‘ଆଦିପୁରୁଷ’ ଫିଲ୍ମର ହନୁମାନଙ୍କ ଡାଇଲଗ୍‌କୁ ନେଇ ବିବାଦ, ଫିଲ୍ମର ସଂଳାପ ଲେଖକ ମନୋଜ ମୁନ୍ତାଶିର ଦେଲେ ଏଭଳିି ପ୍ରତିକ୍ରିୟା

ମୁମ୍ବାଇ: ପ୍ରଭାସ ଏବଂ କ୍ରିତି ସାନନଙ୍କ ଫିଲ୍ମ ‘ଆଦିପୁରୁଷ’ ଶୁକ୍ରବାର ରିଲିଜ ହୋଇଛି। ରିଲିଜ୍‌ ହେଉଣୁ ଏହି ଫିଲ୍ମ ବିବାଦ ଘେରକୁ ଆସଛିି। ଫିଲ୍ମକୁ ଉଭୟ ଦର୍ଶକ ଏବଂ ସମାଲୋଚକଙ୍କ ଠାରୁ ଭଲ ସମୀକ୍ଷା ମିଳିିନାହିଁ। ତେବେ ଦେଖାଯାଇଛି କି, ଫିଲ୍ମର ଭିଜୁଆଲ ଏବଂ ଡାଇଲଗ୍‌କୁ ସମାଲୋଚନା କରାଯାଉଛି। ବିଶେଷକରି ହନୁମାନଙ୍କ ଡାଇଲଗ୍‌କୁ ଟ୍ରୋଲ କରାଯାଉଛି। ସୋସିଆଲ ମିଡିଆରେ ହନୁମାନଙ୍କ ବିବାଦୀୟ ଡାଇଲଗ୍‌ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏନେଇ ଫିଲ୍ମରେ ସଂଳାପ ଲେଖିଥିବା ମନୋଜ ମୁନ୍ତାଶିରଙ୍କୁ ପ୍ରଶ୍ନ କରାଯାଇଛି। ମନୋଜ ମୁଣ୍ଟାଶିର ଆଦିପୁରୁଷଙ୍କ ସଂଳାପ ଲେଖିଛନ୍ତି।

ଦେବଦତ୍ତ ନାଗେ ‘ଆଦିପୁରୁଷ’ରେ ହନୁମାନ ଭୂମିକାରେ ଅଭିନୟ କରିଛନ୍ତି। ଟ୍ରୋଲ କରାଯାଉଥିବା ହନୁମାନଙ୍କ ହିନ୍ଦୀ ସଂଳାପ ହେଉଛି, “କପଡେ ତେରେ ବାପ୍‌ କା, ଆଗ୍‌ ତେରେ ବାପ୍‌ କି, ତେଲ ତେରେ ବାପ୍‌ କା, ଜଲେଗି ଭି ତେରେ ବାପ୍‌ କି”।

ତେବେ ମନୋଜ ରିପବ୍ଲିକ ୱାଲର୍‌ଡକୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି, ଶବ୍ଦଗୁଡ଼ିକୁ ସରଳ କରିବା ପାଇଁ ଏହି ସଂଳାପଗୁଡ଼ିକ ଲେଖାଯାଇଛି, ଏହା ଭୁଲ ନୁହେଁ। ଚଳଚ୍ଚିତ୍ରର ସଂଳାପ ଲେଖିବା ପାଇଁ ଏକ ସମ୍ପୂର୍ଣ୍ଣ ଯତ୍ନଶୀଳ ପ୍ରକ୍ରିୟା କରାଯାଇଥିଲା।
ଜେଜେମା କିମ୍ବା ଆଇମା କିଛି କାହାଣୀ ବର୍ଣ୍ଣନା କରିବାବେଳେ ଏହି ଭାଷା ବ୍ୟବହାର କରୁଥିଲେ ବୋଲି ମନୋଜ କହିଛନ୍ତି।

 

Share