୀ,୪।୪: IPL 2026 ଆରମ୍ଭ ହେବାର ମାତ୍ର କିଛି ଦିନ ହୋଇଛି। ଦଳଗୁଡ଼ିକ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲୟ ପାଇ ନଥିବା ବେଳେ, ଗୋଟିଏ ଫ୍ରାଞ୍ଚାଇଜ ପୂର୍ବରୁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri