ଏମ୍‌କେସିଜିରେ ପ୍ରସୂତିଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

ବ୍ରହ୍ମପୁର,୧୩।୧୧(ସୁବାସ ଚନ୍ଦ୍ର ପାଢ଼ୀ): ଏମକେସିଜି ମେଡିକାଲରେ ପଜେଟିଭ ବଦଳରେ ନେଗେଟିଭ ଗ୍ରୁପର ରକ୍ତ ଦିଆଯିବା ସହ ଠିକ ସମୟରେ ଚିକିତ୍ସା କରା ନଯିବାରୁ ଜଣେ ପ୍ରସୂତିଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଉତ୍ତେଜନା ଦେଖାଦେଇଛି। କିନ୍ତୁ ଏହି ଅଭିଯୋଗକୁ ଏମକେସିଜି ସ୍ତ୍ରୀ ଓ ପ୍ରସୂତି ବିଭାଗୀୟ ମୁଖ୍ୟ ଖଣ୍ଡନ କରିଛନ୍ତି। ପ୍ରସବ ପରବର୍ତ୍ତୀ ଜଟିଳତା ଯୋଗୁ ମହିଳାଙ୍କ ମୃତ୍ୟୁ ହୋଇଥିବା ସଫେଇ ଦିଆଯାଇଛି।
ଗଞ୍ଜାମ ବ୍ଲକ କରପଡା ଗ୍ରାମର ପ୍ରଶାନ୍ତ ନାୟକଙ୍କ ସ୍ତ୍ରୀ ସୁନେଲୀ (୨୪)ଙ୍କ ୨ ଦିନ ତଳେ ଗର୍ଭ ଯନ୍ତ୍ରଣା ହେବାରୁ ଛତ୍ରପୁର ଉପଖଣ୍ଡ ମେଡିକାଲରେ ଭର୍ତ୍ତି ହୋଇଥିଲେ। ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ରେଫର ହୋଇ ଏମକେସିଜି ମେଡିକାଲକୁ ଆସିଥିଲେ। ଏଠାରେ ପହଞ୍ଚିବା ପରେ ସୁନେଲୀଙ୍କୁ ଲେବର ରୁମରେ ଦିନସାରା ରଖାଯାଇଥିଲା। ମଙ୍ଗଳବାର ସକାଳେ ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ପ୍ରସବର କିଛି ଘଣ୍ଟା ପରେ ସୁନେଲୀଙ୍କ ରକ୍ତସ୍ରାବ ବଢ଼ିବାରେ ଲାଗିଥିଲା। ତାଙ୍କୁ ତୁରନ୍ତ ପ୍ରସୂତି ପରବର୍ତ୍ତୀ ଜରୁରୀକାଳୀନ କକ୍ଷରେ ଭର୍ତ୍ତି କରାଯାଇଥିଲା। ଡାକ୍ତରମାନେ ସୁନେଲୀଙ୍କ ଚିକିତ୍ସା କରିବା ସହ ରକ୍ତ ଯୋଗାଡ କରିବାକୁ ପରିବାର ଲୋକଙ୍କୁ କହିଥିଲେ। ତେବେ ସୁନେଲୀଙ୍କ ରକ୍ତ ଗ୍ରୁପ ପୂର୍ବ ମେଡିକାଲ ରିପୋର୍ଟ ଓ ମମତା କାର୍ଡରେ ‘ଓ’ ପଜିଟିଭ ଦର୍ଶାଯାଇଥିବା ବେଳେ ଏମକେସିଜି ମେଡିକାଲରେ ପରୀକ୍ଷା ପରେ ତାଙ୍କ ରକ୍ତ ଗ୍ରୁପ ‘ଓ’ ନେଗେଟିଭ ବୋଲି ଜଣାପଡିଥିଲା । ଫଳରେ ପରିବାର ଲୋକେ ପ୍ରଥମେ ‘ଓ’ ପଜିଭିଟ ରକ୍ତ ଆଣିଥିବା ବେଳେ ପରେ ସେମାନଙ୍କୁ ‘ଓ’ ନେଗେଟିଭ ରକ୍ତ ଆଣିବାକୁ କୁହାଯାଇଥିଲ। ଚିକିତ୍ସାଧୀନ ଅବସ୍ଥାରେ ସୁନେଲୀଙ୍କୁ ଡାକ୍ତରମାନେ ମୃତ ଘୋଷଣା କରିଥିଲେ। ତେବେ ଭୁଲ ରକ୍ତ ଦିଆଯିବା ସହ ପ୍ରସବ ପରେ ଠିକ ଭାବେ ଚିକିତ୍ସା କରାନଯିବାରୁ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ରକ୍ତ ଗ୍ରୁପ କ୍ରସ ମ୍ୟାଚିଂ ରିପୋର୍ଟରେ ଲେଖାଗୁଡ଼ିକ ସଂଶୋଧନ କରାଯାଇଛି। ସୋମବାର ରାତିରେ ଭୁଲ ରକ୍ତ ଦିଆଯିବା ସମ୍ପର୍କରେ ସୁନେଲୀଙ୍କ ପରିବାର ପକ୍ଷରୁ ଏମକେସିଜିର ଅଧୀକ୍ଷକ ଓ ରେଜିଷ୍ଟା୍ରରଙ୍କୁ ଜଣାଇବାକୁ ଫୋନ ଦ୍ବାରା ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସନ୍ତୋଷଜନକ ଉତ୍ତର ମିଳି ନଥିବା ସେମାନେ ଅଭିଯୋଗ କରିଛନ୍ତି । ତେଣୁ ଏହି ଘଟଣାର ତଦନ୍ତ କରାଯିବା ସହ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ପରିବାର ଲୋକେ ଦାବି କରିଛନ୍ତି । ଭାଜପା କୃଷକ ମୋର୍ଚ୍ଚା ଗଞ୍ଜାମ ବ୍ଲକ ପୂର୍ବତନ ସଭାପତି ତଥା ମୃତାଙ୍କ କକା ହେମନ୍ତ ନାହାକ କହିଛନ୍ତି, ସୁନେଲୀଙ୍କ ମମତା କାର୍ଡ ଓ ଛତ୍ରପୁର ମେଡିକାଲର ରିପୋର୍ଟରେ ତାଙ୍କର ରକ୍ତ ଗ୍ରୁପ ‘ଓ’ ପଜେଟିଭ ଥିବା ସତ୍ତ୍ୱେ ଏମକେସିଜି ଡାକ୍ତର ତାଙ୍କୁ ‘ଓ’ ନେଗେଟିଭ ରକ୍ତ ଦେଇଥିଲେ। ଡାକ୍ତରଙ୍କ ଏହି ତ୍ରୁଟି ଯୋଗୁଁ ମୋ ଝିଆରିର ମୃତ୍ୟୁ ଘଟିଛି। ଘଟଣାର ଠିକ ତଦନ୍ତ କରି ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସେ ସ୍ଥାନୀୟ ବିଧାୟକଙ୍କ ସହାୟତାରେ ସ୍ବାସ୍ଥ୍ୟମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିବେ ବୋଲି କହିଛନ୍ତି। ଘଟଣାକୁ ନେଇ ଏମକେସିଜିର ଡିନ ତଥା ଅଧୀକ୍ଷକ ପ୍ରଫେସର ଡା. ସୁଚିତ୍ରା ଦାସଙ୍କୁ ପଚାରିବାରେ ସେ କହିଛନ୍ତି ଚିକିତ୍ସା ଅବହେଳା ନୁହଁ ବରଂ ରକ୍ତହୀନତା ଓ ପ୍ରସବ ପରବର୍ତ୍ତୀ ଜଟିଳତା ଯୋଗୁ ସୁନେଲୀଙ୍କ ମୃତ୍ୟୁ ହୋଇଛି । ସେହିପରି ସୁନେଲୀଙ୍କ ରକ୍ତ ଗ୍ରୁପ ପରୀକ୍ଷା ପରେ ‘ଓ’ନେଗେଟେିଭ ଜଣାପଡିବା ପରେ ତାଙ୍କୁ ସେହି ଗ୍ରୁୃପର ୩ ୟୁନିଟ ରକ୍ତ ଦିଆଯାଇଥିଲା ବୋଲି ରକ୍ତଭଣ୍ଡାର ମୁଖ୍ୟ ପ୍ରଫେସର ଡା. ସବିତା ପଲେଇ କହିଛନ୍ତି । ‘ଓ’ନେଗେଟେିଭ ରକ୍ତ ନେବା ପରେ କାହାର ମୃତ୍ୟୁ ହୁଏନାହିଁ ବୋଲି ମଧ୍ୟ ସେ କହିଛନ୍ତି । ସେହିପରି ପ୍ରସବର କିଛି ସମୟ ପରେ ସୁନେଲୀଙ୍କ ପୋଷ୍ଟ ପୋର୍ଟନ ହେମେରେଜ(ପିପିଏଚ) ସମସ୍ୟା ଦେଖାଦେଇଥିଲା। ତାଙ୍କୁ ଅସ୍ତ୍ରୋପଚାର ଗୃହକୁ ନେଇ ଆବଶ୍ୟକ ଚିକିତ୍ସା କରାଯାଇଥିଲା । ସମସ୍ତ ଚେଷ୍ଟା ପରେ ମଧ୍ୟ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି ସ୍ତ୍ରୀ ଓ ପ୍ରସୂତି ବିଭାଗ ମୁଖ୍ୟ ପ୍ରଫେସର ଡା. ସଂଘମିତ୍ରା ମହାପାତ୍ର କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମହେନ୍ଦ୍ରଗିରିରେ ଭୟଙ୍କର ଦୁର୍ଘଟଣା: ଘାଟିରେ ଓଲଟିଲା ପାଣି ଟ୍ୟାଙ୍କର ଟ୍ରାକ୍ଟର, ଚାଲିଗଲା ହେଲ୍‌ପରଙ୍କ ଜୀବନ, ଚାଳକ…

ଗଜପତି, ୪ା୪(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ରାୟଗଡ଼ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମହେନ୍ଦ୍ରଗିରିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପାଣି ବୋଝେଇ…

ଛତ୍ରପୁରରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ: ଜିଲାପାଳ କଲେ ଖଡ଼ିଛୁଆଁ, ଶିକ୍ଷାବର୍ଷର ଶୁଭାରମ୍ଭ…

ଛତ୍ରପୁର, ୪।୪ (ଦିଲ୍ଲୀପ ସାମଲ): “ଆସରେ ଆସ ସ୍କୁଲ ଯିବା, ସାଙ୍ଗ ପିଲାଙ୍କ ସାଙ୍ଗେ ପାଠ ପଢ଼ିବା”ଏହି ନାରା ସହ ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ନୂତନ ଶିକ୍ଷାବର୍ଷର…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ଫାସଡ୍‌ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍‌ପର…

ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍‌ ଶୁକତେଲ ନଦୀ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri