Categories: ଜାତୀୟ

ମୌଲାନା କଲିମ ସିଦ୍ଦିକି ଗିରଫ

ଲକ୍ଷ୍ନୌ,୨୨।୯: ଧର୍ମାନ୍ତରଣ ମାମଲାରେ ଉତ୍ତର ପ୍ରଦେଶ ଏଟିଏସ ମୌଲାନା କଲିମ ସିଦ୍ଦିକିଙ୍କୁ ମିରୁଟରୁ ଗିରଫ କରିଛି। ଧର୍ମାନ୍ତରଣ ମାମଲାରେ କଲିମଙ୍କ କାର୍ଯ୍ୟକଳାପ ସନ୍ଦେହଜନକ ଥିଲା। ବିଦେଶରୁ କୋଟି କୋଟି ଟଙ୍କା କଲିମଙ୍କ ଆକାଉଣ୍ଟକୁ ଆସିଥିଲା। ଏହି ମାମଲାରେ ପୂର୍ବରୁ ମୁଫତି କାଜୀ ଏବଂ ଉମର ଗୌତମଙ୍କ ଗିରଫଦାରୀ ହୋଇସାରିଛି। କଲିମ ସିଦ୍ଦିକି ହଓ୍ବାଲା ଜରିଆରେ ବେଆଇନ ଧର୍ମାନ୍ତରଣ ପାଇଁ ପାଣ୍ଠି ସଂଗ୍ରହ କରିଥିବା ୍‌ଏଟିଏସ୍‌ ପକ୍ଷରୁ କୁହାଯାଇଛି। ଅଭିଯୁକ୍ତ ମୌଲାନାଙ୍କୁ ଗିରଫ କରାଯାଇ କୋର୍ଟରେ ହାଜର କରାଯାଇଛି। କଲିମ ସିଦ୍ଦିକି ଗ୍ଲୋବାଲ ପିସ୍‌ ସେଣ୍ଟରର ସଭାପତି ଏବଂ ଜାମିଆତ-ଇ-ୱାଲିଉଲ୍ଲାହର ସଭାପତି ମଧ୍ୟ ଅଛନ୍ତି। ମୌଲାନା କଲିମ ବଲିଉଡର ପୂର୍ବତନ ଅଭିନେତ୍ରୀ ସନା ଖାନଙ୍କ ବିବାହ କରିଥିଲେ।

Share