Categories: ଜାତୀୟ

ପ୍ରୋଫେଟ୍‌ ମହମ୍ମଦଙ୍କ ଉପରେ ଆପତ୍ତିଜନକ ପୋଷ୍ଟକୁ ନେଇ ଉତ୍ତେଜନା

ଶାହଜାହାନପୁର,୧୭ା୫: ସୋସିଆଲ ମିଡିଆରେ ପ୍ରୋଫେଟ୍‌ ମହମ୍ମଦଙ୍କ ଉପରେ ଜଣେ ଯୁବକ ଶେୟାର କରିଥିବା ଏକ ଆପତ୍ତିଜନକ ପୋଷ୍ଟକୁ ନେଇ ଉତ୍ତର ପ୍ରଦେଶର ଶାହଜାହାନପୁର ଜିଲାସ୍ଥିତ ତିଲହାରରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ଜିଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଅଭିଯୁକ୍ତ ଯୁବକ ବରୁଣ ଧଓ୍ବନଙ୍କୁ ପୋଲିସ ଗିରଫ କରିଛି। ଏପରି କି ତାଙ୍କ ଘର ଆଗରେ ପୋଲିସ ଫୋର୍ସ ମୁତୟନ କରାଯାଇଛି। ବିବାଦ ସୃଷ୍ଟି ହେବା ପରେ ବରୁଣ ଉକ୍ତ ପୋଷ୍ଟକୁ ଡିଲିଟ୍‌ କରିଦେଇଥିବା ଜଣାପଡିଛି। ତେବେ କାହାର ଧର୍ମୀୟ ଭାବାବେଗକୁ କୁଠାରାଘାତ କରିବା ତାଙ୍କ ଉଦ୍ଦେଶ୍ୟ ନ ଥିଲା ବୋଲି ସେ ପ୍ରକାଶ କରିଛନ୍ତି।

Share