Categories: ଜାତୀୟ

ସଭରକରଙ୍କ ଫଟୋକୁ ନେଇ ବିବାଦ

ଲକ୍ଷ୍ନୌ, ୨୧।୧: ଉତ୍ତରପ୍ରଦେଶ ବିଧାନ ପରିଷଦର ଫଟୋ ଗ୍ୟାଲେରିରେ ହିନ୍ଦୁ ଆଦର୍ଶବାଦୀ ନେତା ବୀର ସଭରକରଙ୍କ ଫଟୋ ଲଗାଯିବାକୁ ନେଇ ବିବାଦ ଦେଖାଦେଇଛି। ବିଧାନ ପରିଷଦର କଂଗ୍ରେସ ସଦସ୍ୟ ଦୀପକ ସିଂ ଏହାର ପ୍ରତିବାଦ କରିବା ସହ ଫଟୋ କାଢ଼ିଦେବାକୁ ଗୃହର ଅଧ୍ୟକ୍ଷଙ୍କୁ ପତ୍ର ଲେଖି ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଙ୍ଗଳବାର ଉକ୍ତ ଫଟୋକୁ ଉଦ୍‌ଘାଟନ କରିଥିଲେ। ମହାନ୍‌ ସ୍ବାଧୀନତା ସଂଗ୍ରାମୀମାନଙ୍କ ଫଟୋ ସହ ସଭରକରଙ୍କ ଫଟୋ ଲଗାଯିବା ସେମାନଙ୍କ ପାଇଁ ଅପମାନ। ସେଠାରୁ ସଭରକରଙ୍କ ଫଟୋ କାଢ଼ିନେଇ ଭାଜପା କାର୍ଯ୍ୟାଳୟରେ ଲଗାଇବାକୁ ସେ ପରାମର୍ଶ ଦେଇଛନ୍ତି।

Share