ବାଲି ସଇରାତକୁ ନେଇ ବିବାଦ

ବାରିପଦା ଅଫିସ,୩୦ା୧: ମୟୂରଭଞ୍ଜ ଜିଲା ବଡ଼ସାହି ତହସିଲ ଅଧୀନ ଆରପଟା ବାଲି ସଇରାତକୁ ନେଇ ଦୁଇଗୋଷ୍ଠୀଙ୍କ ମଧ୍ୟରେ ବିବାଦ ପିଛା ଛାଡୁନାହିଁ। ଗୋଟିଏ ଗୋଷ୍ଠୀ ପକ୍ଷରୁ ଲିଜ୍‌ଧାରୀ ପ୍ରଦୀପ କୁମାର ବିନ୍ଧାଣୀଙ୍କୁ ତହସିଲ କାର୍ଯ୍ୟାଳୟରୁ ଉଠାଇ ନେଇ ମରଣାନ୍ତକ ଆକ୍ରମଣ କରାଯାଇଛି। ଏନେଇ ପ୍ରଦୀପଙ୍କ ସ୍ତ୍ରୀ ରଶ୍ମିତା ବିନ୍ଧାଣୀଙ୍କ ଅଭିଯୋଗ କ୍ରମେ ପୋଲିସ ଏକ ମାମଲା (ନଂ.୩୦/୨୨) ରୁଜୁ କରି ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ ବେଲପାଳ ଗ୍ରାମର ଅମୀର କୁମାର ନାୟକ, ସୁଶାନ୍ତ କୁମାର ନାୟକ, ରିଙ୍କୁ ନାୟକ ଓ ସପନ କୁମାର ଘୋଷ।
ଅନୁଯାୟୀ, ଶୁକ୍ରବାର ଅପରାହ୍ନରେ ପ୍ରଦୀପ ତହସିଲ କାର୍ଯ୍ୟାଳୟରେ ପହଞ୍ଚି କଥାବାର୍ତ୍ତା ହେଉଥିଲେ। ଏହି ସମୟରେ ଅଭିଯୁକ୍ତମାନେ ଆସି ତାଙ୍କୁ ବଳପୂର୍ବକ ଉଠାଇ ନେଇ ଏକ ବୋଲେରୋରେ ପଶ୍ଚିମବଙ୍ଗ ବୋହଡାଗୁଡା ଅଞ୍ଚଳକୁ ନେଇ ଯାଇଥିଲେ। ସେଠାରେ ତାଙ୍କୁ ମାଡ଼ ମାରିବା ସହ ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିଲେ। ପ୍ରଦୀପଙ୍କ ଅବସ୍ଥା ଗୁରୁତର ହୋଇପଡ଼ିବାରୁ ତାଙ୍କ ପାଖରେ ଥିବା ୩୦ ହଜାର ଟଙ୍କା, ସୁନାମୁଦି ଓ ଚେନ୍‌ ଛଡ଼ାଇ ନେଇଥିଲେ। ବନ୍ଧୁକ ମୁନରେ ଧମକ ଦେଇ ବାଲିଘାଟ ପର୍‌ମିଟ ଅନ୍ୟ ଗୋଷ୍ଠୀକୁ ନ ଦେବା ପାଇଁ ଲିଖିତ ଭାବେ ରାଜିନାମା କରାଇଛନ୍ତି। ଘଟଣା ପ୍ରଘଟ ହେବା ପରେ ପୋଲିସ ଅନୁସନ୍ଧାନ କରିବାରୁ ଅଭିଯୁକ୍ତମାନେ ତାଙ୍କୁ ସନ୍ଧ୍ୟାରେ ଛାଡ଼ି ଦେଇଥିଲେ। ଏହି ଘଟଣାକୁ କେନ୍ଦ୍ରକରି ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଥାନାରେ ଦୁଇଗୋଷ୍ଠୀ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। ପୋଲିସ ଉପସ୍ଥିତିରେ ୫୦ରୁ ଅଧିକ ଲୋକ ଥାନାରେ ପାଟିତୁଣ୍ଡ କରିଥିଲେ ହେଁ ପୋଲିସର ନିରବତାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଥିଲା। ପରିସ୍ଥିତି ଅଣାୟତ୍ତ ହେବାରୁ ଉପରିସ୍ଥ ଅଧିକାରୀଙ୍କ ନିକଟରେ ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରିଥିଲା। ଅନ୍ୟପଟେ ଘଟଣାର ସତ୍ୟତା ନ ଥିବା ଅଭିଯୁକ୍ତମାନେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟିକିଏ କଥାରେ ସାଙ୍ଗର ପେଟରେ ଛୁରି ଭୁସି ବାହାର କରିଦେଲେ ଅନ୍ତବୁଜୁଳା

ବାରିପଦା,୮।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୁରଭଞ୍ଜ ଜିଲା କୁଳିଅଣା ଥାନା ଅନ୍ତର୍ଗତ ବାଇଗଣବାଡିଆ ସ୍ଥିତ ବିବି କଲେଜରେ ଦୁଇ ଛାତ୍ର ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ଜଣେ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଲାଞ୍ଚ ନେବାବେଳେ ଏଡିଇଓଙ୍କୁ ରେଡ୍‌ ହ୍ୟାଣ୍ଡରେ ଧରିଲା ଭିଜିଲାନ୍ସ, ପାଖରୁ ମିଳିଲା…

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ୍‌ ଅଧୀନ ତାଳପଦା ପଞ୍ଚାୟତ ଆକାଉଣ୍ଟାଣ୍ଟ କମ୍‌ ଡାଟା ଏଣ୍ଟ୍ରି ଅପରେଟର(ଏଡିଇଓ) ଲାଞ୍ଚ ନେଇ ଭିଜିଲାନ୍ସ ହାତରେ...

ନିଜ ଘରେ ଦେଉଛନ୍ତି ଶିକ୍ଷା: ଉପାନ୍ତ ଅଞ୍ଚଳରେ ଶାଶୁ, ବୋହୂଙ୍କ ଅଙ୍ଗନଓ୍ବାଡି

ଉଦଳା,୩ା୧୨(ସନ୍ତୋଷ କୁମାର ବାଛିନୀ):ଅଙ୍ଗନଓ୍ବାଡିରେ ନା କରିଛନ୍ତି ଚାକିରି ନା ମିଳିଛି କର୍ମୀ ଦାୟିତ୍ୱ। ତଥାପି ନିଜ ଘରେ ଖୋଲିଛନ୍ତି ଏକ ସ୍ବତନ୍ତ୍ର ପାଠଶାଳା। ଘରଠାରୁ ୩...

ଯୁବକଙ୍କୁ ଇଟାରେ ଛେଚିଛେଚି ନିର୍ମମ ହତ୍ୟା, ରାସ୍ତାପାର୍ଶ୍ୱରେ ପଡ଼ିଛି…

ଉଦଳା,୨୮ା୧୧(ସନ୍ତୋଷ କୁମାର ବାଛିନି): ମୟୂରଭଞ୍ଜ ଜିଲା ଖୁଣ୍ଟା ଥାନା ବଡ଼ଖୁଣ୍ଟା ଗ୍ରାମରେ ଘଟିଛି ଏକ ଜଘନ୍ୟ ହତ୍ୟାକାଣ୍ଡ। ରାସ୍ତାପାର୍ଶ୍ୱରେ ପଡ଼ିଛି ମୃତଦେହ। ଖୁଣ୍ଟା ଥାନା ଖପରାପାଳ...

ବାଲି ମାଫିଆଙ୍କ ଆକ୍ରମଣରେ ବେତନଟୀ ତହସିଲଦାରଙ୍କ କର୍ମଚାରୀ ଆହତ , ଦୁଇ ଗିରଫ

ବୈଶିଙ୍ଗା,୨୫|୧୧(ରତନ ଦାଶ): ମୟୂରଭଞ୍ଜ ଜିଲାର ବେତନଟୀ ତହସିଲଦାରଙ୍କ ଉପରେ ୧୮ ନଂ ଜାତୀୟ ରାଜପଥର ତୁଳସୀଚଉରା ନିକଟରେ ଚୋରା ବାଲି ଟ୍ରାକ୍ଟରକୁ ଅଟକାଇବା ଘଟଣାରେ ଉତକ୍ଷିପ୍ତ...

ରାଜ୍ୟରେ ବଢ଼ିଲା ବାଘ ସଂଖ୍ୟା, ଶିମିଳିପାଳରେ ଏତିକିରେ ପହଞ୍ଚିଲା…

ବାରିପଦା,୨୫ା୧୧: ଚଳିତବର୍ଷ ରାଜ୍ୟରେ ବାଘ ସଂଖ୍ୟା ବୃଦ୍ଧି ପାଇଛି। ଏନେଇ ପିସିସିଏଫ୍‌ ପ୍ରେମ କୁମାର ଝା ସୂଚନା ଦେଇଛନ୍ତି। ଚଳିତ ବର୍ଷ ଶିମିଳିପାଳରେ ବାଘ ସଂଖ୍ୟା...

ବାରିପଦାରେ ଚାଞ୍ଚଲ୍ୟ: ପୋଖରୀରୁ ମିଳିଲା ନିଖୋଜ ଓକିଲଙ୍କ କାର, ପଚା ଗନ୍ଧରେ …

ବାରିପଦା,୨୪।୧୧(ନୀଳାଦ୍ରି ଦଣ୍ଡପାଟ): ସନ୍ଦେହଜନକ ଅବସ୍ଥାରେ ପୋଖରୀରୁ ନିଖୋଜ ଓକିଲଙ୍କ କାର ଉଦ୍ଧାର କରାଯଇଛି। ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲା ବାରିପଦା ସାରସକଣା ଝାରପୋଖରିଆ ଥାନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri