Posted inଜାତୀୟ

ୟୁସିସି ନେଇ ଭାଜପା ସହଯୋଗୀଙ୍କ ମଧ୍ୟରେ ଦ୍ୱନ୍ଦ, କେନ୍ଦ୍ରର ତରବରିଆ ଭାବ ନେଇ ପ୍ରଶ୍ନ…

ନୂଆଦିଲ୍ଲୀ,୪।୭ : ଖୁବ ଶୀଘ୍ର ଦେଶରେ ୟୁନିଫର୍ମ ସିଭିଲ କୋଡ (ୟୁସିସି) ଲାଗୁ କରିବାକୁ ଭାଜପା ଚାହୁଁଛି। କିନ୍ତୁ ଆଦିବାସୀ ପ୍ରସଙ୍ଗରେ ୟୁସିସି ବିଲକୁ ବିରୋଧ କରୁଥିବା ବିରୋଧୀ ଦଳ ସହିତ ଭାଜପାର ନିଜସ୍ବ ସହଯୋଗୀ ଦଳଙ୍କ ମଧ୍ୟରେ ଅନେକ ଆପତ୍ତି ରହିଛି। ୟୁସିସି ପ୍ରସଙ୍ଗରେ ସୋମବାର ସଂସଦୀୟ କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ମୋଟ ୩୧ ଟି ଦଳ ମଧ୍ୟରୁ କେବଳ ୧୭ ଟି ଦଳର ଏମପି ଏଥିରେ ଭାଗ ନେଇଥିଲେ। ସୂତ୍ରରୁ ପ୍ରକାଶ , ଏହି ସଭାରେ ଅଧ୍ୟକ୍ଷତା କରୁଥିବା ଭାଜପାର ରାଜ୍ୟସଭା ଏମପି ସୁଶୀଲ ମୋଦି ଆଦିବାସୀ ଓ ଜନଜାତିଙ୍କୁ ଏଥିରୁ ଦୂରେଇ ରଖିବାକୁ ପରାମର୍ଶ ଦେଇଥିଲେ। ଭାଜପାର ଆଭିମୁଖ୍ୟରେ ଏହି ପରିବର୍ତ୍ତନ ହେବାର କାରଣ ହେଉଛି ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ଏହାର ସହଯୋଗୀ ଅଛନ୍ତି।

ବାସ୍ତବରେ, ନାଗାଲାଣ୍ଡରେ ଭାଜପାର ସହଯୋଗୀ ନ୍ୟାଶନାଲ ଡେମୋକ୍ରାଟିକ ପ୍ରୋଗ୍ରେସିଭ ପାର୍ଟି (ଏନଡିପିପି), ମେଘାଳୟର ନ୍ୟାଶନାଲ ପିପୁଲ୍ସ ପାର୍ଟି (ଏନପିପି) ଏବଂ ମିଜୋ ନ୍ୟାଶନାଲ ଫ୍ରଣ୍ଟ ଅନୁଭବ କରୁଛନ୍ତି ୟୁସିସି ଲାଗୁ ହେବା ପରେ ଏହି ଆଦିବାସୀ ପ୍ରାଧାନ୍ୟ ରାଜ୍ୟଗୁଡିକର ସ୍ବତନ୍ତ୍ର ସ୍ଥିତି ଏବଂ ସଂସ୍କୃତି ଉପରେ ପ୍ରତିକୂଳ ପ୍ରଭାବ ଅନୁଭୁତ ହେବ। ସେଥିପାଇଁ ଏହି ଦଳଗୁଡିକ ସମ୍ବିଧାନର ଧାରା ୩୭୧ ଦର୍ଶାଇ ୟୁସିସିକୁ ବିରୋଧ କରୁଛନ୍ତି, ଯାହା ଅଧୀନରେ ଏହି ରାଜ୍ୟଗୁଡିକ ଅନେକ ସୁବିଧା ପାଇଛନ୍ତି।

ମେଘାଳୟ ସିଏମ କନରାଡ ସାଙ୍ଗମା ୟୁସିସିକୁ ବିରୋଧ କରିଛନ୍ତି। ସେ କହିଛନ୍ତି, ସମସ୍ତ ତଥ୍ୟକୁ ଦେଖି ସମସ୍ତ ହିତାଧିକାରୀଙ୍କ ମଧ୍ୟରେ ୟୁସିସି ପ୍ରସଙ୍ଗକୁ ନେଇ ବିତର୍କ ହେବା ଆବଶ୍ୟକ। କାରଣ ଏହା ଏକ ଜଟିଳ ବିଷୟ ଅଟେ। ଯେପର୍ଯ୍ୟନ୍ତ ୟୁସିସିର ପ୍ରକୃତ ବ୍ଲୁ ପ୍ରିଣ୍ଟ ଆମ ସମ୍ମୁଖକୁ ନ ଆସେ, ସେପର୍ଯ୍ୟନ୍ତ ଏହା ଉତ୍ତର ପୂର୍ବ ରାଜ୍ୟଗୁଡିକ ପାଇଁ ଗ୍ରହଣ କରାଯିବା ଅତ୍ୟନ୍ତ କଷ୍ଟକର।

କେବଳ ଉତ୍ତର ପୂର୍ବାଞ୍ଚଳ ରାଜ୍ୟରେ ଭାଜପାର ସହଯୋଗୀ ନୁହଁନ୍ତି, ବିଏସପି ଭଳି ଦଳ ଯାହା ପୂର୍ବରୁ ୟୁସିସିକୁ ସମର୍ଥନ କରିଥିଲେ ସେ ଦଳ ମଧ୍ୟ ଭାଜପାର ତରବରିଆ ଭାବ ଉପରେ ପ୍ରଶ୍ନ କରୁଛି। ବିଏସପି ଏମପି ତଥା ସଂସଦୀୟ ଦଳର ସଦସ୍ୟ ମାଲୁକ ନାଗର କହିଛନ୍ତି ଭାଜପା ଏହି ପ୍ରସଙ୍ଗରେ ଶୀଘ୍ର କାର୍ଯ୍ୟ କରିବା ଉଚିତ ନୁହେଁ। ସମସ୍ତ ଧର୍ମ ଓ ଆଦିବାସୀଙ୍କ ମତାମତ ନେବା ପରେ ଏହା କାର୍ଯ୍ୟକାରୀ ହେବା ଉଚିତ। ଆମେ ଏହି ସପକ୍ଷରେ ଅଛୁ।

ଅନ୍ୟପକ୍ଷରେ କଂଗ୍ରେସ ଓ ଭାଜପା ସମେତ ବିରୋଧୀ ଦଳ ମଧ୍ୟରେ ରାଜନୈ ତିକ ବିବାଦ ଜାରି ରହିଛି। ବିରୋଧୀ ଦଳ କହିଛନ୍ତି ସାଧାରଣ ନିର୍ବାଚନ ପାଖେଇ ଆସୁଛି, ତେଣୁ ୟୁସିସି ଭଳି ପ୍ରସଙ୍ଗ ଉଠୁଛି। ଏଥିସହ ବିରୋଧୀ ଦଳମାନେ ଅଭିଯୋଗ କରୁଛନ୍ତି। ଏହି ସମୟରେ, ଆଇନ ଆୟୋଗ ଜୁଲାଇ ୧୩ ପର୍ଯ୍ୟନ୍ତ ୟୁନିଫର୍ମ ସିଭିଲ କୋଡ ଉପରେ ଲୋକଙ୍କ ମତାମତ ଲୋଡିଛନ୍ତି। ଏପର୍ଯ୍ୟନ୍ତ ୧୯ ଲକ୍ଷରୁ ଅଧିକ ପରାମର୍ଶ ଆସିଛି ।

ସଂସଦର ମୌସୁମୀ ଅଧିବେଶନ ୨୦ ଜୁଲାଇରୁ ଆରମ୍ଭ ହେଉଛି। ରାମ ମନ୍ଦିର ଏବଂ ଧାରା ୩୭୦ ପରେ ୟୁନିଫର୍ମ ସିଭିଲ କୋଡ ଭାଜପା ପାଇଁ ଏକ ବଡ ପ୍ରସଙ୍ଗ। ତେଣୁ ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଛି ସଂସଦର ମୌସୁମୀ ଅଧିବେଶନରେ ଭାଜପା ୟୁସିସି ବିଲ ଆଣିବାକୁ ସକ୍ଷମ କି ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ ହେଲେ ଆଦିତ୍ୟ: ଖେଳିଗଲା ଖୁସିର ଲହରୀ

ଗୁଡାରି, ୨୧/୯ (ପ୍ରମୋଦ କୁମାର ପତି): ସ୍ଥାନୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଆଦିତ୍ୟ ନାରାୟଣ ଗୌଡ଼ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?