କ୍ୟାମ୍ପସରେ ହୋର୍ଡିଂକୁ ନେଇ ବିବାଦ

ଭୁବନେଶ୍ୱର, ୧୮।୯(ଅସମାପିକା ସାହୁ): ଉଚ୍ଚ ଶିକ୍ଷାନୁଷ୍ଠାନ କ୍ୟାମ୍ପସରେ ଛାତ୍ର ଯୋଜନା ଓ ଛାତ୍ର ବୃତ୍ତି ସମ୍ବନ୍ଧୀୟ ହୋର୍ଡିଂ ଲଗାଯିବା ନିଷ୍ପତ୍ତିକୁ ବିବାଦ ଦେଖାଦେଇଛି। ଏଭଳି ହୋର୍ଡିଂ ଲଗାଇବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟର କୁଳସଚିବ ଓ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦିଆଯିବା ପରେ ବିରୋଧ ଆରମ୍ଭ ହୋଇଛି। ଆଗକୁ ସାଧାରଣ ନିର୍ବାଚନ ଆସୁଥିବାରୁ ଏହା ବିଜେଡି ସରକାରଙ୍କ ଛାତ୍ର ଭୋଟରଙ୍କୁ ହାତେଇବାର ଚକ୍ରାନ୍ତ ବୋଲି କେତେଜଣ ଛାତ୍ରନେତା କହିଛନ୍ତି। ପ୍ରଥମେ କଲେଜରେ କ୍ୟାମ୍ପସ କମିଟି ଗଠନ ହେଲା। ତା’ପରେ ଭୋଟର ଲିଷ୍ଟରେ ନାଁ ଚଢ଼ାଇବାକୁ ସଚେତନତା ଶିବିର ହେଲା, ଆଉ ଏବେ ସରକାରଙ୍କ ଶିକ୍ଷା ଯୋଜନା ସମ୍ବଳିତ ହୋର୍ଡିଂ କ୍ୟାମ୍ପସରେ ଲଗାଇବା ନିଷ୍ପତ୍ତି ପଛରେ ନିର୍ବାଚନୀ ସ୍ବାର୍ଥ ରହିଥିବା ସେମାନେ ଅଭିଯୋଗ ଉଠାଇଛନ୍ତି। ଛାତ୍ର କଂଗ୍ରେସ ସଭାପତି ୟାସିର ନଓ୍ବାଜ କହିଛନ୍ତି, ଶିକ୍ଷାନୁଷ୍ଠାନରେ ହୋର୍ଡିଂଲଗାଇବାର ଯଦି ଇଚ୍ଛା ଅଛି ତେବେ ଶିକ୍ଷକ ଅଭାବ, ର଼୍ୟାଗିଂ ସମ୍ପର୍କିତ ତଥ୍ୟ ଲଗାନ୍ତୁ। ଏପରି ନ କରି ସରକାରୀ ଯୋଜନା ସମ୍ପର୍କରେ ହୋର୍ଡିଂ ଲଗାଇବା ଯୁକ୍ତିଯୁକ୍ତ ନୁହେଁ। ଛାତ୍ର ସଂସଦ ନିର୍ବାଚନ ବନ୍ଦ କରି ସରକାର ଯୁବପିଢ଼ିଙ୍କୁ ରାଜନୀତିଠାରୁ ଦୂରେଇ ରଖିବା ପାଇଁ ଚକ୍ରାନ୍ତ କରିଛନ୍ତିି। ଆସନ୍ତା ସାଧାରଣ ନିର୍ବାଚନରେ ଯୁବ ଭୋଟରଙ୍କୁ ହାତେଇବା ପାଇଁ ସରକାରଙ୍କ ଏହା ଏକ ପ୍ରୟାସ। ଛାତ୍ର କଂଗ୍ରେସ ଏହାର ପ୍ରତିବାଦ କରୁଛି। କୌଣସି ଶିକ୍ଷାନୁଷ୍ଠାନରେ ସରକାରୀ ହୋର୍ଡିଂ ଲଗାଗଲେ ଛାତ୍ର କଂଗ୍ରେସ ତାହାକୁ ଚିରିଦେବା ସହ କୋର୍ଟର ଦ୍ୱାରସ୍ଥ ହେବ। ଏଆଇଏସ୍‌ଏଫ୍‌ ରାଜ୍ୟ ସଭାପତି ସଂଘମିତ୍ରା ଜେନା କହିଛନ୍ତି, ଆଗକୁ ସାଧାରଣ ନିର୍ବାଚନ ଥିବାରୁ ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ଆସନ୍ତା ନିର୍ବାଚନରେ ୬ଲକ୍ଷ ନୂଆ ଭୋଟର ଅଛନ୍ତି। ସେହି ଭୋଟରଙ୍କ ବୁଝିବାର ଶକ୍ତିକୁ ଚାପିଦେବା ସହ ନିଜ ଆଡକୁ ନେବା ପ୍ରକ୍ରିୟା ବହୁତ ପୂର୍ବରୁ ଆରମ୍ଭ ହୋଇସାରିଛି। ଶେଷ ପ୍ରୟାସ ଭାବେ କ୍ୟାମ୍ପସରେ ହୋର୍ଡିଂ ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଆଇଏସ୍‌ଏଫ୍‌ ସରକାରଙ୍କୁ ଏଥିରୁ ନିବୃତ୍ତ ରହିବା ପାଇଁ ଚେତାବନୀ ଦେଉଛି। ଯଦି ଏଭଳି କାର୍ଯ୍ୟ କରାଯାଏ, ତେବେ ଆଗାମୀ ଦିନରେ କ୍ୟାମ୍ପସରେ ସରକାରଙ୍କ ଦୁର୍ନୀତି ହୋର୍ଡିଂ ଲଗାଇବୁ। ସେହିଭଳି ଏବିଭିପି ରାଜ୍ୟ ମିଡିଆ ସଂଯୋଜକ ବିଶ୍ୱଜିତ ପାତ୍ର କହିଛନ୍ତି, ସରକାର ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରି ଏକଚ୍ଛତ୍ରବାଦୀ ଶାସନ ଚଳାଉଛନ୍ତି। ଏବିଭିପି ତାହାକୁ କେବେ ବି ସ୍ବୀକାର କରିବ ନାହିଁ। ଏବେ ସରକାରୀ ଯୋଜନାକୁ କ୍ୟାମ୍ପସରେ ଲଗାଇ ଲିଙ୍ଗ୍‌ଡୋ କମିଶନଙ୍କ ନିୟମକୁ ଉଲ୍ଲଂଘନ କରୁଛନ୍ତି। ସାଧାରଣ ନିର୍ବାଚନରେ ଯୁବ ଭୋଟରଙ୍କୁ ହାତେଇବା ପାଇଁ ଏହା ଏକ ପ୍ରୟାସ। କିନ୍ତୁ ଏବିଭିପି ଏଭଳି କାର୍ଯ୍ୟ ଆଦୌ କରିବାକୁ ଦେବ ନାହିଁ। ଯଦି କ୍ୟାମ୍ପସରେ କୌଣସି ସରକାରୀ ହୋର୍ଡିଂ ଲାଗେ, ତେବେ ଏବିଭିପି ପକ୍ଷରୁ ସବୁ ଶିକ୍ଷାନୁଷ୍ଠାନ ଆଗରେ ପ୍ରତିବାଦ ହେବ ଓ ନିଆଁ ଜଳିବ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri