Categories: ଜାତୀୟ

ହିନ୍ଦୁ ପର୍ବପର୍ବାଣୀ ନେଇ ଭାଜପା ବିଧାୟକଙ୍କ ବିବାଦୀୟ ମନ୍ତବ୍ୟ, ଜେଡିୟୁ-ଆରଜେଡିର ଅଭିଯୋଗ ଭାଜପା ହିନ୍ଦୁ ବିରୋଧୀ…

ପାଟନା,୨୦।୧୦ : ବିହାରରେ ଶାସକ ଦଳର ନେତାମାନେ ବିବାଦୀୟ ବିବୃତ୍ତି ପାଇଁ ହେଡଲାଇନରେ ରହିଛନ୍ତି। କିନ୍ତୁ ଏବେ ଭାଜପା ବିଧାୟକ ହିନ୍ଦୁ ପର୍ବପର୍ବାଣୀ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଏକ ପୋର୍ଟାଲରେ ଆୟୋଜିତ କାର୍ଯ୍ୟକ୍ରମରେ ବିବାଦୀୟ ବିବୃତ୍ତି ଦେଇଥିବାରୁ ଭାଗଲପୁରର ପିରପୈନ୍ତିର ଭାଜପା ବିଧାୟକ ଲାଲାନ ପାସୱାନ ଆରଜେଡି ଏବଂ ଜେଡିୟୁ ଟାର୍ଗେଟରେ ଅଛନ୍ତି। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ବିଜେପି ବିଧାୟକ ଲଲନ ପାସୱାନ ହିନ୍ଦୁ ପର୍ବପର୍ବାଣୀକୁ ବିରୋଧ କରି ପ୍ରଶ୍ନ ଉଠାଇଛନ୍ତି।

ସେ କହିଛନ୍ତି ଯେ ଦୀପାବଳି ଅବସରରେ ଲକ୍ଷ୍ମୀଙ୍କୁ ପୂଜା କରିବା ଅବା ନକଲେ କୌଣସି ଫରକ ପଡ଼ିବ ନାହିଁ। ଲଲନ ପାସୱାନ କହିଛନ୍ତି ଯେ ି ମୁସଲମାନ ସମ୍ପ୍ରଦାୟର ଲୋକମାନେ ଲକ୍ଷ୍ମୀଙ୍କୁ ପୂଜା କରନ୍ତି ନାହିଁ। କିନ୍ତୁ ସେମାନଙ୍କ ମଧ୍ୟରେ ବହୁ କୋଟିପତି ଅଛନ୍ତି। ସେ କହିଛନ୍ତି ଯେ ଏହି ରୀତିନୀତି ଏବଂ ବିଶ୍ୱାସ ଦ୍ୱାରା କିଛି ଫରକ ପଡ଼ି ନଥାଏ।

ସେ ଯୁକ୍ତି କରିଛନ୍ତି ଏହା ନିଜ ନିଜର ଭାବନା ଏବଂ ବିଶ୍ୱାସ ଉପରେ ନିର୍ଭର କରିଥାଏ। ବିଶ୍ୱାସ କଲେ ପଥର ମଧ୍ୟ ଦେବତା, ବିଶ୍ୱାସ ନକଲେ ଏହା ପଥର। କିନ୍ତୁ ଏହା ଏକ ପଥର, ଏହା ହେଉଛି ସବୁଠାରୁ ବଡ଼ ସତ୍ୟ। ହନୁମାନ ଏବଂ ସରସ୍ବତୀ ପୂଜା ଉପରେ ପ୍ରଶ୍ନ ଉଠାଇ ଭାଜପା ବିଧାୟକ କହିଛନ୍ତି ଯେ ମୁସଲମାନମାନେ ଏହି ଦେବୀ ଦେବତାମାନଙ୍କୁ ପୂଜା କରନ୍ତି ନାହିଁ। ମାତ୍ର ସେମାନେ ବୁଦ୍ଧିମାନ ଏବଂ ଶିକ୍ଷିତ କ’ଣ ନୁହନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ବିଧାୟକଙ୍କ ଏଭଳି ବିବାଦୀୟ ମନ୍ତବ୍ୟ ପରେ ବିହାରର ଶାସକ ଦଳ ଜେଡିୟୁ ଏବଂ ଆରଜେଡି ଭାଜପାକୁ ଘେରିବା ଆରମ୍ଭ କରିଛନ୍ତି। ଜେଡିୟୁ ଏବଂ ଆରଜେଡି ଅଭିଯୋଗ କରିଛନ୍ତି ଯେ ଧର୍ମ ଓ ଜାତିକୁ ନେଇ ରାଜନୀତି କରୁଥିବା ଭାଜପାର ପ୍ରକୃତ ଚରିତ୍ର ହିନ୍ଦୁ ବିରୋଧୀ।

Share