Posted inଜାତୀୟ

ଫେସ୍‌ବୁକ୍‌କୁ ନେଇ ବଢୁଛି ବିବାଦ

ନୂଆଦିଲ୍ଲୀ, ୩୦।୮: ଭାଜପା ନେତାମାନଙ୍କ ଘୃଣା ଉଦ୍ରେକକାରୀ ଭାଷଣକୁ ରୋକିବାରେ ଫେସ୍‌ବୁକ୍‌ ଇଣ୍ଡିଆର ପାତରଅନ୍ତର ନୀତି ବିରୋଧରେ ଉକ୍ତ ସଂସ୍ଥା କ’ଣ ପଦକ୍ଷେପ ନେଇଛି, ତାହା ଜଣାଇବା ପାଇଁ କଂଗ୍ରେସ ସାଧାରଣ ସମ୍ପଦକ କେ.ସି. ବେଣୁଗୋପାଳ ଏହାର ମୁଖ୍ୟ ମାର୍କ ଜୁକରବର୍ଗଙ୍କ ନିକଟକୁ ପୁଣି ଥରେ ପତ୍ର ଲେଖିଛନ୍ତି। ଫେସ୍‌ବୁକ୍‌ ଇଣ୍ଡିଆ ସହ ଶାସକ ଦଳର ଭିତିରି ବୁଝାମଣା ସମ୍ପର୍କରେ ଓ୍ବାଲ ଷ୍ଟ୍ରିଟ୍‌ ଜର୍ନାଲରେ ଖବର ପ୍ରକାଶ ପାଇବା ପରେ ଏହାକୁ ନେଇ ଭାରତରେ ବଡ଼ ଧରଣର ରାଜନୈତିକ ବିବାଦ ସୃଷ୍ଟି ହୋଇଥିଲା। ବେଣୁଗୋପାଳ ଅଗଷ୍ଟ ୧୭ରେ ଫେସ୍‌ବୁକ୍‌ ସିଇଓଙ୍କୁ ଉକ୍ତ ଘଟଣାର ତଦନ୍ତ ଲାଗି ପତ୍ର ଲେଖିଥିଲେ। ତଦନ୍ତ କେତେବାଟ ଆଗେଇଲା ତାହା ଜଣାଇବା ପାଇଁ ବେଣୁଗୋପାଳ ତାଙ୍କ ପତ୍ରରେ ଦାବି କରିଛନ୍ତି। ଉକ୍ତ ରିପୋର୍ଟ ଭାଜପା-ହ୍ବାଟ୍ସଆପ୍‌ ଭିତିରି ସମ୍ପର୍କର ପର୍ଦ୍ଦାଫାଶ କରିଛି ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଥିବା ଟାଇମ୍‌ ମାଗାଜିନ୍‌ରେ ପ୍ରକାଶ ପାଇବା ପରେ ଦଳ ପକ୍ଷରୁ ଜୁକରବର୍ଗଙ୍କ ପାଖକୁ ଦ୍ୱିତୀୟ ପତ୍ର ଲେଖାଯାଇଛି। ତଦନ୍ତର ସବିଶେଷ ବିବରଣୀ ସର୍ବସାଧାରଣରେ ପ୍ରକାଶ କରିବାକୁ କଂଗ୍ରେସ ଅନୁରୋଧ କରିଛି। ଭାଜପାର କେତେଜଣ ନେତାଙ୍କ ପ୍ରତି ଫେସ୍‌ବୁକ୍‌ ଏହାର ଘୃଣିତ ମନ୍ତବ୍ୟ ନିୟମାବଳୀ ଲାଗୁ କରୁ ନ ଥିବା ଅଭିଯୋଗ ହେଉଥିବାବେଳେ ସେପ୍ଟେମ୍ବର ୨ରେ ହାଜର ହୋଇ ଏ ସମ୍ପର୍କରେ ଆଲୋଚନା କରିବା ଲାଗି ସୂଚନା ପ୍ରଯୁକ୍ତି ସମ୍ପର୍କିତ ସଂସଦୀୟ ଷ୍ଟାଣ୍ଡିଂ କମିଟି ଇତିମଧ୍ୟରେ ଫେସ୍‌ବୁକ୍‌କୁ ସମନ ଜାରି କରିଛି।
ଟାଇମ୍‌ ମାଗାଜିନ୍‌ରେ ପ୍ରକାଶିତ ରିପୋର୍ଟକୁ ନେଇ ରାହୁଲ ଶନିବାର ପୁଣିଥରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଫେସ୍‌ବୁକ୍‌ ଓ ଭାଜପା ନେତାଙ୍କ ମଧ୍ୟରେ ସମ୍ପର୍କ ଏବଂ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ ଘୃଣିତ ବକ୍ତୃତାକୁ ରୋକିବାରେ ବିଫଳତାକୁ ନେଇ ଆମେରିକାର ଟାଇମ୍‌ ପତ୍ରିକାରେ ଖବର ପ୍ରକାଶ ପାଇଥିଲା। ରାହୁଲ କହିଛନ୍ତି, ୪୦ କୋଟି ଭାରତୀୟ ଫେସ୍‌ବୁକ୍‌ ବ୍ୟବହାର କରୁଛନ୍ତି। ଫେସ୍‌ବୁକ୍‌ ମାଧ୍ୟମରେ ପେମେଣ୍ଟ ପାଇଁ ଏହି ସଂସ୍ଥା ନରେନ୍ଦ୍ର ମୋଦି ସରକାରଙ୍କ ଅନୁମୋଦନ ଆବଶ୍ୟକ କରୁଛି। ସେଥିପାଇଁ ହ୍ବାଟ୍ସଆପ୍‌ ଉପରେ ଭାଜପା କବ୍‌ଜା କରିଛି ବୋଲି ରାହୁଲ ଟୁଇଟ୍‌ କରିଛନ୍ତି।
ଭାରତର ଶାସକ ଦଳ ସହ ଫେସ୍‌ବୁକ୍‌ର ସମ୍ପର୍କ ହେଟ୍‌ ସ୍ପିଚ୍‌ ବିରୋଧରେ ଏହାର ଲଢ଼େଇକୁ ଜଟିଳ କରିଛି। ୨୦୧୯ରେ ଫେସ୍‌ବୁକ୍‌ ଇଣ୍ଡିଆର କର୍ମଚାରୀମାନଙ୍କ ସହ ଆଲାଫିଆ ଜୋୟାବ ଏକ ଭିଡିଓ କଲ୍‌ କରି ୧୮୦ଟି ପୋଷ୍ଟ ଉପରେ ଆଲୋଚନା କରିଥିଲେ। ଏହା ଫେସ୍‌ବୁକ୍‌ର ଘୃଣିତ ମନ୍ତବ୍ୟ ରୋକିବା ନିୟମର ଉଲ୍ଲଂଘନ କରୁଥିବା ସେ ଦର୍ଶାଇଥିଲେ। ତେବେ ଆଲୋଚନାର ଅଧାରୁ ଫେସ୍‌ବୁକ୍‌ର ବରିଷ୍ଠ ଅଧିକାରୀ ଶିବନାଥ ଥୁକ୍ରାଲ ସ୍ଥାନ ଛାଡ଼ି ଚାଲିଯାଇଥିଲେ। ଆଲୋଚନାରେ ଭାଜପାର ଆସାମ ବିଧାୟକ ଶିଳାଦିତ୍ୟ ଦେବଙ୍କ ପୋଷ୍ଟ ରହିଥିଲା। ଜଣେ ମୁସଲମାନ ବ୍ୟକ୍ତି ଯୁବତୀଙ୍କୁ ନିଶା ଦେଇ ବଳାତ୍କାର କରିଥିବା ରିପୋର୍ଟ ସମ୍ପର୍କରେ ସେ ନିଜର ମନ୍ତବ୍ୟ ଦେଇ ଲେଖିଥିଲେ, ବାଂଲାଦେଶୀ ମୁସଲମାନମାନେ ଆମ ନାଗରିକଙ୍କୁ ୨୦୧୯ରେ ଟାର୍ଗେଟ କରିବା ଭଳି ଏହି ଘଟଣା। ଫେସ୍‌ବୁକ୍‌ ଏହି ପୋଷ୍ଟକୁ ନ ହଟାଇ ଏହାକୁ ବର୍ଷେରୁ ଅଧିକ ସମୟ ପର୍ଯ୍ୟନ୍ତ ଅନ୍‌ଲାଇନରେ ରଖିଥିଲା। ଟାଇମ୍‌ ଏହା ଉପରେ ପ୍ରଶ୍ନ ଉଠାଇବା ପରେ ଫେସ୍‌ବୁକ୍‌ ଭୁଲ୍‌ ସ୍ବୀକାର କରିଥିଲା। ସେତେବେଳେ ଥୁକ୍ରାଲ ଭାରତ ଓ ଦକ୍ଷିଣ ଏସିଆ ପାଇଁ ଫେସ୍‌ବୁକ୍‌ର ପବ୍ଲିକ୍‌ ପଲିସି ନିର୍ଦ୍ଦେଶକ ଥିଲେ। ତେବେ ବୈଠକରେ ଆଲୋଚନା ହୋଇଥିବା ୧୮୦ ପୋଷ୍ଟ ମଧ୍ୟରୁ ୭୦ଟି ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଫେସ୍‌ବୁକ୍‌ କହିଥିଲା। ଫେସ୍‌ବୁକ୍‌ର କେତେଜଣ ନୀତି ନିର୍ଦ୍ଧାରକ ଅଧିକାରୀ ସରକାରଙ୍କ ସହ ସମ୍ପର୍କ ରଖିଥିବା କେତେଜଣ ସାମାଜିକ କର୍ମୀ କହିଛନ୍ତି। ଭାଜପାର ୨୦୧୪ ନିର୍ବାଚନ ପ୍ରଚାରରେ ଦଳୀୟ ନେତାଙ୍କୁ ସହାୟତା କରିବାରେ ଥୁକ୍ରାଲ କାର୍ଯ୍ୟ କରୁଥିଲେ ବୋଲି ଅଭିଯୋଗ ହୋଇଛି। ତେବେ ଅଭିଯୋଗକୁ ଫେସ୍‌ବୁକ୍‌ର ଭାରତ ପାଇଁ ଥିବା ପରିଚାଳନା ନିର୍ଦ୍ଦେଶକ ଅଜିତ ମୋହନ ଅଗଷ୍ଟ ୨୧ ବ୍ଲଗ୍‌ରେ ଖଣ୍ଡନ କରିଛନ୍ତି। ଆମେ ମୁକ୍ତ, ସ୍ବଚ୍ଛ ଓ ପକ୍ଷପାତହୀନ ବୋଲି ସେ ଲେଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ନିଆଁ ସହ ଖେଳୁଛି ଭାଜପା, ପରିଣାମ ଭୟଙ୍କର ହେବ: ନିଆଁବାଣ ହେଲେ ମମତା

କୋଲକାତା,୨।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ପ୍ରତିକ ମାଲଦା ଘଟଣା ଉପରେ କେନ୍ଦ୍ର ସରକାର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟର ପରିସ୍ଥିତି…

୧୬ ନଂ ଜାତୀୟ ରାଜପଥରେ ଜଳିଗଲା ହାଇୱା, ହୁତୁହୁତୁ….

ଭଦ୍ରକ,୨ା୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ନଳାଙ୍ଗ ନିକଟରେ ହୁତୁହୁତୁ ହୋଇ ଜଳିଲା ହାଇଓ୍ବା । ଏକ ହାଇୱା ଗୁରୁବାର ମଧ୍ୟାହ୍ନରେ ହୁତୁହୁତୁ ହୋଇ…

ଭୟରେ ଏମିତି କାମ କରିଦେଲେ ଅକ୍ଷୟ କୁମାର

ବହୁପ୍ରତୀକ୍ଷିତ ହରର କମେଡି ‘ଭୂତ ବଙ୍ଗଳା’ ଖୁବ୍‌ଶୀଘ୍ର ପରଦାକୁ ଆସିବ। ଦର୍ଶକ ମଧ୍ୟ ଫିଲ୍ମକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି। ‘ଭୂତ ବଙ୍ଗଳା’ର ଟିଜର ସାଉଁଟିଛି ଚର୍ଚ୍ଚା।…

ଏପ୍ରିଲ ୨୦ରେ ଐତିହାସିକ ଚନ୍ଦନ ଯାତ୍ରା, ଠାକୁରଙ୍କ ନୌବିହାର ପାଇଁ ଆସିଲା ଡ଼ଙ୍ଗା

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ କରଣ ସାହି ସ୍ଥିତ ଶ୍ରୀଶ୍ରୀ ମଦନ ମୋହନ ଗୋପାଳ ସ୍ୱାମୀଙ୍କ ପୀଠରେ ଚଳିତ ମାସ ରୁ ଆରମ୍ଭ ହେବ…

ମୁହାଁମୁହିଁ ଧକ୍କା ହୋଇ ଓଲଟିପଡିଲା ଅଟୋ, ଦୁଇ ଯାତ୍ରୀ….

ନନ୍ଦପୁର,୨।୪(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ହାଣ୍ଡିପୁଟ ସଂଯୋଗୀ ଏମଡିଆର ୫୫ ରାସ୍ତାର ହିକିମପୁଟ-ମାରଡା ଛକ ମଧ୍ୟରେ ଗୁରୁବାର ସକାଳେ ଏପି୩୯ ଟିଏମ ୦୦୬୫ ଓ ଓଡ଼ି ୧୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri