Posted inଖେଳ

ଶ୍ରୀଲଙ୍କା ୟୁଭା ଲିଗ୍‌ ମ୍ୟାଚକୁ ନେଇ ବିବାଦ

ନୂଆଦିଲ୍ଲୀ, ୪ା୭ (ପି.ଟି.)-ଚଣ୍ଡିଗଡ଼ ନିକଟରେ ଏକ ଟି୨୦ ମ୍ୟାଚ ଖେଳାଯାଇଥିଲା। କିନ୍ତୁ ଅନ୍‌ଲାଇନ୍‌ ଷ୍ଟ୍ରିମ୍‌ରେ ଏହି ଖେଳ ଶ୍ରୀଲଙ୍କାରେ ହୋଇଥିବା ଦର୍ଶାଯାଇଛି, ଯାହାକି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଦୁର୍ନୀତି ନିବାରଣ ଶାଖା (ଏସିୟୁ), ପଞ୍ଜାବ ପୋଲିସ ଏବଂ ଶ୍ରୀଲଙ୍କା କ୍ରିକେଟ ବୋର୍ଡ (ଏସ୍‌ଏଲ୍‌ସି)ର ନଜରକୁ ଆସିଛି। ଏସ୍‌ଏଲସି କହିଛି ଏଥିରେ ଏହାର ସମ୍ପୃକ୍ତି ନାହିଁ। ଯଦି ଅଭିଯୋଗ ଆସେ ତେବେ ଆଇନଗତ ପଦକ୍ଷେପ ନେବାକୁ ପଛାଇବ ନାହିଁ। ଏଣେ ଏକ ଖବରକାଗଜରେ ପ୍ରକାଶିତ ରିପୋର୍ଟ ଅନୁସାରେ ଏହି ମ୍ୟାଚ ଜୁନ୍‌ ୨୯ ତାରିଖରେ ଚଣ୍ଡିଗଡ଼ଠାରୁ ୧୬ କିଲୋମିଟର ଦୂର ସାଓ୍ବାରା ଗ୍ରାମ୍‌ରେ ଖେଳାଯାଇଥିଲା। କିନ୍ତୁ ଅନ୍‌ଲାଇନ୍‌ ଷ୍ଟ୍ରିମ୍‌ରେ ଏହା ‘ୟୁଭା ଟି୨୦ ଲିଗ୍‌’ର ଏକ ମ୍ୟାଚ ବୋଲି ଦର୍ଶାଯାଇଥିଲା। ୟୁଭା ପ୍ରୋଭିନ୍ସ କ୍ରିକେଟ ଆସୋସିଏଶନର ନିଜ ସହର ତଥା ଶ୍ରୀଲଙ୍କାର ବଦୁଲା ସହରରେ ଅନୁଷ୍ଠିତ ହୋଇଥିଲା। ପଞ୍ଜାବ ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ମ୍ୟାଚ୍‌ ସହିତ କୌଣସି ବେଟିଂ ସିଣ୍ଡିକେଟ୍‌ ସମ୍ପୃକ୍ତ କି ନା ତାହାର ଅନୁସନ୍ଧାନ ଚାଲିଛି। ବିସିସିଆଇ ଏହି ମ୍ୟାଚ ସହିତ ଯେଉଁମାନେ ସମ୍ପୃକ୍ତ ସେମାନଙ୍କ ଖୋଜଖବର ନେଉଛି। ଅନ୍ୟପକ୍ଷରେ ମ୍ୟାଚ୍‌ଟିକୁ ନେଇ ଶ୍ରୀଲଙ୍କାରେ ଯୋଜନା ପ୍ରସ୍ତୁତ ହୋଇଥିବା ସମ୍ପର୍କରେ କୌଣସି ଖବର ନ ଥିବା ଏସ୍‌ଏଲ୍‌ସି କହିଛି। ବିସିସିଆଇ ଦୁର୍ନୀତି ନିବାରଣ ଶାଖା ମୁଖ୍ୟ ଅଜିତ୍‌ ସିଂ କହିଛନ୍ତି, ମ୍ୟାଚ୍‌ ସହିତ ସମ୍ପୃକ୍ତ ଲୋକମାନଙ୍କ ଖୋଜ ଖବର ନିଆଯାଉଛି। ଆମେ ଆମ ଡାଟାବେସ୍‌କୁ ଅପ୍‌ଡେଟ୍‌ କରିବାକୁ ଚାହୁଁଛୁ। ବିସିସିଆଇର ଏକ ଏନ୍‌ଫୋର୍ସମେଣ୍ଟ ଏଜେନ୍ସି ଭାବେ ଏହା ଆମ କର୍ତ୍ତୃତ୍ୱ ବାହାରେ। କେବଳ ପୋଲିସ ଯାହା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ସେ କହିଛନ୍ତି, ଯଦି ଏହା ବିସିସିଆଇର ସ୍ବୀକୃତିପ୍ରାପ୍ତ ଲିଗ୍‌ ହୋଇଥାନ୍ତା କିମ୍ବା ଆମର କୌଣସି ଖେଳାଳି ଏଥିରେ ଅଂଶଗ୍ରହଣ କରିଥାନ୍ତେ ତେବେ ଆମେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିଥାନ୍ତୁ। ଯଦି ଏହା ବେଟିଂ ଉଦ୍ଦେଶ୍ୟରେ ଖେଳାଯାଇଥାଏ ତେବେ ଏହା ଏକ ଫୌଜଦାରି ଅପରାଧ। କେବଳ ପୋଲିସ ହିଁ ଏକ୍ଷେତ୍ରରେ ଯାହା ପଦକ୍ଷେପ ନେଇ ପାରିବ। ଆମର ଏଥିରେ କିଛି କରିବାର ନାହିଁ। ଶ୍ରୀଲଙ୍କା କ୍ରିକେଟ ତରଫରୁ ଏକ ବିବୃତିରେ କୁହାଯାଇଛି ଯେ, ଏକ ଅଜ୍ଞାତ ପାର୍ଟି ଦ୍ୱାରା ଆୟୋଜିତ ‘ୟୁଭା ପ୍ରିମିୟର ଲିଗ୍‌ ଟି୨୦’ ଶୀର୍ଷକ ଟୁର୍ନାମେଣ୍ଟରେ ଏସ୍‌ଏଲ୍‌ସି ସମ୍ପୃକ୍ତ ନାହିଁ କିମ୍ବା ଏହାକୁ ସ୍ବୀକୃତି ପ୍ରଦାନ କରି ନାହିଁ। ସୂଚନାଯୋଗ୍ୟ, ବାଦୁଲା ଷ୍ଟାଡିୟମରେ ଜୁନ୍‌ ୨୯ରେ ୟୁଭା ପ୍ରିମିୟର ଲିଗ୍‌ ଟି୨୦ର ଖେଳାଯାଇଥିବା ଏହି ମ୍ୟାଚରେ ବହୁ ଭାରତୀୟ ଓ୍ବେବ୍‌ସାଇଟ୍‌ର ବିଜ୍ଞାପନ ସ୍କୋର ବୋର୍ଡରେ ଦେଖିବାକୁ ମିଳିଥିଲା। କିନ୍ତୁ ଏଭଳି ଟୁର୍ନାମେଣ୍ଟ ଶ୍ରୀଲଙ୍କାରେ ଆୟୋଜିତ ହୋଇ ନାହିଁ କି ଭବିଷ୍ୟତରେ ହେବାର ନାହିଁ ବୋଲି ଏସ୍‌ଏଲ୍‌ସି ପକ୍ଷରୁ ଦୃଢଭାବେ କୁହାଯାଇଛି। ଏସ୍‌ଏଲ୍‌ସିର ସିଇଓ ଆଶଲେ ଡି’ ସିଲ୍‌ଭା କହିଛନ୍ତି, ଏହି ବିଷୟର ପ୍ରକୃତ ସତ୍ୟାସତ୍ୟ କ’ଣ ତାହା ଯାଞ୍ଚ କରି ଦେଖିବା ଲାଗି ସେ ଦୁର୍ନୀତି ନିବାରଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ମହିଳା କ୍ରିକେଟରଙ୍କ ପାଇଁ ଖୁସି ଖବର: ଅଢେଇଗୁଣା ମ୍ୟାଚ୍ ଫି’ ବଢ଼ାଇଲା BCCI

ମୁମ୍ବାଇ,୨୨ା୧୨: ଦେଶର ମହିଳା କ୍ରିକେଟରଙ୍କ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଏକ ବଡ଼ ଉପହାର ଦେଇଛି। ସୋମବାର, ଡିସେମ୍ବର ୨୨ ତାରିଖରେ ଅନୁଷ୍ଠିତ...

ଟି-୨୦ ବିଶ୍ୱକପ ପାଇଁ ଚୟନ ହୋଇଥିବା ଭାରତୀୟ ଦଳ ଉପରେ ପ୍ରଶ୍ନ ଉଠାଇଲେ ୱାସିମ ଜାଫର, କହିଲେ ଇଶାନ-ୱାଶିଂଟନଙ୍କ ବଦଳରେ…

ନୂଆଦିଲ୍ଲୀ,୨୨।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଇଶାନ କିଷାନ ଦଳକୁ ଫେରିଛନ୍ତି। ଉପ-ଅଧିନାୟକ ଶୁବମନ ଗିଲ...

Asia Cup ବିଜୟୀ ଦଳକୁ ସ୍ୱତନ୍ତ୍ର ପୁରସ୍କାର ଘୋଷଣା କଲେ ଶାହବାଜ

କରାଚୀ,୨୨ା୧୨: ଦୁବାଇରେ ୧୯ବର୍ଷରୁ କମ୍‌ Asia Cup ବିଜୟୀ ପାକିସ୍ତାନ ଦଳର ସଦସ୍ୟମାନଙ୍କ ଲାଗି ଦେଶର ପ୍ରଧାନମନ୍ତ୍ରୀ ଶାହବାଜ ଶରିଫ ୧୦ ନିୟୁତ ପାକିସ୍ତାନୀ ଟଙ୍କା...

ଟି-୨୦ ବିଶ୍ୱକପ ପୂର୍ବରୁ ସନ୍ୟାସ ନେଇ ଚମକାଇଲେ ଏହି ଖେଳାଳି, ଟିମ ଇଣ୍ଡିଆକୁ ଲାଗିଲା ବଡ଼ ଝଟକା

ନୂଆଦିଲ୍ଲୀ,୨୨।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଟିମ ଇଣ୍ଡିଆର ଦଳ ଡିସେମ୍ବର ୨୦ ତାରିଖରେ ଘୋଷଣା କରାଯାଇଥିଲା। ୨୦୨୬ ଟି୨୦ ବିଶ୍ୱକପ ଭାରତ ଏବଂ ଶ୍ରୀଲଙ୍କା...

ଦିନିକିଆ ଅଧିନାୟକ ପଦରୁ ଗିଲ୍‌ ହେବେ ବିଦା! ତାଙ୍କ ସ୍ଥାନରେ ଏହି ଖେଳାଳିଙ୍କୁ ମିଳିବ ଅଧିନାୟକତ୍ୱ, ବଡ଼ ଖୁଲାସା

ନୂଆଦିଲ୍ଲୀ,୨୨।୧୨: କ୍ରିକେଟର ଶୁବମନ ଗିଲ୍‌ଙ୍କ ପାଇଁ ସମସ୍ୟା ବଢ଼ିବା ପରି ମନେ ହେଉଛି। ତାଙ୍କୁ ପ୍ରଥମେ ଟେଷ୍ଟ ଦଳର ଅଧିନାୟକ ଏବଂ ପରେ ଚଳିତ ବର୍ଷ...

ମୁଁ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଥିଲି…ଅବସର କଥା କହି ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୨୨।୧୨: ଭାରତୀୟ କ୍ରିକେଟର ସବୁଠାରୁ ସଫଳ ଅଧିନାୟକଙ୍କ ମଧ୍ୟରୁ ଜଣେ ରୋହିତ ଶର୍ମା ତାଙ୍କ କ୍ୟାରିୟର ବିଷୟରେ ଏକ ଖୁଲାସା କରିଛନ୍ତି। ଏହା ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ...

୨ ଦଳ ମିଶି କଲେ ମାତ୍ର ୨୩ ରନ: ଅନ୍ତର୍ଜାତୀୟ ଟି-୨୦ରେ ସବୁଠୁ ଲଜ୍ଜାଜନକ ରେକର୍ଡ

ନୂଆଦିଲ୍ଲୀ,୨୨।୧୨: ଅନ୍ତର୍ଜାତୀୟ ଟି-୨୦ କ୍ରିକେଟ ସାଧାରଣତଃ ଦ୍ରୁତ ରନ, ବଡ଼ ଛକା ଏବଂ ବଡ଼ ସ୍କୋର ପାଇଁ ଜଣାଶୁଣା। ଏହି ଫର୍ମାଟ କେତେକ ସମୟରେ ବ୍ୟାଟସମ୍ୟାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri