ନନ୍ଦନକାନନ ପିଛା ଛାଡ଼ୁନି ବିବାଦ

ଭୁବନେଶ୍ୱର, (ବ୍ୟୁରୋ)/ବାରଙ୍ଗ, ୨୯।୫ (ଡି.ଏନ୍‌.ଏ.): ଦେଶର ଅନ୍ୟତମ ପ୍ରମୁଖ ଚିଡ଼ିଆଖାନା ନନ୍ଦନକାନନ ଏବେ ଅସୁରକ୍ଷିତ ପ୍ରାଣୀ ଉଦ୍ୟାନରେ ପରିଣତ ହୋଇଛି। ପ୍ରତିଦିନ ଜୀବଜନ୍ତୁଙ୍କ ମୃତ୍ୟୁ ଖବର ମିଳୁଛି। ଦୁର୍ନୀତି, ପର୍ଯ୍ୟଟକଙ୍କୁ ଆକ୍ରମଣ, ଦୁର୍ବ୍ୟବହାର ଘଟଣାରେ ନନ୍ଦନକାନନ ବିବାଦ ଘେରକୁ ଚାଲି ଆସିଥିବାବେଳେ ଏବେ ଆଉଏକ ଘଟଣା କର୍ତ୍ତୃପକ୍ଷଙ୍କ ଅବହେଳାକୁ ପଦାରେ ପକାଇଛି। ଶନିବାର ଚିତି ସାପ କାମୁଡ଼ାରେ ଏକ ଆଫ୍ରିକୀୟ ସିଂହୀ ‘ଗଙ୍ଗା’ର ମୃତ୍ୟୁ ହୋଇଛି। ଆବଶ୍ୟକ ଆଣ୍ଟିଭେନମ୍‌ ଇଞ୍ଜେକ୍ସନ ନ ଥିବାରୁ ସିଂହୀଟିର ଜୀବନ ଯାଇଥିବା ବନ୍ୟପ୍ରାଣୀ ବିଶେଷଜ୍ଞମାନେ ଅଭିଯୋଗ ଆଣିଛନ୍ତି।
୧୫ ବର୍ଷ ବୟସର ସିଂହୀ ‘ଗଙ୍ଗା’ ଏନ୍‌କ୍ଲୋଜର (ନଂ. ୨୯ବି)ରେ ଅନ୍ୟ ଏକ ସିଂହୀ ସହ ରହୁଥିଲା। ଶନିବାର ସକାଳେ ତା’ର ଅସ୍ବାଭାବିକ ଆଚରଣ ଦେଖି ଦାୟିତ୍ୱରେ ଥିବା ଜଣେ ପ୍ରାଣୀ ରକ୍ଷକ ନନ୍ଦନକାନନ ଜନ୍ତୁ ବିଭାଗକୁ ସୂଚନା ଦେଇଥିଲେ। ଜନ୍ତୁ ବିଭାଗଠାରୁ ଖବରପାଇ ଡାକ୍ତରୀ ଦଳ ପହଞ୍ଚତ୍ ସ୍ବାସ୍ଥ୍ୟାବସ୍ଥା ପରଖିଥିଲେ। ସେହି ସମୟରେ ଏକ ବିଷଧର ଚିତି ସାପ ଖୁଆଡ଼ରେ ଥିବା ପାଣିକୁଣ୍ଡ ନିକଟରେ ଯାଉଥିବା ଦେଖିବାକୁ ମିଳିଥିଲା। ସାପ କାମୁଡ଼ିଥିବା ଅନୁମାନ କରି ଡାକ୍ତରମାନେ ସିଂହୀ ଶରୀରରେ ଆଣ୍ଟିଭେନମ ଇଞ୍ଜେକ୍ସନ ଦେଇଥିଲେ। ହେଲେ କିଛି ଘଣ୍ଟା ପରେ ଗଙ୍ଗା ଛଟପଟ ହୋଇ ଆଖି ବୁଜିଥିଲା। ତେବେ ମୃତ୍ୟୁ ସମୟରେ ସିଂହୀଟି ଝାଡ଼ା ପରିସ୍ରା କରିଦେଇଥିବା ଦେଖିବାକୁ ମିଳିଥିଲା। ଏହି ମୃତ୍ୟୁ ପାଇଁ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ଅବହେଳାକୁ ଦାୟୀ କରାଯାଉଛି। କାରଣ ଭାରତ ସରକାରଙ୍କ ସ୍ନେକ୍‌ ବାଇଟ୍‌ ମ୍ୟାନେଜମେଣ୍ଟ ପ୍ରୋଟୋକଲ ୨୦୦୭ ଅନୁସାରେ, ବିଷଧର ସାପ କାମୁଡ଼ିଲେ ପ୍ରଥମ ଡୋଜ୍‌ରେ ୧୦ ଭାଏଲ୍‌ ଆଣ୍ଟିଭେନମ୍‌ ଦେବା ପାଇଁ ସ୍ପଷ୍ଟ ନିର୍ଦ୍ଦେଶ ରହିଛି। ମାତ୍ର ନନ୍ଦନକାନନରେ ଷ୍ଟକ୍‌ ନ ଥିବାରୁ ମାତ୍ର ୩ ଭାଏଲ ଆଣ୍ଟି ଭେନମ୍‌ ଦିଆଯାଇଥିଲା। ଫଳରେ ସିଂହୀଟିର ଅକାଳରେ ମୃତ୍ୟୁ ଘଟିଥିବା ଜଣାପଡିଛି। ପୁଣି ଚିତି ସାପ କାମୁଡ଼ିଲେ ଉତ୍କଟ ନ୍ୟୁରୋ ଟକ୍ସିକ୍‌ ବିଷ ରକ୍ତଦ୍ୱାରା ଶରୀରକୁ ବ୍ୟାପିଯାଇଥାଏ। ଠିକ୍‌ ସମୟରେ ଆଣ୍ଟିଭେନମ୍‌ ଦିଆ ନ ଗଲେ ମୃତ୍ୟୁ ନିଶ୍ଚିତ ହୋଇଥାଏ। ଇଞ୍ଜେକ୍ସନ ଦେବାରେ ବିଳମ୍ବ ହୋଇଥିବା ମଧ୍ୟ କୁହାଯାଉଛି। ନନ୍ଦନକାନନର ଉପନିର୍ଦ୍ଦେଶକ ସଞ୍ଜୀତ କୁମାର ସିଂହୀକୁ ମାତ୍ର ୩ ଭାଏଲ ଆଣ୍ଟିଭେନମ ଦିଆଯାଇଥିବା ସ୍ବୀକାର କରିଛନ୍ତି। ତେବେ ଆବଶ୍ୟକ ଇଞ୍ଜେକ୍ସନ ମହଜୁଦ ନ ଥିବା ସମ୍ପର୍କରେ ସେ କହିଛନ୍ତି, ଆଣ୍ଟିଭେନମ ମେଡିସିନଗୁଡ଼ିକ ଖୁବ୍‌କମ୍‌ ଦିନରେ ଏକ୍ସପାୟରି ହୋଇଥାଏ। ତେବେ ଏହାକୁ ଦୃଢ଼ ଭାବରେ ଖଣ୍ଡନ କରିଛନ୍ତି, ସ୍ନେକ୍‌ ହେଲ୍ପଲାଇନର ସାଧାରଣ ସମ୍ପାଦକ ତଥା ଖୋର୍ଦ୍ଧା ଜିଲାର ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକ। ସେ କହିଛନ୍ତି, ଆଣ୍ଟିଭେନମଗୁଡ଼ିକ ଠିକ୍‌ ସଂରକ୍ଷଣରେ ୩ରୁ ୫ ବର୍ଷ ପର୍ଯ୍ୟନ୍ତ ରହିଥାଏ। ମାତ୍ର ନନ୍ଦନକାନନ ଉପନିର୍ଦ୍ଦେଶକ ଜଣେ ପ୍ରାଣୀ ଚିକିତ୍ସକ ହୋଇ ମଧ୍ୟ ଏଭଳି ବିଭ୍ରାନ୍ତିକର କଥା କହି ଦୋଷ ଲୁଚାଇଛନ୍ତି। ପ୍ରକୃତ କଥା ହେଲା, ନନ୍ଦନକାନନରେ ଆଣ୍ଟିଭେନମ ଷ୍ଟକ ନ ଥିଲା, ଯାହାକୁ ଲୁଚାଇବା ପାଇଁ ସେ ବିଫଳ ପ୍ରୟାସ କରିଛନ୍ତି। ଆଗକୁ ଏପରି ଘଟଣାର ପୁନରାବୃତ୍ତି ଯେଭଳି ନ ହେବ ସେଥିପାଇଁ ଅତି କମ୍‌ରେ ୩୦ ଭାଏଲ୍‌ ଆଣ୍ଟିଭେନମ ଷ୍ଟକ୍‌ ମହଜୁଦ ରଖାଯାଉ। ନନ୍ଦନକାନନରେ ଅହିରାଜ ସାପ ଥିବାରୁ ଥାଇଲାଣ୍ଡରୁ ସ୍ବତନ୍ତ୍ର କିଙ୍ଗ କୋବ୍ରା ଆଣ୍ଟିଭେନମ ମଧ୍ୟ ତୁରନ୍ତ ଅଣାଯାଇ ମହଜୁଦ ରଖାଯାଉ। ନ ହେଲେ ଯଦି କେବେ କେଉଁ ପ୍ରାଣୀ ରକ୍ଷକଙ୍କୁ ଅହିରାଜ କାମୁଡ଼ିଲା, ସେ ଆଉ ବଞ୍ଚତ୍ବେ ନାହିଁ। କାରଣ ଭାରତରେ ଅହିରାଜ ଆଣ୍ଟିଭେନମ୍‌ ମିଳେ ନାହିଁ।
ସେପଟେ ଏହି ଘଟଣାକୁ ନେଇ ଆନିମଲ ୱେଲଫେୟାର ଟ୍ରଷ୍ଟ ଏକାମ୍ରର ମୁଖ୍ୟ ପୁରବୀ ପାତ୍ର ନନ୍ଦନକାନନ ନିର୍ଦ୍ଦେଶକ, ଉପନିର୍ଦ୍ଦେଶକ, ଜନ୍ତୁ ବିଭାଗର ରେଞ୍ଜର ଓ ଦାୟିତ୍ୱରେ ଥିବା ଭେଟେରିନାରି ଡାକ୍ତରଙ୍କୁ ଦାୟୀ କରିଛନ୍ତି। ସେ କହିଛନ୍ତି, ଓୟୁଏଟି ଭେଟେରିନାରୀ ବିଶେଷଜ୍ଞଙ୍କ ଦ୍ବାରା ମୃତ ସିଂହୀର ବ୍ୟବଚ୍ଛେଦ କରାଯାଇଛି। ହେଲେ ଓୟୁଏଟିରେ ଥିବା ସେଣ୍ଟର ଫର୍‌ ୱାଇଲ୍ଡ ଲାଇଫ୍‌ ହେଲ୍‌ଥକୁ ନନ୍ଦନକାନନ ପକ୍ଷରୁ ବର୍ଷକୁ ୫୦ ଲକ୍ଷରୁ ଊଦ୍ଧର୍‌ବ ଟଙ୍କା ଦିଆଯାଉଛି। ତେଣୁ ନନ୍ଦନକାନନର କୌଣସି ଭୁଲ୍‌ ଓୟୁଏଟି ପଦାକୁ ଆଣୁନାହିଁ। ସାପ କାମୁଡା ଏକ ମେଡିକୋ ଲିଗାଲ କେସ୍‌ ହୋଇଥିବାରୁ ପୋଲିସ ଏହି ଘଟଣାର ତଦନ୍ତ କରିବା ନିହାତି ଆବଶ୍ୟକ ବୋଲି ସେ ଦାବି କରିଛନ୍ତି। ତେଣୁ ଅବହେଳା ସହ ପରୋକ୍ଷରେ ସିଂହୀ ମୃତ୍ୟୁ ପାଇଁ ନନ୍ଦନକାନନରେ ଚାଲିଥିବା ବ୍ୟାପକ ଦୁର୍ନୀତିକୁ ମଧ୍ୟ ଦାୟୀ କରାଯାଉଛି। ପୂର୍ବରୁ ଠିକା କର୍ମଚାରୀଙ୍କ ପିଏଫ୍‌ଏ ଟଙ୍କା, ବିନା ଜିଏସ୍‌ଟି ବିଲ୍‌ ଦେଇ ବ୍ୟାପକ ସାମଗ୍ରୀ କ୍ରୟ, ଆଡ୍‌ମିନିଷ୍ଟ୍ରେଟିଭ୍‌ ବ୍ଲକ ଓ ଷ୍ଟାଫ କ୍ୱାର୍ଟର୍ସ ନିର୍ମାଣ ଆଦିରେ ବ୍ୟାପକ ଦୁର୍ନୀତି ହୋଇଥିବା ଖବର ‘ଧରିତ୍ରୀ’ରେ ପ୍ରକାଶ ପାଇଥିଲା। ପ୍ରକାଶିତ ଖବରକୁ ଭିତ୍ତି କରି ଆଗତ ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ଓଡ଼ିଶା ହାଇକୋର୍ଟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟ ଭିଜିଲାନ୍ସ ବିଭାଗ ନନ୍ଦନକାନନରେ ଚାଲିଥିବା ବ୍ୟାପକ ଆର୍ଥିକ ଦୁର୍ନୀତିର ତଦନ୍ତ ଭାର ନେଇଥିଲା। ପରେ କରୋନା କଟକଣା ଯୋଗୁ ତଦନ୍ତ ପ୍ରକ୍ରିୟା ବ୍ୟାହତ ହୋଇଥିଲା।
ନନ୍ଦନକାନନ ଜୀବଜନ୍ତୁଙ୍କ ସୁରକ୍ଷା ପାଇଁ ଥାନାରେ ଅଭିଯୋଗ
ସାପ କାମୁଡାରେ ଆଫ୍ରିକୀୟ ସିଂହୀ ଗଙ୍ଗାର ମୃତ୍ୟୁ ଘଟଣା ଓ ଜୀବଜନ୍ତୁଙ୍କ ସୁରକ୍ଷା ନେଇ ଆନିମଲ ଓ୍ବେଲଫେୟାର ଟ୍ରଷ୍ଟ ପକ୍ଷରୁ ନନ୍ଦନକାନନ ଆଦର୍ଶ ଥାନାରେ ଅଭିଯୋଗ ହୋଇଛି। ଟ୍ରଷ୍ଟ ମୁଖ୍ୟ ପୁରବୀ ପାତ୍ର ଦେଇଥିବା ଏତଲାରେ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏ ସଂକ୍ରାନ୍ତରେ ଥାନାଧିକାରୀ ବିଶ୍ବରଞ୍ଜନ ସେନାପତି କହିଛନ୍ତି, ଅଭିଯୋଗ ପାଇଛୁ। ଷ୍ଟେଶନ ଡାଏରି କରି ତଦନ୍ତ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

ଏପ୍ରିଲ ୧ରୁ ଆରମ୍ଭ ହେବ ମାରାଗୁଡ଼ା ଲୋକମହୋତ୍ସବ

ନୂଆପଡ଼ା,୨୭ା୩(ମକାରୁ ବେମାଲ): ନୂଆପଡ଼ା ଜିଲାର ଐତିହ୍ୟ, ଲୋକକଳା ଓ ସଂସ୍କୃତିର ମହାପାର୍ବଣ ମାରାଗୁଡ଼ା ଲୋକମହୋତ୍ସବ ଆସନ୍ତା ଏପ୍ରିଲ ୧ରୁ ୫ ତାରିଖ ପର୍ଯ୍ୟନ୍ତ ନୂଆପଡ଼ାର ନ୍ୟାଶନାଲ ମହାବିଦ୍ୟାଳୟ…

ଖେଳାଳିଙ୍କ ଗସ୍ତ ଉପରେ କଟକଣା ଲଗାଇଲା ଇରାନ

ତେହେରାନ,୨୭ା୩: ଇରାନ ଶତ୍ରୁରାଷ୍ଟ୍ର ଭାବେ ବିବେଚନା ଦେଶଗୁଡ଼ିକୁ ଖେଳାଳିଙ୍କ ଗସ୍ତ ଉପରେ କଟକଣା ଜାରି କରିଛି। ସାଉଦି ଆରବରେ ଟ୍ରାକ୍ଟର ଏଫ୍‌ସି ବିପକ୍ଷ ଗେମ୍‌ ପୂର୍ବରୁ ଇରାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri