ଦ୍ୱନ୍ଦ୍ୱରେ କଂଗ୍ରେସ, ସୁର ପରିବାର ପଲଟିକ୍ସକୁ ନେଇ ଓଡ଼ିଶା ରାଜନୀତିରେ ହଟଚମଟ

ଭୁବନେଶ୍ୱର,୨୮।୩: ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟଙ୍କ ପରିବାରକୁ ନେଇ କାଲିଠାରୁ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି । ସାନପୁଅ ମନ୍ମଥ ରାଉତରାୟ ବିଜେଡିର ଭୁବନେଶ୍ବର ଲୋକ ସଭା ଟିକେଟ୍‌ ପାଇବାବେଳେ ସୁର ରାଉତରାୟ କଂଗ୍ରେସର ସବୁ ପଦ ପଦବୀରୁ ଇସ୍ତଫା ଦେଇଛନ୍ତି। ଯାହାକୁ ନେଇ ରାଜ୍ୟ ରାଜନୀତି ରୋଚକ ମୋଡ ନେଇଛି।
କିଛିଦିନ ପୂର୍ବରୁ ମେଣ୍ଟ ହେଲେ କଂଗ୍ରେସକୁ ଫାଇଦା ମିଳିବ ବୋଲି ରାଜନୈତିକ ବିଶାରଦମାନେ ଦାବି କରୁଥିଲେ। ହେଲେ ମେଣ୍ଟ ଗଣିତ ଫେଲ୍‌ ମାରିବାରୁ ଏକାକୀ ଲଢିବା ନିଷ୍ପତ୍ତି କଂଗ୍ରେସକୁ ହରଡ଼ଘଣାରେ ପକାଇଛି। ଯାହାର ସ୍ପଷ୍ଟ ଚିତ୍ର ଏବେ ଦେଖିବାକୁ ମିଳିଛି।

କଂଗ୍ରେସ ନେତା ସୁରେଶ କୁମାର ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ ବୁଧବାର ବିଜେଡିରେ ଯୋଗଦେଇଛନ୍ତି। ଶଙ୍ଖ ଭବନଠାରେ ରାଜ୍ୟ ସଭା ସଦସ୍ୟ ମାନସ ମଙ୍ଗରାଜ ଓ ସସ୍ମିତ ପାତ୍ରଙ୍କ ସମେତ ଜଟଣୀ ବିଧାୟକ ପ୍ରାର୍ଥୀ ବିଭୂତିଭୂଷଣ ବଳବନ୍ତରାୟ ଉତ୍ତରୀୟ ପିନ୍ଧାଇ ତାଙ୍କୁ ଦଳକୁ ସ୍ବାଗତ କରିଛନ୍ତି। ମନ୍ମଥ ସାମିଲ ହେବାର କିଛି ସମୟ ପରେ ବିଜେଡି ନିଜର ପ୍ରାର୍ଥୀ ତାଲିକା ପ୍ରକାଶ କରଛନ୍ତି। ସେଥିରେ ଭୁବନେଶ୍ୱର ଲୋକ ସଭା ପ୍ରାର୍ଥୀ ଭାବେ ଦଳ ମନ୍ମଥଙ୍କ ଉପରେ ଭରସା କରିଛି। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ମନ୍ମଥ ପଟ୍ଟନାୟକ ଦଳରେ ମିଶିବା କ୍ଷଣି ତାଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି। ସେଥିପାଇଁ ଶ୍ରୀମୟୀ ମିଶ୍ରଙ୍କ ବଦଳରେ ଦଳ ତାଙ୍କୁ ଏମପି ଟିକେଟ୍‌ ଦେଇଛିି। ଯାହାକୁ ନେଇ ଶ୍ରୀମୟୀ ବଡ ଧକ୍କା ଲାଗିଛି। ଭାଜପା ଏମପି ଅପରାଜିତା ଷଡ଼ଙ୍ଗୀଙ୍କୁ ଭୁବନେଶ୍ୱରରୁ ଲୋକ ସଭା ପ୍ରାର୍ଥୀ କରିବା ନେଇ ପୂର୍ବରୁ ଘୋଷଣା କରିସାରିଛି। ତେବେ କିଛିଦିନ ତଳେ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର ଶାସକ ଦଳରୁ ଲୋକ ସଭା ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା। ହେଲେ ଶେଷ ସମୟରେ ତାଙ୍କ ଉପରେ ଦଳ ଭରସା ନ କରି ନୂଆ କରି ବିଜେଡିରେ ସାମିଲ ହୋଇଥିବା ମନ୍ମଥଙ୍କୁ ଆଗକୁ ଛାଡ଼ିଛି।

ତେବେ ଏହାକୁ ନେଇ ଜଟଣୀ ବିଧାୟକ ସୁର ରାଉତରାୟ କଂଗ୍ରେସର ସବୁ ପଦ ପଦବୀରୁ ଇସ୍ତଫା ଦେଇଛନ୍ତି। ସେ କହିଛନ୍ତି, ସବୁ ପ୍ରକାର ଚେଷ୍ଟା ସତ୍ତ୍ୱେ ପୁଅକୁ ବୁଝାଇପାରିଲି ନାହିଁ। ବିଜେଡିରେ ମିଶିବାକୁ ମନ୍ମଥ ଜିଦ୍‌ ଧରିଲେ। ଏହା ତାଙ୍କ ଆତ୍ମାକୁ ବାଧିଛି। ତେଣୁ ନୈତିକତା ଦୃଷ୍ଟିରୁ ସେ କଂଗ୍ରେସର ଯେଉଁସବୁ ପଦରେ ଥିଲେ ସେସବୁଥିରୁ ଇସ୍ତଫା ଦେଇଛନ୍ତି। ବଡ଼ ପୁଅକୁ କଂଗ୍ରେସ ନିମାପଡ଼ାରୁ ଟିକେଟ ଦେଲେ ଘରକୁ ଘର ଯାଇ ପ୍ରଚାର କରିବେ ବୋଲି ସେ କହିଛନ୍ତି। ସେ ଆହୁରି କହିଛନ୍ତି, କଂଗ୍ରେସ ମୋତେ ୩ଟି ଭଲ କମିଟିରେ ରଖିଥିଲା। ସେହି କମିଟିରୁ ଇସ୍ତଫା ଦେଇଛି। ନୈତିକ ସାମର୍ଥ୍ୟ ହରାଇଥିବାରୁ ପ୍ରଦେଶ କଂଗ୍ରେସ ପ୍ରଚାର କମିଟି, ନିର୍ବାଚନ କମିଟି ଓ ରାଜନୀତିକ ବ୍ୟାପାର କମିଟିର ସଦସ୍ୟ ପଦରୁ ଇସ୍ତଫା ଦେଇଛି।

ଅନ୍ୟପଟେ ସୁରଙ୍କ ଆଉ ଏକ ଭିଡିଓ ପଦାକୁ ଆସିଛି। ସେ ତାଙ୍କ କର୍ମୀମାନଙ୍କୁ କହିଛନ୍ତି , ଯଦି ତାଙ୍କ ପୁଅ ବିଜେଡିକୁ ଯାଇଛି ତାକୁ କିପରି ହେଲେ ଜିତାଇବା ଦରକାର। ସୁରଙ୍କ ଏହି ଭିଡିଓ ଭାଇରାଲ ହେବା ପରେ ବହୁ କଂଗ୍ରେସ ନେତା ଏହାକୁ ନିନ୍ଦା କରିବା ଆରମ୍ଭ କରିଛନ୍ତି। ଅନ୍ୟପଟେ ସୁରଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟ ଏହାକୁ ନେଇ ସାନଭାଇଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ବାପାଙ୍କ ୬୦ ବର୍ଷର ଇମେଜ ଚାଲିଗଲା । କ୍ଷମତା ଲୋଭକୁ କେହି ବି ଅଟକାଇ ପାରିବେନି । ଆମେ ଯେତେ ବୁଝାଇଲେ କ’ଣ ହେବ। କିନ୍ତୁ ଆମେ କଂଗ୍ରେସ ଛାଡ଼ିବୁ ନାହିଁ ।’ ଏଥିସହ ସେ ଆହୁରି କହିଛନ୍ତି, ‘ଆମେ ୫-ଟିକୁ ସଲାମ କରିପାରିବୁ ନାହିଁ । ଯିଏ ଠିକ୍‌ରେ ନାହିଁ, ସେ ଅଲଗା ଲାଇନ ଧରିଲା । ମୋ ଭାଇକୁ ବିଜେଡି ମୁର୍ଗା ବନାଇବାକୁ ନେଇଛି ବୋଲି ସେ କହିଛନ୍ତି।

ସୂଚନାଥାଉ କି, ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ପ୍ରାର୍ଥୀ ବିଭୂତି ବଳବନ୍ତରାୟଙ୍କୁ ହରାଇ ସୁର ବିପୁଳ ଭୋଟରେ ବିଜୟୀ ହୋଇଥିଲେ। ଏଥର ମଧ୍ୟ ବିଜେଡି ଜଟଣୀ ଆସନରୁ ବିଭୂତିଙ୍କୁ ବିଧାୟକ ପ୍ରାର୍ଥୀ କରିଛି। ସୁର ଏଥର ଆଉ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିସାରିଛନ୍ତି। ଅର୍ଥାତ ସୁରଙ୍କ ପରିବାରରୁ ଜଟଣୀ ବିଧାନସଭା ଆସନରୁ ଏଥର କେହି ଲଢ଼ିବେ ନାହିଁ। ତେଣୁ ଏଠାରେ ବିଭୂତିଙ୍କ ପାଇଁ ଏକ ପ୍ରକାର ଖୋଲା ମଇଦାନ ମିଳିଯାଇଛି। ସୁର ମଧ୍ୟ ତାଙ୍କ ସମର୍ଥକଙ୍କୁ ମନ୍ମଥକୁ ଜିତାଇବା ସକାଶେ କହିସାରିଛନ୍ତି। ତା’ ହେଲେ ସେହି ଭୋଟଗୁଡିକ ବିଭୂତିଙ୍କ ଖାତାକୁ ଚାଲିଯିବ। ଏଭଳି ସ୍ଥିତିରେ ସୁର ସବୁକିଛି ପୂର୍ବ ନିର୍ଦ୍ଧାରିତ ଯୋଜନା ମୁତାବକ କରିଥିବା ସବୁଆଡ଼େ ଚର୍ଚ୍ଚା ଜୋର୍‌ ଧରିଛି।

ତେବେ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି କି, ଏଥର କଂଗ୍ରେସ ଯଦି ଭଲ ପ୍ରାର୍ଥୀ ଦେଇଥାଆନ୍ତା ତେବେ ତାହା ଭାଜପା ପାଇଁ ସାମାନ୍ୟ କଷ୍ଟ ସ୍ଥିତି ଉପୁଜାଇବାର ସମ୍ଭାବନା ସୃଷ୍ଟି କରିଥା’ନ୍ତା । ସୁରଙ୍କୁ, ଏଥର କଂଗ୍ରେସ ପ୍ରାର୍ଥୀ କରିବାକୁ ଏକ ପ୍ରକାର ଉଦ୍ୟମ କରିଥିବା ଚର୍ଚ୍ଚା ହେଉଥିଲା। ହେଲେ ସେ ନିଜେ ସବୁ ପଦବୀରୁ ଇସ୍ତଫା ଦେଇ ନିର୍ବାଚନ ଲଢିବେ ନାହିଁ ବୋଲି ଘୋଷଣା କରିଛନ୍ତି। ବିଜେଡି ନିଜର ଜିତିବା ସମ୍ଭାବନାକୁ ବୃଦ୍ଧି କରିବା ସକାଶେ ସୁରଙ୍କ ପୁଅଙ୍କୁ ଟିକେଟ ଦେଇ ଲୋକ ସଭା ପ୍ରାର୍ଥୀ କରିଛି। ଏହାଦ୍ୱାରା ଲୋକ ସଭା ଭୋଟରେ ଜଟଣୀରେ ବିଜେଡି ବହୁ ଆଗରେ ରହିବା ସମ୍ଭାବନା ଅଧିକ ବୋଲି ଶୁଣାଯାଉଛି।

ତେବେ ବଡ଼ଭାଇ ସିଦ୍ଧାର୍ଥଙ୍କ ସମାଲୋଚନା ପରେ ମନ୍ମଥ ମୁହଁ ଫଇଟାଇଛନ୍ତି। ସେ କହିଛନ୍ତି, କଂଗ୍ରେସ ନେତା ନୁହେଁ, ବାପା ହିସାବରେ ସେ ସହଯୋଗ ଲୋଡ଼ିବେ । ବାପା ତାଙ୍କୁ ଶିଖାଇଛନ୍ତି ସାହସୀ ହେବା, ସ୍ବାଭିମାନୀ ହେବା ଆଉ ସ୍ବାଧୀନ ଭାବେ ଜୀବନ କାଟିବା । ତେଣୁ ସେଇ ଆଦର୍ଶରେ ସେ ରାଜନୈତିକ ବାଟ ବାଛିଛନ୍ତି । ଏହାକୁ ନେଇ କୌଣସି ଦ୍ବନ୍ଦ୍ବ ରହିବା କଥା ନୁହେଁ । ତା’ଛଡ଼ା ବଡ଼ଭାଇ ସିଦ୍ଧାର୍ଥ ରାଉତରାୟ ଉଚ୍ଚଶିକ୍ଷିତ, ପରିପକ୍ବ ଓ ଅଭିଜ୍ଞ ବ୍ୟକ୍ତି । ତେଣୁ ସେ ବିଜେଡିରୁ ଲଢୁଛନ୍ତି ବୋଲି ବଡ଼ଭାଇ ଯେ ତାଙ୍କୁ ସମାଲୋଚନା କରିବେ କି ଅନ୍ୟ ଦୃଷ୍ଟିରେ ଦେଖିବେ, ତାହା ଉଚିତ ନୁହେଁ ବୋଲି କହିଛନ୍ତି ମନ୍ମଥ ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri