ୟୁସିସିସିର ନୂତନ କର୍ମକର୍ତ୍ତା ଚୟନକୁ ନେଇ ବିବାଦ

ଭୁବନେଶ୍ୱର,୨୧।୯(ଶର୍ମିଷ୍ଠା ପାଣିଗ୍ରାହୀ)ଉତ୍କଳ ସିନେ ଚାମ୍ବର୍ସ ଅଫ୍‌ କମର୍ସ(ୟୁସିସିସି)କୁ ନେଇ ପ୍ରଯୋଜକଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ ଥମିବାରେ ନଁା ନେଉନି। ୟୁସିସି ନୂଆ କର୍ମକର୍ତ୍ତା ପାଇଥିବା ଗୋଟିଏ ଗୋଷ୍ଠୀ ବୁଧବାର ଖବରଦାତା ସମ୍ମିଳନୀ କରି ସ୍ପଷ୍ଟ କରିଥିବାବେଳେ ଅପରଗୋଷ୍ଠୀ ଏହାକୁ ବିରୋଧ କରିଛି, ଯାହାକୁ ନେଇ ବିବାଦୀୟ ସ୍ଥିତି ସୃଷ୍ଟି ହୋଇଛି।

ବୁଧବାର ଭୁବନେଶ୍ୱରଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଦିଆଯାଇଥିବା ସୂଚନା ଅନୁସାରେ ୟୁସିସିସି ସଭାପତି ପଦରେ ପ୍ରଯୋଜକ ସଞ୍ଜୟ ନାୟକ ମନୋନୀତ ହୋଇଥିବାବେଳେ ଉପସଭାପତି ଭାବେ ରବୀନ୍ଦ୍ର ପଣ୍ଡା, ସଚିବ ଏନ୍‌.ଜି. ରେଡ୍ଡୀ, ମହା ସଚିବ ଭାଗ୍ୟଲକ୍ଷ୍ମୀ ସାମଲ ଓ କୋଷାଧ୍ୟକ୍ଷ ଦାୟିତ୍ୱରେ ସ୍ଥିତ ପଟ୍ଟନାୟକ ରହିଛନ୍ତି। ସେହିପରି କାର୍ଯ୍ୟକାରୀ କମିଟି ସଭ୍ୟଭାବେ ତପନ ଦାଶ, ଅନୁପମ ପଟ୍ଟନାୟକ, ଲକ୍ଷ୍ମୀକାନ୍ତ ପଟ୍ଟନାୟକ, ଲୋକନାଥ ଦାସ, ଦୀପ ସାମଲ, ପ୍ରୀତମ ସାହୁ, ଅନୁପ୍ରୟାସ ମହାନ୍ତି ପ୍ରମୁଖ ମନୋନୀତ ହୋଇଛନ୍ତି। ଏମାନେ ୧ବର୍ଷ ପାଇଁ ଏହି ପଦବୀରେ ରହିବେ। ତେବେ ପୂର୍ବରୁ ଥିବା ସଦସ୍ୟମାନେ ୟୁସିସିର ସଦସ୍ୟ ହୋଇ ରହିବେ। ବର୍ଷେ ପରେ ପୁନଃ ନିର୍ବାଚନ କରାଯାଇ ନବନିର୍ବାଚିତ କର୍ମକର୍ତ୍ତାଙ୍କୁ ୩ବର୍ଷ ପାଇଁ ଦାୟିତ୍ୱ ଦିଆଯିବ। ପୂର୍ବରୁ ୟୁସିସି ସୋସାଇଟି ରେଜିଷ୍ଟ୍ରେଶନ ଆକ୍ଟ ଜିଲାସ୍ତରରେ ହେଉଥିବାବେଳେ ବର୍ତ୍ତମାନ ଏହା ଅପଗ୍ରେଡେଶନ ହୋଇ ଆଇଜିଆର୍‌ ଅଧୀନକୁ ଆସିଲା। ଫଳରେ ନୂଆ ନିୟମ ସହ ୟୁସିସି ରାଜ୍ୟସ୍ତରରେ ପଞ୍ଜୀକୃତ ହୋଇଛି। ନୂତନ ନିୟମ ଅନୁସାରେ ଆସନ୍ତା ଏକ ବର୍ଷ ଲାଗି ଓଡିଆ ଫିଲ୍ମର ଉନ୍ନତି ପାଇଁ ରୋଡ୍‌ ମ୍ୟାପ ଓ ଏଜେଣ୍ଡା ପ୍ରସ୍ତୁତ ହୋଇଛି। ନୂଆ ରେଜିଷ୍ଟ୍ରେଶନ ପାଇଁ ବର୍ତ୍ତମାନ ପ୍ରଯୋଜକଙ୍କୁ ୧୦ ହଜାର ଟଙ୍କା ଦେବାକୁ ପଡ଼ିବ। ପୂର୍ବରୁ ଏହା ୫୦ହଜାର ଟଙ୍କା ରହିଥିଲା, ଯାହାକୁ ନେଇ ବିବାଦ ଓ ପ୍ରତିବାଦର ସ୍ବର ଉଠିଥିଲା। ସେହିପରି ସିନେମା ଟାଇଟଲ ରେଜିଷ୍ଟ୍ରେଶନ ପାଇଁ ୩ହଜାର ବଦଳରେ ୨ହଜାର ଓ ପୋଷ୍ଟର ରେଜିଷ୍ଟ୍ରେଶନ ପାଇଁ ୧,୫୦୦ ବଦଳରେ ଏକ ହଜାର ଟଙ୍କା ପୈଠ କରିବାକୁ ହେବ। ୟୁସିସି କୋଷାଧ୍ୟକ୍ଷ ପଟ୍ଟନାୟକ କହିଛନ୍ତି, ଏବେ ୟୁସିସି ସକ୍ରିୟ ହୋଇ କାମ କରିବ। ବୈଠକ କରି ପୂର୍ବରୁ ରହିଥିବା ସମସ୍ୟା ଉପରେ ଆଲୋଚନା ମାଧ୍ୟମରେ ସମାଧାନ କରାଯିବ। ଏଥିସହ ଅର୍ଥ, ସଂସ୍କୃତି, ଇଣ୍ଡଷ୍ଟ୍ରି ସଚିବଙ୍କୁ ଭେଟି ବର୍ତ୍ତମାନର ସମସ୍ୟା ସମ୍ପର୍କରେ ଜଣାଇବୁ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷେ ଓଡ଼ିଶା ଫିଲ୍ମ ପ୍ରଡ୍ୟୁସର ଆସୋସିଏଶନ୍‌(ଓଏଫ୍‌ପିଏ)ର ଯୁଗ୍ମ ସଚିବ ତଥା ୟୁସିସିସିର ସଦସ୍ୟ ସଚ୍ଚିକାନ୍ତ ଜେନା କହିଛନ୍ତି, ୟୁସିସି ଏକ ପୁରାତନ ସଂସ୍ଥା। ନୂତନ କରି କିଛି କରିବାକୁ ହେଲେ ଜେନେରାଲ ବଡିର ଅନୁମତି ଆବଶ୍ୟକ। ସେଥିପାଇଁ ଦୁଇ ତୃତୀୟାଂଶର ସମର୍ଥନ ମଧ୍ୟ ଜରୁରୀ ଅଟେ। ୟୁସିସିରେ ନିର୍ବାଚନ ନ କରିବାକୁ ନୂତନ ସଭାପତି ସଞ୍ଜୟ ନାୟକ ନିଜେ ଉଚ୍ଚ ନ୍ୟାୟାଳୟରେ କେସ୍‌ କରିଥିବା ବେଳେ ବୁଧବାର ଖବରଦାତା ସମ୍ମିଳନୀ ଆୟୋଜନ କରି ୟୁସିସି ସମ୍ପର୍କିତ ସୂଚନା କିପରି ପ୍ରଦାନ କରିଛନ୍ତି। ୟୁସିସିର ସମସ୍ତ ଡକ୍ୟୁମେଣ୍ଟ କଟକ ଏଡିଏମ୍‌ଙ୍କ ନିକଟରେ ଅଛି। କେସ୍‌ ମଧ୍ୟ ଏବେ ତାଙ୍କ ଅଧୀନରେ ଅଛି। ତେଣୁ ନୂତନ କର୍ମକର୍ତ୍ତା ମନୋନୟନ ସମ୍ପର୍କରେ ଏଡିଏମ୍‌ଙ୍କ ଠାରୁ ଅନୁମତି ନିଆଯାଇଛି କି ନାହିଁ ତାହା ଏବେ ସନ୍ଦେହ ଘେରରେ ବୋଲି ଜେନା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri