Posted inଜାତୀୟ

ମହଙ୍ଗା ପଡ଼ିଲା ବିବାଦୀୟ ରାୟ: ସୁପାରିଶ ରୋକିଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ, ୩୦।୧: ବମ୍ବେ ହାଇକୋର୍ଟଙ୍କ ଏକ ବିବାଦୀୟ ରାୟକୁ ନେଇ ଦେଶରେ ଚର୍ଚ୍ଚା ପରେ ସୁପ୍ରିମ୍‌କୋର୍ଟ ମାମଲାରେ ସମ୍ପୃକ୍ତ ବିଚାରପତିଙ୍କ ସୁପାରିଶ ରୋକିଛନ୍ତି। ସୁପ୍ରିମ୍‌କୋର୍ଟ କଲେଜିୟମ୍‌ରେ ବମ୍ବେ ହାଇକୋର୍ଟର ବିଚାରପତି ପୁଷ୍ପା ଗାନେଡ଼ିଓ୍ବାଲାଙ୍କୁ ସ୍ଥାୟୀ ବିଚାରପତି କରାଯିବା ଲାଗି କେନ୍ଦ୍ର ସରକାରଙ୍କୁ ସୁପାରିଶ କରାଯାଇଥିଲା। ତେବେ ବିବାଦୀୟ ରାୟ ପରେ ସୁପ୍ରିମ୍‌କୋର୍ଟ କଲେଜିୟମ୍‌ ପକ୍ଷରୁ ଏଭି ନିଷ୍ପତ୍ତି ଗ୍ରହଣ କରାଯାଇଛି। ସୂଚନାଯୋଗ୍ୟ, ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚ୍‌ ପକ୍ଷରୁ ଏକ ମାମଲାର ବିଚାର କରାଯାଇ ପୋଷାକ ଉପରେ ହସ୍ତଚାଳନା କରିବା ଅଶ୍ଳୀଳ ଆଚରଣ ଅବା ଯୌନ ନିର୍ଯାତନା ନୁହେଁ ବୋଲି କୁହାଯାଇଥିଲା। ଶରୀର ସହିତ ଶରୀରର ସଂଯୋଗ ହେଲେ ହିଁ ଏହାକୁ ଯୌନ ନିର୍ଯାତନା କୁହାଯାଇ ପାରିବ ବୋଲି ବିଚାରପତି ପୁଷ୍ପା ଗାନେଡ଼ିଓ୍ବାଲାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ରାୟ ଦେଇଥିଲେ। ଏହି ମାମଲାରେ ସେସନ୍‌ କୋର୍ଟ ୩୯ ବର୍ଷ ବୟସ୍କ ଅଭିଯୁକ୍ତଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ କରିଥିଲେ। ଅଭିଯୁକ୍ତ ଜଣେ ୧୨ ବର୍ଷ ବୟସ୍କା ନାବାଳିକାଙ୍କ ପୋଷାକ ଉପରେ ହସ୍ତଚାଳନା କରିଥିବା ଅଭିଯୋଗ ହୋଇଥିଲା। ପୋସ୍କୋ ଅଧିନିୟମ ଅନୁସାରେ ଏବଂ ଭାରତୀୟ ପିଙ୍ଗଳକୋଡ ଧାରା ୩୫୪ ଅନୁସାରେ ଏଭଳି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେଲେ ଅଭିଯୁକ୍ତଙ୍କୁ ସର୍ବନିମ୍ନ ୩ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡାଦେଶ କରାଯାଇପାରେ। ୨୦୧୬ ଡିସେମ୍ବରରେ ଏହି ମାମଲା ଅଭିଯୁକ୍ତ ସତୀଶଙ୍କ ବିରୋଧରେ ରୁଜୁ ହୋଇଥିଲା। ୨୦୨୧ ଜାନୁୟାରୀ ୧୯ରେ ବିଚାରପତି ପୁଷ୍ପା ଗାନେଡ଼ିଓ୍ବାଲା ଯୌନ ନିର୍ଯାତନାର ନୂତନ ପରିଭାଷା ନେଇ ରାୟ ଦେଇଥିଲେ। ପୁଷ୍ପାଙ୍କ ପାଇଁ ସୁପ୍ରିମ୍‌କୋର୍ଟ କଲେଜିୟମ୍‌ ପକ୍ଷରୁ ଜାନୁୟାରୀ ୨୦ରେ କେନ୍ଦ୍ର ସରକାରଙ୍କୁ ସୁପାରିଶ୍‌ କରାଯିବା ଲାଗି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ତେବେ ଏବେ ଏହା ଉପରେ ରୋକ ଲଗାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶ ଆମେରିକାକୁ ଦେଲା ଝଟକା, ହକ୍ ବଦଳରେ ଭାରତରୁ ଆକାଶ କ୍ଷେପଣାସ୍ତ୍ର କିଣିବ

ନୂଆଦିଲ୍ଲୀ,୭ା୧୨: ଫିଲିପାଇନ୍ସ ଭାରତ ସହିତ ମଧ୍ୟମ ଦୂରଗାମୀ ସର୍ଫେସ ଟୁ ଏୟାର ମିସାଇଲ (SAM) ସିଷ୍ଟମ୍ କିଣିବାକୁ ଆନୁଷ୍ଠାନିକ ଆଲୋଚନା ଆରମ୍ଭ କରିଛି। ଏହି କ୍ଷେପଣାସ୍ତ୍ର...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri