Categories: ଜାତୀୟ

ମହିଳାଙ୍କ ଉପରେ ବିବାଦୀୟ ମନ୍ତବ୍ୟ: ଆଜମ ଖାନଙ୍କ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ,୨।୧୨: ରାମପୁର ଉପନିର୍ବାଚନୀ ସଭାରେ ସମାଜବାଦୀ ପାର୍ଟି ନେତା ଆଜମ ଖାନ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଯାହାକୁ ନେଇ ତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ରାମପୁର ଡିଏସ୍‌ପି ଅନୁଜ କୁମାର ଚୌଧୁରୀ ଏହି ସୂଚନା ଦେଇଛନ୍ତି। ନଭେମ୍ବର ୨୯ରେ ଉପନିର୍ବାଚନର ଏକ ସଭାରେ ସମ୍ବୋଧିତ କରିବା ସମୟରେ ଆଜମ ଖାନ କହିଥିଲେ, ପିଲାଟି ମାତୃ ଗର୍ଭରୁ ଜନ୍ମ ହେବା ପୂର୍ବରୁ ପ୍ରଥମେ ସେ ଆଜମ ଖାନଙ୍କୁ ପଚାରନ୍ତି ଯେ ସେ ବାହାରକୁ ଆସିବାକୁ ଚାହୁଁଛନ୍ତି କି ନାହିଁ। ତେବେ ଆଜମ ଖାନଙ୍କ ଏଭଳି ମନ୍ତବ୍ୟକୁ ନେଇ ମହିଳାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ଅଭିଯୋଗକାରୀଙ୍କ ଅନୁଯାୟୀ, ଆଜମ ଖାନ କହିଛନ୍ତି ମୁଁ ଗତ ୪ଟି ସରକାରରେ ମନ୍ତ୍ରୀ ଥିଲି ଏବଂ ଯଦି ମୁଁ କ୍ଷମତାକୁ ଉପଯୋଗ କରିଥାନ୍ତି, ତେବେ ଜନ୍ମିତ ଶିଶୁମାନେ ମା’ଙ୍କୁ ପଚାରନ୍ତି, ଆଜମ ଖାନଙ୍କୁ ପଚାର ଆମେ ଜନ୍ମ ନେବୁ ନା ନାହିଁ। ଏହାକୁ ନେଇ ଆଜମ ଖାନଙ୍କ ବିରୋଧରେ ୨୯୪-ବି, ୩୫୪-ଏ, ୫୦୪, ୧୫୩-ଏ ସମେତ ଅନେକ ବିଭାଗରେ ଏକ ମାମଲା ରୁଜୁ ହୋଇଛି।

Share