Posted inଜାତୀୟ

‘ଏଣିକି ଘଣ୍ଟା ବଜାଇବା ନୁହେଁ, ଗଳା କାଟୁଥିବା ହିନ୍ଦୁ ହେବା ଆବଶ୍ୟକ’

ମୁମ୍ବାଇ,୨୯।୧: ନିଜ ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ରହି ଆସୁଥିବା ତେଲେଙ୍ଗାନା ଭାଜପା ବିଧାୟକ ଟି ରାଜା ସିଂ ପୁଣି ଥରେ ବିବାଦୀୟ ବିବୃତ୍ତି ଦେଇଛନ୍ତି। ରବିବାର ସେ କହିଛନ୍ତି, ବର୍ତ୍ତମାନ ଘଣ୍ଟା ବଜାଇବା ହିନ୍ଦୁ ନୁହେଁ, ଗଳା କାଟୁଥିବା ହିନ୍ଦୁ ହେବା ଆବଶ୍ୟକ। ମୁମ୍ବାଇରେ ହିନ୍ଦୁ ଆକ୍ରୋଶ ମୋର୍ଚ୍ଚାର ଏକ କାର୍ଯ୍ୟକ୍ରମରେ ଟି ରାଜା ସିଂ ଏହି ମନ୍ତବ୍ୟ ଦେଇଛନ୍ତି।
ହାଇଦ୍ରାବାଦର ଗୋଶାମହାଲ ଆସନରୁ ଭାଜପା ବିଧାୟକ ଥିବା ଟି ରାଜା ସିଂ କହିଛନ୍ତି, ଜୋମାଟୋ, ରାପିଡୋ ଟ୍ୟାକ୍ସି, ଓଲା, ଉବରରୁ ହିନ୍ଦୁ ଝିଅଙ୍କ ନାମ ଓ ନମ୍ବର ନିଆଯାଉଛି ଏବଂ ଲଭ୍‌ ଜିହାଦ କରାଯାଉଛି। ମୁସଲମାନ ଦୋକାନରୁ ସାମଗ୍ରୀ କିଣିବା ଠାରୁ ଦୂରେଇ ରୁହନ୍ତୁ। ମୁଁ ମୋଦି ଜୀଙ୍କୁ ଅନୁରୋଧ କରୁଛି ଯେ, ‘ହମ ଦୋ, ହମାରେ ଦୋ’ ଆମ ପାଇଁ ଗ୍ରହଣୀୟ, କିନ୍ତୁ ଏହା ମୁସଲମାନମାନଙ୍କ ପାଇଁ ମଧ୍ୟ ଲାଗୁ ହେବା ଆବଶ୍ୟକ।
ଭାଜପା ବିଧାୟକ ଆହୁରି କହିଛନ୍ତି, ହିନ୍ଦୁମାନଙ୍କୁ ମୋର ଅନୁରୋଧ, ୧ ଟଙ୍କାର ହେଉ କି ଏକ ଲକ୍ଷ ଟଙ୍କା ସାମଗ୍ରୀ ହେଉ କେବଳ ହିନ୍ଦୁ ଦୋକାନରୁ କିଣନ୍ତୁ। ଲଭ୍‌ ଜିହାଦ ବିରୋଧରେ ଆଇନ ଆଣିବାକୁ ମୁଁ ରାଜ୍ୟ ସରକାର ଏବଂ କେନ୍ଦ୍ରକୁ ଦାବି କରୁଛି।
ଏହାପୂର୍ବରୁ ଜାନୁଆରୀ ୧୯ରେ ହାଇଦ୍ରାବାଦ ପୋଲିସ ଗତ ବର୍ଷ ଏକ ଧାର୍ମିକ ସମ୍ପ୍ରଦାୟ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଟି ରାଜା ସିଂଙ୍କୁ ନୋଟିସ ପଠାଇଥିଲା। ଗତ ବର୍ଷ ଟି ରାଜା ସିଂଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ପ୍ରଫେଟ୍‌ ମହମ୍ମଦଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ ଦେଇଥିବାରୁ ତାଙ୍କୁ ତେଲେଙ୍ଗାନା ପୋଲିସ ଗିରଫ କରିଥିଲା। ଯଦିଓ ପରେ ସେ ଜାମିନ ପାଇଥିଲେ। ଭାଜପା ତାଙ୍କୁ ନିଲମ୍ବିତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri