Posted inଜାତୀୟ

ବିବାଦରେ ଅସଂସଦୀୟ ଶବ୍ଦାବଳୀ

ନୂଆଦିଲ୍ଲୀ,୧୫ା୭:ଜୁମ୍‌ଲାଜୀବୀ, ବାଲ ବୁଦ୍ଧି, କୋଭିଡ୍‌ ସ୍ପ୍ରେଡର୍‌, ଛଳନାକାରୀ, ନିକମ୍ମା, ଦୋହରା ଚରିତ୍ର, ଡିଣ୍ଡିମ ପିଟିବା, କାଲ ସରକାର ଇତ୍ୟାଦି ଇତ୍ୟାଦି। ପାର୍ଲାମେଣ୍ଟରେ ଗୃହକାର୍ଯ୍ୟ ଚାଲିଥିବାବେଳେ ସଦସ୍ୟମାନେ ବେଳେବେଳେ ଏପରି ଶବ୍ଦ ବା ବାକ୍ୟ ବ୍ୟବହାର କରିଥାଆନ୍ତି, ଯାହାକୁ ପରେ ସଦନର ଅଧ୍ୟକ୍ଷଙ୍କ ନିର୍ଦ୍ଦେଶକ୍ରମେ ରେକର୍ଡରୁ ହଟାଇ ଦିଆଯାଇଥାଏ। ଲୋକ ସଭା ସଚିବାଳୟ ପକ୍ଷରୁ ଏଭଳି କେତେକ ଶବ୍ଦକୁ ଅସଂସଦୀୟ ଦର୍ଶାଯାଇ ସେଗୁଡ଼ିକୁ ବ୍ୟବହାର ନ କରିବାକୁ କୁହାଯାଇଛି। ଏନେଇ ଏକ ନୂଆ ପୁସ୍ତିକା ମଧ୍ୟ ଜାରି କରାଯାଇଛି। ଏହାକୁ ନେଇ ବିବାଦ ସୃଷ୍ଟି ହେବା ପରେ ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା କୌଣସି ଶବ୍ଦ ଉପରେ କଟକଣା ଜାରି କରାଯାଇ ନ ଥିବା ସଫେଇ ଦେଇଛନ୍ତି।
ସଂସଦର ମୌସୁମୀ ଅଧିବେଶନ ଜୁଲାଇ ୧୮ରେ ଆରମ୍ଭ ହେବ। ଏହା ପୂର୍ବରୁ ଉଭୟ ଉଚ୍ଚ ଓ ନିମ୍ନ ସଦନରେ ବିତର୍କ ବେଳେ ସଦସ୍ୟମାନେ କେତେକ ନିର୍ଦ୍ଦିଷ୍ଟ ଶବ୍ଦ ବ୍ୟବହାର କରିପାରିବେ ନାହିଁ ବୋଲି ବୁଧବାର ଲୋକ ସଭା ସେକ୍ରେଟାରିଏଟ୍‌ ପକ୍ଷରୁ ଜାରି ଏକ ବୁକ୍‌ଲେଟ୍‌ରେ କୁହାଯାଇଛି। ଯଦି କୌଣସି ଏମ୍‌ପି ଏଭଳି ଶବ୍ଦ ବା ଅଭିବ୍ୟକ୍ତି ବ୍ୟବହାର କରନ୍ତି ତେବେ ସେଗୁଡ଼ିକୁ ସଂସଦୀୟ କାର୍ଯ୍ୟପ୍ରଣାଳୀରୁ ହଟାଇ ଦିଆଯିବ। ୨୦୨୧ରେ ବିଭିନ୍ନ ରାଜ୍ୟର ବ୍ୟବସ୍ଥାପକ ସଂସ୍ଥା ଏବଂ ୨୦୨୦ରେ କମନଓ୍ବେଲ୍‌ଥ ପାର୍ଲାମେଣ୍ଟଗୁଡ଼ିକରେ ଅସଂସଦୀୟ ଘୋଷିତ ଶବ୍ଦାବଳୀକୁ ଭବିଷ୍ୟତ ସନ୍ଦର୍ଭ ପାଇଁ ଉକ୍ତ ବୁକ୍‌ଲେଟରେ ସନ୍ନିବେଶିତ କରାଯାଇଛି। ତେବେ ରାଜ୍ୟ ସଭା ଅଧ୍ୟକ୍ଷ ଓ ଲୋକ ସଭା ବାଚସ୍ପତି ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ଏଥିରେ କୁହାଯାଇଛି। ତେବେ ବିରୋଧୀ ଦଳଗୁଡ଼ିକ ଗୁରୁବାର ଏହାକୁ ନେଇ ଆପତ୍ତି ଉଠାଇଛନ୍ତି। ଭାଜପା ଦେଶକୁ କିପରି ଧ୍ୱଂସ କରୁଛି ତାହା ବର୍ଣ୍ଣନା ପାଇଁ ସେମାନେ ବ୍ୟବହାର କରୁଥିବା ସମସ୍ତ ଶବ୍ଦକୁ ଅସଂସଦୀୟ ଦର୍ଶାଯାଇଛି ବୋଲି ବିରୋଧୀ ଅଭିଯୋଗ ଆଣିଛନ୍ତି। ଫଳରେ ଏହାକୁ ନେଇ ସରକାରଙ୍କ ପକ୍ଷରୁ ସଫେଇ ଦିଆଯାଇଛି। ଏହା ଏକ ପ୍ରସ୍ତାବ କିମ୍ବା ନିର୍ଦ୍ଦେଶନାମା ନୁହେଁ, ବରଂ ପୂର୍ବରୁ ପାର୍ଲାମେଣ୍ଟ ଓ ରାଜ୍ୟ ବିଧାନସଭାଗୁଡ଼ିକର ଅଧ୍ୟକ୍ଷ ଏଭଳି ଶବ୍ଦଗୁଡ଼ିକୁ ହଟାଇଦେଇଥିବା କୁହାଯାଇଛି। ଏପରି କି ସଂଯୁକ୍ତ ପ୍ରଗତିଶୀଳ ମେଣ୍ଟ (ଉପା) ସରକାର ଅମଳରେ ମଧ୍ୟ ଏଭଳି ଶବ୍ଦଗୁଡ଼ିକୁ ଅସଂସଦୀୟ ବିବେଚନା କରାଯାଉଥିଲା। ଗତବର୍ଷ ଉକ୍ତ ତାଲିକାରେ ୬୨ ନୂଆ ଶବ୍ଦ ଯୋଡ଼ାଯାଇଥିବା କେନ୍ଦ୍ର ସରକାରଙ୍କ ସୂତ୍ରରୁ କୁହାଯାଇଛି। ବାଚସ୍ପତି ଓମ୍‌ ବିର୍ଲା କହିଛନ୍ତି, କୌଣସି ଶବ୍ଦ ଉପରେ କଟକଣା ଜାରି କରାଯାଇ ନାହିଁ। ସଦସ୍ୟମାନେ ଗୃହର ମର୍ଯ୍ୟାଦା ପ୍ରତି ଧ୍ୟାନଦେବା ଉଚିତ। ଏହି ତାଲିକା ହେଉଛି ଅତୀତରେ ରେକର୍ଡରୁ ହଟାଯାଇଥିବା କେତେକ ଶବ୍ଦର ସଙ୍କଳନ। ବିରୋଧୀ ଦଳଗୁଡ଼ିକ ଏହି ୧,୧୦୦ ପୃଷ୍ଠା ସମ୍ବଳିତ ଶବ୍ଦକୋଷକୁ ପଢ଼ିଛନ୍ତି କି? ଯଦି ପଢ଼ିଥାଆନ୍ତେ ତେବେ ବିଭ୍ରାନ୍ତି ମଧ୍ୟରେ ରହି ନ ଥାଆନ୍ତେ। ୧୯୫୪, ୧୯୮୬, ୧୯୯୨, ୧୯୯୯, ୨୦୦୪, ୨୦୦୯, ୨୦୧୦ରେ ମଧ୍ୟ ଏପରି ବୁକ୍‌ଲେଟ୍‌ ଜାରି କରାଯାଇଥିଲା ବୋଲି ବାଚସ୍ପତି କହିଛନ୍ତି। ପ୍ରକାଶ ଯେ, ଲୋକ ସଭାରେ କାର୍ଯ୍ୟ ପ୍ରକ୍ରିୟା ଓ ଆଚରଣ ନିୟମ ୩୮୦ ଅନୁସାରେ ବିତର୍କ ବେଳେ ଅସଂସଦୀୟ, ଅପମାନଜନକ, ଅଭଦ୍ର ବା ଅସମ୍ବେଦନଶୀଳ ଶବ୍ଦ ବ୍ୟବହାର କରାଯାଇଥିବା ବାଚସ୍ପତି ମନେକଲେ ସେ ତାକୁ ଗୃହକାର୍ଯ୍ୟରୁ ବାଦ୍‌ ଦେବାକୁ ନିର୍ଦ୍ଦେଶ ଦେଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri