Posted inଜାତୀୟ

ହିଜାବ ପରେ ଏବେ ମଲାଲି ମନ୍ଦିର-ମସଜିଦ୍‌ ନେଇ ବିବାଦ…

ବେଙ୍ଗାଲୁରୁ, ୨୯।୫ : ହିଜାବ ପରେ ଏବେ କର୍ନାଟକରେ ମଲାଲି ମନ୍ଦିର-ମସଜିଦ ବିବାଦ ଆରମ୍ଭ ହୋଇଛି। ଏହାର ସର୍ବାଧିକ ପ୍ରଭାବ ଦକ୍ଷିଣ କନ୍ନଡ, ଉତ୍ତର କନ୍ନଡ ଏବଂ ଉଡୁପି ଉପକୂଳବର୍ତ୍ତୀ ଅଞ୍ଚଳରେ ଦେଖାଯାଉଛି । ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳ ସାମ୍ପ୍ରଦାୟିକ ଭାବରେ ସମ୍ବେଦନଶୀଳ ଏବଂ ଏହାକୁ ଭାଜପାର ଗଡ଼ ବୋଲି ବିବେଚନା କରାଯାଏ।

ଏଠାରେ ସାମ୍ପ୍ରଦାୟିକ ତିକ୍ତତା ଏବଂ ସଂଘର୍ଷ ପ୍ରତିଦିନ ବଢ଼ିଚାଲିଛି। ହିଜାବ ବିବାଦ ଏଠାରୁ ଆରମ୍ଭ ହୋଇଥିଲା। ଏବେ ପୁଣି ଏହି ଅଞ୍ଚଳରେ ସାମ୍ପ୍ରଦାୟିକ ଉତ୍ତେଜନା ପୁଣି ଆରମ୍ଭ ହୋଇଛି।

ଖରା ଛୁଟି ପରେ ସ୍କୁଲ ଏବଂ କଲେଜଗୁଡ଼ିକ ଖୋଲିବା ଆରମ୍ଭ ହୋଇଛି। ହିନ୍ଦୁ ଛାତ୍ରମାନେ କ୍ଲାସରେ ହିଜାବ ପିନ୍ଧିବା ବିରୋଧରେ ପ୍ରଦର୍ଶନ ଆରମ୍ଭ କରିଛନ୍ତି। ବିଦ୍ୟାଳୟରେ କେବଳ ୟୁନିଫର୍ମ ପିନ୍ଧିବାର ଅନୁମତି ରହିଛି ବୋଲି ଶାସକ ଭାଜପା ସରକାର ଜୋର ଦେଇଛନ୍ତି। ମାଙ୍ଗାଲୁରୁ ୟୁନିଭରସିଟି କଲେଜରେ ହୋଇଥିବା ବିରୋଧର ସମାଧାନ ପାଇଁ ଭାଜପା ବିଧାୟକ ବେଦବ୍ୟାସ କାମତ ଚେଷ୍ଟା କରୁଛନ୍ତି। ସେ କଲେଜ ବିକାଶ ଏବଂ ପରିଚାଳନା କମିଟିର ସଦସ୍ୟ ଏବଂ ଛାତ୍ରମାନଙ୍କ ସହ ଏକ ବୈଠକ କରିଥିଲେ। ଏହି ବୈଠକରେ ମାଙ୍ଗାଲୁରୁ ବିଶ୍ୱବିଦ୍ୟାଳୟର କୁଳପତି ତଥା ରେଜିଷ୍ଟ୍ରାର ମଧ୍ୟ ଉପସ୍ଥିତ ଥିଲେ। ମଲାଲି ମସଜିଦର ପୁନରୁଦ୍ଧାର ସମୟରେ ମନ୍ଦିରର ଢାଞ୍ଚା ମିଳିବା ପରେ ବିବାଦ ଉପୁଜିଛି।

ସୋସିଆଲ ଡେମୋକ୍ରାଟିକ ପାର୍ଟି ଅଫ ଇଣ୍ଡିଆ (ଏସଡିପିଆଇ) କହିଛି ଯେ ମସଜିଦ ପରିସରରୁ ମୁଠାଏ ମାଟି ମଧ୍ୟ ନେବାକୁ ଦିଆଯିବ ନାହିଁ। ଏସଡିପିଆଇର ରାଜ୍ୟ ସଭାପତି ଅବଦୁଲ ମଜିଦ ମିସୁରୁ କହିଛନ୍ତି, ମଲାଲି ମସଜିଦକୁ ସୁରକ୍ଷିତ ରଖାଯିବ।

ସେ ଅଭିଯୋଗ କରିଛନ୍ତି ଯେ ଦେଶରେ ଶାସକ ଭାଜପା ଲୋକ-ସମର୍ଥକ ନୁହଁନ୍ତି ବରଂ ଅମ୍ବାନୀ ଏବଂ ଆଦାନୀଙ୍କ ସମର୍ଥକ। ଦେଶକୁ ସଶକ୍ତିକରଣ କରିବା ପରିବର୍ତ୍ତେ ଭାଜପା ଦେଶକୁ ସାମାଜିକ ତଥା ଆର୍ଥିକ ଦୃଷ୍ଟିରୁ ଦୁର୍ବଳ କରୁଛି। ସୂଚନାଯୋଗ୍ୟ ଯେ ମଲାଲି ମସଜିଦ ମାମଲା କୋର୍ଟରେ ଅଛି। ହିନ୍ଦୁ ପକ୍ଷ ଦାବି କରୁଛନ୍ତି ଯେ ଏହି ମନ୍ଦିରକୁ ଫେରାଇ ଆଣିବା ପାଇଁ ସେମାନେ ସମସ୍ତ ଆଇନଗତ ମାର୍ଗ ଗ୍ରହଣ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ପାକିସ୍ତାନ ପରେ ଏହି ଦେଶରେ ତେଲ ସଙ୍କଟ, ପେଟ୍ରୋଲ-ଡିଜେଲ ମୂଲ୍ୟ ୨୫% ବଢ଼ାଇଲେ ସରକାର

ନୂଆଦିଲ୍ଲୀ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଯୋଗୁଁ ବିଶ୍ୱବ୍ୟାପୀ ଶକ୍ତି ଯୋଗାଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଉଥିବାବେଳେ, ଗ୍ୟାସ୍…

ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….

ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri