Categories: ଜାତୀୟ

ଟିଭି ଚ୍ୟାନେଲର ବିତର୍କ ଯୋଗୁ ସୃଷ୍ଟି ହେଉଛି ଅଧିକ ପ୍ରଦୂଷଣ, ରମନାଙ୍କ କଟାକ୍ଷ…

ନୂଆଦିଲ୍ଲୀ,୧୭।୧୧: ଦିଲ୍ଲୀ ଏନ୍‌ସିଆର୍‌ରେ ବାୟୁ ପ୍ରଦୂଷଣ ବଢ଼ି ଚାଲିଛି। ଏନେଇ ଏକ ମାମଲାର ବିଚାର ସୁପ୍ରିମ୍‌କୋର୍ଟରେ ଜାରି ରହିଛି। ବାୟୁ ପ୍ରଦୂଷଣ ନେଇ ପ୍ରଧାନ ବିଚାରପତି ଏନ୍‌.ଭି. ରମନାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କଟାକ୍ଷ କରି କହିଛନ୍ତି ଯେ, ବିଭିନ୍ନ ଟିଭି ଚ୍ୟାନଲରେ ଏନେଇ ହେଉଥିବା ବିତର୍କ ଯୋଗୁ ଅଧିକ ପ୍ରଦୂଷଣ ସୃଷ୍ଟି ହେଉଛି। ପ୍ରଦୂଷଣ ଲାଗି ନଡ଼ାମୂଳ ଜଳାଇବାକୁ ଦାୟୀ ବୋଲି କୁହାଯାଉଛି। ତେବେ ଏହା ପ୍ରକୃତ କାରଣ ନୁହେଁ ବୋଲି ଖଣ୍ଡପୀଠ କହିଛନ୍ତି।

ଚାଷୀଙ୍କ ଉପରେ ବାୟୁ ପ୍ରଦୂଷଣ ନେଇ ଅଯଥା ଦୋଷ ଲଦା ଯାଉଛି। ବାଣଫୁଟାକୁ ବାରଣ କରାଗଲେ ମଧ୍ୟ ଲୋକେ ସଚେତନ ନହୋଇ ବାଣ ପୁଟାଇଛନ୍ତି। ଏହାଦ୍ୱାରା ବାୟୁ ପ୍ରଦୂଷଣ ବଢ଼ିଥିବା ଖଣ୍ଡପୀଠ କହିଛନ୍ତି। ୫ ତାରକା ୭ ତାରକା ହୋଟେଲରେ ବସି ଲୋକେ ଚାଷୀଙ୍କୁ ଦାୟୀ କରୁଛନ୍ତି।

ନଡ଼ାମୂଳ ଜଳାଇବା ଦ୍ୱାରା ୪, ୩୦ ଅବା ୪୦ ପ୍ରତିଶତ ପ୍ରଦୂଷଣ ସୃଷ୍ଟି ହେଉଥିବା କହୁଛନ୍ତି। ମାତ୍ର ସେମାନେ ଜମି ପିଛା ଚାଷୀଙ୍କ ରୋଜଗାର ସମ୍ପର୍କରେ କିଛି ମଧ୍ୟ ଜାଣି ନାହାନ୍ତି। ଏଭଳି ଲୋକେ ବାରଣ ସତ୍ତ୍ୱେ ବାଣଫୁଟାକୁ ଅଣଦେଖା କରୁଛନ୍ତି।

ଦିଲ୍ଲୀ ସରକାରଙ୍କ ପକ୍ଷରୁ ଆଇନଜୀବୀ ଅଭିଶେଷ ମନୁ ସିଙ୍ଗଭୀ ଖଣ୍ଡପୀଠଙ୍କ ସମ୍ମୁଖରେ କହିଥିଲେ ଯେ, ନଭେମ୍ବରରେ ନଡ଼ାମୂଳ ଜଳାଇବା ସର୍ବାଧିକ ରହିଛି। ତେବେ ପ୍ରଦୂଷଣର ଉତ୍ସଗୁଡ଼ିକୁ ଏପର୍ଯ୍ୟନ୍ତ ବନ୍ଦ କରାଯାଇ ନାହଁ। ଏହାର ଉତ୍ତରରେ ଖଣ୍ଡପୀଠ ଚାଷୀଙ୍କ ସପକ୍ଷରେ କହିଥିଲେ।

ଏପରିସ୍ଥଳେ ସୋଲିସିଟର ଜେନେରାଲ ଖଣ୍ଡପୀଠଙ୍କୁ ଅବଗତ କରାଇଥିଲେ ଯେ, ଏନ୍‌ସିଆର୍‌ର ସମସ୍ତ ରାଜ୍ୟ ସରକାରଙ୍କୁ ନିର୍ମାଣ କାର୍ଯ୍ୟ ବନ୍ଦସ କରିବାକୁ ତୁରନ୍ତ ନିର୍ଦ୍ଦେଶ ଜାରି କରାଯାଉ। ଏଭଳି ସ୍ଥିତି ନଭେମ୍ବର ୨୧ ପର୍ଯ୍ୟନ୍ତ ବଳବତ୍ତର ରହୁ ବୋଲି ସେ କହିଥିଲେ।

Share