Posted inଜାତୀୟ

‘ଏଣିକି ଘଣ୍ଟା ବଜାଇବା ନୁହେଁ, ଗଳା କାଟୁଥିବା ହିନ୍ଦୁ ହେବା ଆବଶ୍ୟକ’

ମୁମ୍ବାଇ,୨୯।୧: ନିଜ ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ରହି ଆସୁଥିବା ତେଲେଙ୍ଗାନା ଭାଜପା ବିଧାୟକ ଟି ରାଜା ସିଂ ପୁଣି ଥରେ ବିବାଦୀୟ ବିବୃତ୍ତି ଦେଇଛନ୍ତି। ରବିବାର ସେ କହିଛନ୍ତି, ବର୍ତ୍ତମାନ ଘଣ୍ଟା ବଜାଇବା ହିନ୍ଦୁ ନୁହେଁ, ଗଳା କାଟୁଥିବା ହିନ୍ଦୁ ହେବା ଆବଶ୍ୟକ। ମୁମ୍ବାଇରେ ହିନ୍ଦୁ ଆକ୍ରୋଶ ମୋର୍ଚ୍ଚାର ଏକ କାର୍ଯ୍ୟକ୍ରମରେ ଟି ରାଜା ସିଂ ଏହି ମନ୍ତବ୍ୟ ଦେଇଛନ୍ତି।
ହାଇଦ୍ରାବାଦର ଗୋଶାମହାଲ ଆସନରୁ ଭାଜପା ବିଧାୟକ ଥିବା ଟି ରାଜା ସିଂ କହିଛନ୍ତି, ଜୋମାଟୋ, ରାପିଡୋ ଟ୍ୟାକ୍ସି, ଓଲା, ଉବରରୁ ହିନ୍ଦୁ ଝିଅଙ୍କ ନାମ ଓ ନମ୍ବର ନିଆଯାଉଛି ଏବଂ ଲଭ୍‌ ଜିହାଦ କରାଯାଉଛି। ମୁସଲମାନ ଦୋକାନରୁ ସାମଗ୍ରୀ କିଣିବା ଠାରୁ ଦୂରେଇ ରୁହନ୍ତୁ। ମୁଁ ମୋଦି ଜୀଙ୍କୁ ଅନୁରୋଧ କରୁଛି ଯେ, ‘ହମ ଦୋ, ହମାରେ ଦୋ’ ଆମ ପାଇଁ ଗ୍ରହଣୀୟ, କିନ୍ତୁ ଏହା ମୁସଲମାନମାନଙ୍କ ପାଇଁ ମଧ୍ୟ ଲାଗୁ ହେବା ଆବଶ୍ୟକ।
ଭାଜପା ବିଧାୟକ ଆହୁରି କହିଛନ୍ତି, ହିନ୍ଦୁମାନଙ୍କୁ ମୋର ଅନୁରୋଧ, ୧ ଟଙ୍କାର ହେଉ କି ଏକ ଲକ୍ଷ ଟଙ୍କା ସାମଗ୍ରୀ ହେଉ କେବଳ ହିନ୍ଦୁ ଦୋକାନରୁ କିଣନ୍ତୁ। ଲଭ୍‌ ଜିହାଦ ବିରୋଧରେ ଆଇନ ଆଣିବାକୁ ମୁଁ ରାଜ୍ୟ ସରକାର ଏବଂ କେନ୍ଦ୍ରକୁ ଦାବି କରୁଛି।
ଏହାପୂର୍ବରୁ ଜାନୁଆରୀ ୧୯ରେ ହାଇଦ୍ରାବାଦ ପୋଲିସ ଗତ ବର୍ଷ ଏକ ଧାର୍ମିକ ସମ୍ପ୍ରଦାୟ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଟି ରାଜା ସିଂଙ୍କୁ ନୋଟିସ ପଠାଇଥିଲା। ଗତ ବର୍ଷ ଟି ରାଜା ସିଂଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ପ୍ରଫେଟ୍‌ ମହମ୍ମଦଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ ଦେଇଥିବାରୁ ତାଙ୍କୁ ତେଲେଙ୍ଗାନା ପୋଲିସ ଗିରଫ କରିଥିଲା। ଯଦିଓ ପରେ ସେ ଜାମିନ ପାଇଥିଲେ। ଭାଜପା ତାଙ୍କୁ ନିଲମ୍ବିତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri