ନୀଳନୟନା ଐଶ୍ୱର୍ଯ୍ୟାଙ୍କୁ ‘ଆଣ୍ଟି’ ବୋଲି କହିଥିଲେ ସୋନମ: ରାଗିଯାଇ ଏଭଳି…

ବମ୍ବେ: ସେଲିବ୍ରିଟିମାନଙ୍କ ଉପରେ ରହିଥାଏ ପ୍ରଶଂସକଙ୍କ ନଜର। ଏଭଳି ସ୍ଥିତିରେ ତାଙ୍କ ମୁହଁରୁ ବାହାରିଥିବା ପ୍ରତିଟି କଥା ଗଣମାଧ୍ୟମର ଶିରୋନାମା ପାଲଟେ। ବେଳେବେଳେ ଏହା ବିବାଦର ସୁତ୍ରପାତ କରାଏ। ଆଜି ଆମେ କହିବାକୁ ଯାଉଛୁ ଅଭିନେତ୍ରୀ ସୋନମ କପୁରଙ୍କ ଏକ ବିବାଦୀୟ ବୟାନ ବିଷୟରେ।

ସୋନମ ଲୋରିୟଲର ବ୍ରାଣ୍ଡ ଆମ୍ବାସଡର। ସେ ଯୁବଗୋଷ୍ଠୀଙ୍କ ପାଇଁ ବ୍ରାଣ୍ଡର ଚେହେରା ଏବଂ ନୀଳନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନ ପୁରୁଣା ଗ୍ରାହକଙ୍କ ପାଇଁ ବୋଲି ଏକଦା କହିଥିଲେ। ଏପରିକି ଐଶ୍‌ ତାଙ୍କ ବାପାଙ୍କ ସହ କାମ କରିଥିବାରୁ ତାଙ୍କୁ ଆଣ୍ଟି ବୋଲି କହିବାକୁ ପଡ଼ିବ ବୋଲି ସେ କହିଥିଲେ। ପରବର୍ତ୍ତୀ ସମୟରେଐଶ୍‌ଙ୍କୁ ଏଭଳି ଟିପ୍ପଣୀ ପସନ୍ଦ ଆସି ନ ଥିଲା। ଏହାକୁ ନେଇ ସୋନମ କାନ୍ସରେ କିଭଳି ସାମିଲ ନ ହୋଇପାରିବେ ତାର ବନ୍ଦୋବସ୍ତ କରିଥିଲେ।

Share