ଉମାମହେଶ୍ୱର ଦେବ ଟ୍ରଷ୍ଟ ବୋର୍ଡକୁ ନେଇ ବିବାଦ

ବାଲୁଗାଁ ,୧୩ା୧୨(ଡି.ଏନ୍‌.ଏ.): ବାଲୁଗାଁ  ଅଞ୍ଚଳର ପ୍ରସିଦ୍ଧ ଶୈବପୀଠ ଶ୍ରୀଶ୍ରୀ ଉମାମହେଶ୍ୱର ଦେବଙ୍କ ମନ୍ଦିର ଟ୍ରଷ୍ଟ ବୋର୍ଡ ଦାୟିତ୍ୱ ହସ୍ତାନ୍ତରକୁ ନେଇ ବିବାଦୀୟ ପରିସ୍ଥିତି ଉପୁଜିଛି। ଫଳରେ ଶନିବାର ରାତିରୁ ପ୍ରଶାସନ ପକ୍ଷରୁ ଉକ୍ତ ମନ୍ଦିର ପରିସର ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି ।
ଥାଉ କି, ବିଗତ କିଛିବର୍ଷ ହେଲା ଏହି ମନ୍ଦିର ଟ୍ରଷ୍ଟ ବୋର୍ଡ ପରିବର୍ତ୍ତନ ନେଇ ୨ ଗୋଷ୍ଠୀ ମଧ୍ୟରେ ବିବାଦୀୟ ପରିସ୍ଥିତି ଦେଖାଦେଇଥିଲା। ତେବେ ଇତି ମଧ୍ୟରେ ଚଳିତ ଡିସେମ୍ବର ୧୦ରେ ମନ୍ଦିର ଦେବୋତ୍ତର ବିଭାଗୀୟ କମିଶନଙ୍କ ନିର୍ଦ୍ଦେଶାନାମା ନଂ ୮୮୫୦ ଏବଂ ଚିଠି ନଂ. ୧୨୫୦୬/ଏଲ୍‌ ଅନୁଯାୟୀ ଏକ ୯ଜଣିଆ ନୂତନ ଟ୍ରଷ୍ଟ ବୋର୍ଡକୁ ମନ୍ଦିର ପରିଚାଳନା ପାଇଁ ଦାୟିତ୍ୱ ଦିଆଯାଇଛି। ଏହି ନୂତନ ଟ୍ରଷ୍ଟ ବୋର୍ଡରେ ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବଙ୍କ ସମେତ ଅଞ୍ଚଳର ବିଶିଷ୍ଟ ବ୍ୟକ୍ତି ସଦସ୍ୟ ଅଛନ୍ତି। ଏଭଳି ପରିସ୍ଥିତିରେ ଶନିବାର ନୂତନ ଟ୍ରଷ୍ଟବୋର୍ଡ ପକ୍ଷରୁ ଏକ ବୈଠକ କରିବା ପାଇଁ ସଦସ୍ୟମାନେ ମନ୍ଦିର କାର୍ଯ୍ୟାଳୟରେ ପହଞ୍ଚତ୍ଥିଲେ। କାର୍ଯ୍ୟାଳୟରେ ତାଲା ପଡ଼ିଥିବା ବେଳେ ପୂର୍ବରୁ ମନ୍ଦିର ଦାୟିତ୍ୱରେ ଥିବା କର୍ମଚାରୀ ଧରାଛୁଆଁ ନ ଦେବାରେ ଟ୍ରଷ୍ଟ ସଦସ୍ୟଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ସହ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉଦ୍ଦେଶ୍ୟମୂଳକ ଭାବେ ମନ୍ଦିର କାର୍ଯ୍ୟାଳୟକୁ ଖୋଲାଯାଉ ନ ଥିବା ନୂତନ ଟ୍ରଷ୍ଟବୋର୍ଡ ପ୍ରଶାସନକୁ ଅବଗତ କରାଇଥିଲେ। ଖବରପାଇ ଚିଲିକା ତହସିଲଦାର ପୁନମ୍‌ ମହାପାତ୍ର, ବାଲୁଗାଁ ଏସ୍‌ଡିପିଓ ମାନସ ରଞ୍ଜନ ବାରିକ ଏବଂ ଥାନା ଆଇଆଇସି ରମାକାନ୍ତ ମହାଲିକ୍‌ ପହଞ୍ଚତ୍ ବୁଝାଶୁଝା କରିଥିଲେ। ଅନ୍ୟପଟେ ଏହି ବିବାଦକୁ ନେଇ କୌଣସି ଅଘଟଣକୁ ଏଡ଼ାଇବା ନିମନ୍ତେ ଥାନା ଆଇଆଇସିଙ୍କ ଆବେଦନକ୍ରମେ ଖୋର୍ଦ୍ଧା ସବ-ଡିଭିଜନାଲ କୋର୍ଟ ଘଟଣାର ଗୁରୁତ୍ୱକୁ ବିଚାର କରି ଉକ୍ତ ମନ୍ଦିର ଅଞ୍ଚଳକୁ ଅନିର୍ଦ୍ଦିଷ୍ଟକାଳ ପାଇଁ ୧୪୪ ଧାରା ଜାରି କରିଛନ୍ତି। କେବଳ ପୂଜା ନୀତି ସମ୍ପନ୍ନ ନିମନ୍ତେ ପୂଜକ ଓ ସେବାୟତ ମୋଟ ୫ଜଣ ମନ୍ଦିରରେ ଉପସ୍ଥିତ ରହିବେ। ଏ ନେଇ ପ୍ରଶାସନ ପକ୍ଷରୁ ଶନିବାର ରାତିରେ ଡାକବାଜି ଯନ୍ତ୍ର ଦ୍ୱାରା ପ୍ରଚାର କରାଯାଇଛି। ଅନ୍ୟପକ୍ଷେ ଠାକୁରଙ୍କୁ ଦର୍ଶନରୁ ବଞ୍ଚତ୍ତ ନେଇ ଭକ୍ତ ମହଲରେ ନୈରାଶ୍ୟଭାବ ଦେଖାଦେଇଛି। ତୁରନ୍ତ ଏହି ବିବାଦକୁ ସମାଧାନ କରାଯିବା ନିମନ୍ତେ ଶ୍ରଦ୍ଧାଳୁ ମହଲରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୮ା୧୨(ସୁନିତ୍‌ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri