ବିବାଦୀୟ ମନ୍ତବ୍ୟ ଦେଇ ଅଡୁଆରେ ମନ୍ତ୍ରୀ

କେନ୍ଦୁଝର,୪ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କୁଡୁମୀ ଜାତିକୁ ୧୯୫୦ ସେପ୍ଟେମ୍ବର ୬ରୁ ଆଦିବାସୀ ତାଲିକାରୁ ବାଦ୍‌ ଦିଆଯାଇଥିଲା। ତେଣୁ  ପୁନର୍ବାର ଆଦିବାସୀ ମାନ୍ୟତା ଫେରି ପାଇବା ପାଇଁ ବିଭିନ୍ନ ଗଣଆନ୍ଦୋଳନ ଜାରି ରଖିଛି। କିନ୍ତୁ କିଛିଦିନ ପୂର୍ବରୁ କେନ୍ଦ୍ର ଆଦିବାସୀ ଓ ଜଳଶକ୍ତି ମନ୍ତ୍ରୀ ବିଶେଶ୍ୱର ଟୁଡୁ କୁଡୁମୀ ଜାତି ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇ ଅଡୁଆରେ ପଡ଼ିଛନ୍ତି। ସେ କହିଛନ୍ତି, କୁଡୁମୀ ଜାତି ବିଦେଶରୁ ଟଙ୍କା ଆଣି ହିଂସା ସୃଷ୍ଟି କରୁଛି ଏବଂ କୁଡୁମୀ ଜାତି ଦଲାଲଗିରି କରୁଛି। ଏପରି କୁଡୁମୀ ଜାତିକୁ ଅପମାନିତ କଲା ଭଳି ମନ୍ତବ୍ୟ ପ୍ରଦାନ କରିଛନ୍ତି। ତାହାର ପ୍ରତିବାଦ ସ୍ବରୂପ ଶନିବାର କେନ୍ଦୁଝର ସହିଦ ସଦନଠାରୁ ଓଡ଼ିଶା କୁଡୁମୀ ସେନାର ରାଜ୍ୟ ଉପସଭାପତି ମିତ୍ରଭାନୁ ମହାନ୍ତଙ୍କ ନେତୃତ୍ୱରେ ଏକ ବିରାଟ କୁଡୁମୀ ରାଲି ବାହାରି ଜିଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା। ଏହି କୁଡୁମୀ ରାଲିର ନେତୃତ୍ୱ ନେଇଥିଲେ ଯୁବ ସାଧାରଣ ସମ୍ପାଦକ ବିଶ୍ୱଜିତ୍‌ ମହାନ୍ତ, ଜିଲା ସଭାପତି ତ୍ରିଲୋଚନ ମହାନ୍ତ, ରାଜ୍ୟ ଉପଦେଷ୍ଟା ରତ୍ନାକର ମହାନ୍ତ, ବିନୋଦ ମହାନ୍ତ, ବୀରେନ୍ଦ୍ର ମହାନ୍ତ, ତ୍ରିନାଥ ମହାନ୍ତ। ବର୍ଷାକୁ ଖାତିର ନ କରି ଶହଶହ କୁଡୁମୀ ଭଉଣୀ-ଭାଇ ଜିଲାପାଳଙ୍କ କାର୍ଯ୍ୟାଳୟରେ ଏକତ୍ରିତ ହୋଇ ବିଶେଶ୍ୱର ଟୁଡୁଙ୍କ ବିରୋଧରେ ପ୍ରତିବାଦ କରି ସଭା କରାଯାଇଥିଲା। ଶେଷରେ ବିଶେଶ୍ୱରଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା। ଅଭିରାମ ମହାନ୍ତ, ବିଶ୍ୱନାଥ ମହାନ୍ତ, ଗୁରୁଚରଣ ମହାନ୍ତ, ହାଡ଼ିବନ୍ଧୁ ମହାନ୍ତ , ତ୍ରିଲୋଚନ ମହାନ୍ତ, ପ୍ରଫୁଲ୍ଲ ମହାନ୍ତ, ମୁନା ମହାନ୍ତ, ନରେନ ମହାନ୍ତ, ରାମଚନ୍ଦ୍ର ମହାନ୍ତ, ଗୋବିନ୍ଦ ମହାନ୍ତ, କୁନ୍ତଳା ମହାନ୍ତ, ପଦ୍ମିନୀ ମହାନ୍ତ, ଚମ୍ପା ମହାନ୍ତ, ହେମଲତା ମହାନ୍ତ, ପୁଷ୍ପଲତା ମହାନ୍ତ ନେତୃତ୍ୱ ନେଇଥିଲେ।