Posted inଖେଳ

ବିବାଦୀୟ କାଷ୍ଟିଲୋ

ଇକ୍ୱେଡର ଏହାର ଚତୁର୍ଥ ଫିଫା ଫୁଟ୍‌ବଲ ବିଶ୍ୱକପ୍‌ ଖେଳିବାକୁ ଯାଉଛି। ସୋମବାର ସନ୍ଧ୍ୟା ଦଳ ଘୋଷଣା କରିବାର ଶେଷ ସମୟ ରହିଥିଲା। ବିବାଦକୁ ଏଡାଇବାକୁ ଯାଇ କୋଚ୍‌ ଗୁସ୍ତାଭୋ ଅଲ୍‌ଫାରୋ ଡିଫେଣ୍ଡର ବାଇରନ କାଷ୍ଟଲୋଙ୍କୁ ତାଙ୍କ ଦଳରୁ ବାଦ୍‌ ଦେଇଛନ୍ତି। ମାର୍ଚ୍ଚରେ ବିଶ୍ୱକପ୍‌ ପାଇଁ ଯୋଗ୍ୟତା ହାସଲ କରିବାପରଠାରୁ ଇକ୍ୱେଡର ଫୁଟ୍‌ବଲ କର୍ତ୍ତୃପକ୍ଷ ଆଇନଗତ ସମସ୍ୟାରେ ଛନ୍ଦି ହୋଇପଡ଼ିଛନ୍ତି। ଚିଲି ଓ ପେରୁ ଫୁଟ୍‌ବଲ କର୍ତ୍ତୃପକ୍ଷଙ୍କ ନିକଟରେ ଯୁକ୍ତି କରିଥିଲେ କାଷ୍ଟିଲୋ ପ୍ରକୃତରେ ଜଣେ କଲମ୍ବିଆନ। ତେଣୁ ସେ ବେଆଇନ ଭାବେ ବହୁ ବିଶ୍ୱକପ୍‌ କ୍ୱାଲିଫାୟର ଖେଳିଛନ୍ତି। ତାଙ୍କର ଏହି ଦାବି ପ୍ରତ୍ୟାଖ୍ୟାତ ହୋଇଥିଲା। ଇକ୍ୱେଡରକୁ ବିଶ୍ୱକପ୍‌ ଗ୍ରୁପ୍‌-ଏ’ରେ ଖେଳିବା ଲାଗି ଅନୁମତି ମିଳିଥିଲା। ଏହି ଗ୍ରୁପ୍‌ରେ ଅନ୍ୟ ଦଳ କାତାର, ସେେନେଗାଲ ଓ ନେଦରଲାଣ୍ଡ୍ସ ରହିଛନ୍ତି। ଇକ୍ୱେଡର ଓ କାତାର ରବିବାର ଟୁର୍ନାମେଣ୍ଟ ଓପନ୍‌ କରିବେ। କ୍ରୀଡ଼ାର ସର୍ବୋଚ୍ଚ ନ୍ୟାୟାଳୟ କୋର୍ଟ ଅଫ୍‌ ଆର୍ବିଟ୍ରେଶନ ଫର୍‌ ସ୍ପୋଟର୍‌ସ (କାସ୍‌) କିନ୍ତୁ ଗତ ସପ୍ତାହରେ ଏହାର ରୁଲିଂରେ ୨୦୨୬ ବିଶ୍ୱକପ୍‌ ପାଇଁ ଦକ୍ଷିଣ ଆମେରିକୀୟ କ୍ୱାଲିଫାୟର୍ସ ଆରମ୍ଭ ହେବା ପୂର୍ବରୁ ଇକ୍ୱେଡର ୩ ପଏଣ୍ଟ ହରାଇବ ବୋଲି କହିଛନ୍ତି। ପାସପୋର୍ଟ ହାସଲ ବେଳେ କାଷ୍ଟିଲୋ ତାଙ୍କ ଜନ୍ମଦିବସ ଓ ଜନ୍ମସ୍ଥାନ ସମ୍ପର୍କରେ ଭୁଲ ତଥ୍ୟ ଦେଇଥିବା କୋର୍ଟ କହିଛନ୍ତି। ଅଲଫାରୋ ବର୍ତ୍ତମାନ କାଷ୍ଟିଲୋଙ୍କ ସ୍ଥାନରେ ଇକ୍ୱେଡର ଦ୍ୱିତୀୟ ଡିଭିଜନ ଖେଳୁଥିବା ଷ୍ଟ୍ରାଇକର କେଭିନ ରୋଡ୍ରିଗୁଏଜ୍‌ଙ୍କୁ ଦଳରେ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପରୀକ୍ଷା ପୂର୍ବରୁ ନିୟମରେ ବଡ଼ ପରିବର୍ତ୍ତନ କଲା CBSE, ସପ୍ଲିମେଣ୍ଟାରୀ ଦେବାକୁ ହେଲେ….

ନୂଆଦିଲ୍ଲୀ,୧୬।୨: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ଫେବୃଆରୀ ୧୮ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏହି ସମୟରେ, CBSE ଏକ…

ମାଳମାଳ ଅଭିଯୋଗ, ଫଳ ଶୂନ, ଏହି ବ୍ୟବସ୍ଥାକୁ ନେଇ…

ଦାରିଙ୍ଗବାଡ଼ି,୧୬ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସଭାଗୃହ ପରିସରରେ ସୋମବାର କନ୍ଧମାଳ ଜିଲାପାଳ ବେଦଭୂଷଣ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। ଏହି ସମୟରେ ପ୍ରତ୍ୟେକ ଅଭିଯୋଗ ଶୁଣାଣିରେ…

ବିଶ୍ୱ ଦେଖିବ ଭାରତର ଶକ୍ତି! ଫ୍ରାନ୍ସରୁ ବ୍ରାଜିଲ ପର୍ଯ୍ୟନ୍ତ, AI Impact Summit 2026ରେ ବିଶ୍ୱ ଶକ୍ତିର ହେବ ସମାବେଶ

ନୂଆଦିଲ୍ଲୀ,୧୬।୨: ଫେବୃଆରୀ ୧୭ ଏବଂ ୧୮ ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀ ୨୦୨୬ କେବଳ ଏକ ପ୍ରଯୁକ୍ତିବିଦ୍ୟା କାର୍ଯ୍ୟକ୍ରମ ନୁହେଁ…

‘ଶଶି ଥରୁର ବୈଦେଶିକ ମନ୍ତ୍ରୀ ହେବାକୁ ଚାହୁଁଛନ୍ତି, ପବନ ଖେରା କେବଳ କାଠ କଣ୍ଢେଇ’, କାହିଁକି ଏମିତି କହିଲେ ମଣି ଶଙ୍କର ଆୟାର? ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୬।୨: ବିବାଦୀୟ ବୟାନ ପାଇଁ ଜଣାଶୁଣା ବରିଷ୍ଠ କଂଗ୍ରେସ ନେତା ମଣି ଶଙ୍କର ଆୟାର ତାଙ୍କ ଦଳ ଭିତରେ ଥିବା ବରିଷ୍ଠ ନେତାମାନଙ୍କୁ ଟାର୍ଗେଟ କରିଛନ୍ତି। ସେ…

ଆଜି ଶଙ୍ଖଭବନରେ ବସିବ ବୈଠକ, ନବୀନ ନେବେ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର,୧୬ା୨: ସୋମବାର ଅର୍ଥାତ୍‌ ଆଜି ଶଙ୍ଖଭବନରେ ବିଜେଡି ବିଧାୟକ ଦଳ ବୈଠକ ବସିବ। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଉକ୍ତ ବୈଠକ…

ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଲାଗିଲା ବଡ଼ ଝଟକା

ଗୁଆହାଟି,୧୬।୨: ଆସାମ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଦଳକୁ ଏକ ବଡ଼ ଝଟକା ଲାଗିଛି। ବରିଷ୍ଠ ନେତା ଏବଂ ପୂର୍ବତନ ରାଜ୍ୟ କଂଗ୍ରେସ ସଭାପତି ଭୂପେନ ବୋରା…

ବୃହସ୍ପତିଙ୍କ ନକ୍ଷତ୍ରରେ ଗୋଚର କରିବେ ବୁଧ, ଶିକ୍ଷା ଏବଂ କ୍ୟାରିୟରରେ ଉନ୍ନତି କରିବେ ୩ ରାଶି

ବୁଧ ଗ୍ରହ ବୃହସ୍ପତିଙ୍କ ନକ୍ଷତ୍ର ପୂର୍ବ ଭାଦ୍ରପଦରେ ଫେବୃଆରୀ ୧୫ ରୁ ମାର୍ଚ୍ଚ ୧୦ ତାରିଖ ପର୍ଯ୍ୟନ୍ତ ରହିବେ । ଜ୍ଞାନ ଏବଂ ସମୃଦ୍ଧିର ଗ୍ରହ ବୃହସ୍ପତିଙ୍କ…

ଗଜପତି କୋଣାର୍କ ପଠାଇଥିଲେ ରାଜାଭିଷେକ, ବିବାହ ବେଳର ୧,୫୧,୬୫୧ ମାଢ଼ ସୁନା

ଗତ ସଂଖ୍ୟାରେ ଆମେ ସାମ୍ରାଜ୍ୟ କେଉଁଠୁ, କେଉଁମାନେ ମନ୍ଦିର ନିର୍ମାଣ ପାଇଁ କେତେ ସହଯୋଗ କରିଥିଲେ ତା’ର ଏକ ଚିତ୍ର ଦେବାକୁ ଆରମ୍ଭ କରିଥିଲୁ। ଓଡ଼ିଆମାନେ ମନ୍ଦିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri