ରିଚା ଚଢ଼ାଙ୍କ ଟୁଇଟକୁ ନେଇ ପ୍ରତିକ୍ରିୟା ରଖିଲେ ଅକ୍ଷୟ

ମୁମ୍ବାଇ,୨୪।୧୧: ବଲିଉଡ୍‌ ଅଭିନେତ୍ରୀ ରିଚା ଚଢ଼ାଙ୍କ ଏକ ବିବାଦୀୟ ଟୁଇଟକୁ ନେଇ ଏବେ ବିବାଦ ବଢ଼ିବାରେ ଲାଗିଛି। ଭାରତୀୟ ସେନା କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀଙ୍କ ଏକ ଟୁଇଟରେ ଅଭିନେତ୍ରୀ ରିଚା ରିଟୁଇଟ କରି ବିବାଦୟ ମନ୍ତବ୍ୟ ଦେଇଥିଲେ। ଯାହାକୁ ନେଇ ଏବେ ବିବାଦ ତେଜିବାରେ ଲାଗିଛି।

ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ଏନେଇ ପ୍ରତିକ୍ରିୟା ରଖିଛନ୍ତି। ରିଚାଙ୍କ ଉପରେ ଅକ୍ଷୟ କ୍ଷୋଭ ପ୍ରକାଶ କରିବା ସହ ତାଙ୍କର ଭାଇରାଲ ଟୁଇଟରର ସ୍କ୍ରିନସଟରେ ଟୁଇଟ କରି ଲେଖିଛନ୍ତି – ଏହା ଦେଖି ଦୁଃଖଦାୟକ। ସେନାଙ୍କ କୃତଜ୍ଞତାକୁ ଭୁଲିଯିବା ଉଚିତ ନୁହେଁ। ବୀର ଯବାନ ଅଛନ୍ତି ବୋଲି ଆଜି ଆମେ ସୁରକ୍ଷିତ ବୋଲି ଅକ୍ଷୟ କହିଛନ୍ତି। ଏହା ସହିତ ଅକ୍ଷୟ ଏକ ହାତ ଯୋଡିବାର ଇମୋଜି ଦେଇଛନ୍ତି। ଅନ୍ୟପକ୍ଷେ ଦ କାଶ୍ମୀର ଫାଇଲ ଚଳଚ୍ଚିତ୍ରର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ମଧ୍ୟ ରିଚା ଚଢ଼ାଙ୍କୁ ଟାର୍ଗେଟ କରି ପ୍ରତିକ୍ରିୟା ରଖିଛନ୍ତି।

Share