ଉମାମହେଶ୍ୱର ଦେବ ଟ୍ରଷ୍ଟ ବୋର୍ଡକୁ ନେଇ ବିବାଦ

ବାଲୁଗାଁ ,୧୩ା୧୨(ଡି.ଏନ୍‌.ଏ.): ବାଲୁଗାଁ  ଅଞ୍ଚଳର ପ୍ରସିଦ୍ଧ ଶୈବପୀଠ ଶ୍ରୀଶ୍ରୀ ଉମାମହେଶ୍ୱର ଦେବଙ୍କ ମନ୍ଦିର ଟ୍ରଷ୍ଟ ବୋର୍ଡ ଦାୟିତ୍ୱ ହସ୍ତାନ୍ତରକୁ ନେଇ ବିବାଦୀୟ ପରିସ୍ଥିତି ଉପୁଜିଛି। ଫଳରେ ଶନିବାର ରାତିରୁ ପ୍ରଶାସନ ପକ୍ଷରୁ ଉକ୍ତ ମନ୍ଦିର ପରିସର ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି ।
ଥାଉ କି, ବିଗତ କିଛିବର୍ଷ ହେଲା ଏହି ମନ୍ଦିର ଟ୍ରଷ୍ଟ ବୋର୍ଡ ପରିବର୍ତ୍ତନ ନେଇ ୨ ଗୋଷ୍ଠୀ ମଧ୍ୟରେ ବିବାଦୀୟ ପରିସ୍ଥିତି ଦେଖାଦେଇଥିଲା। ତେବେ ଇତି ମଧ୍ୟରେ ଚଳିତ ଡିସେମ୍ବର ୧୦ରେ ମନ୍ଦିର ଦେବୋତ୍ତର ବିଭାଗୀୟ କମିଶନଙ୍କ ନିର୍ଦ୍ଦେଶାନାମା ନଂ ୮୮୫୦ ଏବଂ ଚିଠି ନଂ. ୧୨୫୦୬/ଏଲ୍‌ ଅନୁଯାୟୀ ଏକ ୯ଜଣିଆ ନୂତନ ଟ୍ରଷ୍ଟ ବୋର୍ଡକୁ ମନ୍ଦିର ପରିଚାଳନା ପାଇଁ ଦାୟିତ୍ୱ ଦିଆଯାଇଛି। ଏହି ନୂତନ ଟ୍ରଷ୍ଟ ବୋର୍ଡରେ ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବଙ୍କ ସମେତ ଅଞ୍ଚଳର ବିଶିଷ୍ଟ ବ୍ୟକ୍ତି ସଦସ୍ୟ ଅଛନ୍ତି। ଏଭଳି ପରିସ୍ଥିତିରେ ଶନିବାର ନୂତନ ଟ୍ରଷ୍ଟବୋର୍ଡ ପକ୍ଷରୁ ଏକ ବୈଠକ କରିବା ପାଇଁ ସଦସ୍ୟମାନେ ମନ୍ଦିର କାର୍ଯ୍ୟାଳୟରେ ପହଞ୍ଚତ୍ଥିଲେ। କାର୍ଯ୍ୟାଳୟରେ ତାଲା ପଡ଼ିଥିବା ବେଳେ ପୂର୍ବରୁ ମନ୍ଦିର ଦାୟିତ୍ୱରେ ଥିବା କର୍ମଚାରୀ ଧରାଛୁଆଁ ନ ଦେବାରେ ଟ୍ରଷ୍ଟ ସଦସ୍ୟଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ସହ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉଦ୍ଦେଶ୍ୟମୂଳକ ଭାବେ ମନ୍ଦିର କାର୍ଯ୍ୟାଳୟକୁ ଖୋଲାଯାଉ ନ ଥିବା ନୂତନ ଟ୍ରଷ୍ଟବୋର୍ଡ ପ୍ରଶାସନକୁ ଅବଗତ କରାଇଥିଲେ। ଖବରପାଇ ଚିଲିକା ତହସିଲଦାର ପୁନମ୍‌ ମହାପାତ୍ର, ବାଲୁଗାଁ ଏସ୍‌ଡିପିଓ ମାନସ ରଞ୍ଜନ ବାରିକ ଏବଂ ଥାନା ଆଇଆଇସି ରମାକାନ୍ତ ମହାଲିକ୍‌ ପହଞ୍ଚତ୍ ବୁଝାଶୁଝା କରିଥିଲେ। ଅନ୍ୟପଟେ ଏହି ବିବାଦକୁ ନେଇ କୌଣସି ଅଘଟଣକୁ ଏଡ଼ାଇବା ନିମନ୍ତେ ଥାନା ଆଇଆଇସିଙ୍କ ଆବେଦନକ୍ରମେ ଖୋର୍ଦ୍ଧା ସବ-ଡିଭିଜନାଲ କୋର୍ଟ ଘଟଣାର ଗୁରୁତ୍ୱକୁ ବିଚାର କରି ଉକ୍ତ ମନ୍ଦିର ଅଞ୍ଚଳକୁ ଅନିର୍ଦ୍ଦିଷ୍ଟକାଳ ପାଇଁ ୧୪୪ ଧାରା ଜାରି କରିଛନ୍ତି। କେବଳ ପୂଜା ନୀତି ସମ୍ପନ୍ନ ନିମନ୍ତେ ପୂଜକ ଓ ସେବାୟତ ମୋଟ ୫ଜଣ ମନ୍ଦିରରେ ଉପସ୍ଥିତ ରହିବେ। ଏ ନେଇ ପ୍ରଶାସନ ପକ୍ଷରୁ ଶନିବାର ରାତିରେ ଡାକବାଜି ଯନ୍ତ୍ର ଦ୍ୱାରା ପ୍ରଚାର କରାଯାଇଛି। ଅନ୍ୟପକ୍ଷେ ଠାକୁରଙ୍କୁ ଦର୍ଶନରୁ ବଞ୍ଚତ୍ତ ନେଇ ଭକ୍ତ ମହଲରେ ନୈରାଶ୍ୟଭାବ ଦେଖାଦେଇଛି। ତୁରନ୍ତ ଏହି ବିବାଦକୁ ସମାଧାନ କରାଯିବା ନିମନ୍ତେ ଶ୍ରଦ୍ଧାଳୁ ମହଲରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri