ଗ୍ରାମାଞ୍ଚଳ ବେଆଇନ ନିର୍ମାଣ ଉପରେ ଅଙ୍କୁଶ

ଭୁବନେଶ୍ୱର,୧୫ା୬(ବ୍ୟୁରୋ): ଗ୍ରାମାଞ୍ଚଳରେ ୫୦୦ ବର୍ଗମିଟରରୁ ଅଧିକ ଅଞ୍ଚଳରେ ବାସଗୃହ କିମ୍ବା ବ୍ୟବସାୟ ପ୍ରତିଷ୍ଠାନ ନିର୍ମାଣ କରୁଥିବା ବିଲ୍‌ଡର୍ସ/ଡେଭେଲପର୍ସମାନଙ୍କୁ ଓଡ଼ିଶା ରିୟଲ ଇଷ୍ଟେଟ୍‌ ରେଗୁଲେଟୋରି ଅଥରିଟି (ଓରେରା)ରେ ପଞ୍ଜୀକରଣ କରିବା ବାଧ୍ୟତାମୂଳକ କରାଯାଇଛି। ମନଇଚ୍ଛା ବେଆଇନ ପ୍ରକଳ୍ପ ନିର୍ମାଣ ଉପରେ ଅଙ୍କୁଶ ଲଗାଇବାକୁ ଏଭଳି ପଦକ୍ଷେପ ନିଆଯାଇଛି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସହ ଆଲୋଚନା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି। ସହରତଳି ଅଞ୍ଚଳ ଅଥବା ଉନ୍ନୟନ କର୍ତ୍ତୃପକ୍ଷ(ଡେଭେଲପ୍‌ମେଣ୍ଟ ଅଥରିଟି)ଙ୍କ ବାହାରେ ବେଆଇନ ଭାବେ ବହୁ ଅଟ୍ଟାଳିକା ନିର୍ମାଣ କରାଯାଉଛି। ସେ ସବୁ ଘର କ୍ରୟକରି ଲୋକମାନେ ନିଜ ନାମରେ ସେଗୁଡ଼ିକୁ ପଞ୍ଜୀକରଣ କରିପାରୁ ନାହାନ୍ତି। ଓରେରାରୁ ଅକୁପାନ୍ସି ସାର୍ଟିଫିକେଟ ବାଧ୍ୟତାମୂଳକ କରାଯାଇଥିବାରୁ ରେଜିଷ୍ଟ୍ରେଶନ କରିବା ସମ୍ଭବ ହୋଇପାରୁନାହିଁ। ଏସବୁ ଅସୁବିଧାକୁ ଦୃଷ୍ଟିରେ ରଖି ୨୦୨୨ ଜୁନ୍‌ ପହିଲା ପରଠାରୁ ବିନା ପଞ୍ଜୀକରଣରେ ନିର୍ମାଣ ହେଉଥିବା କୌଣସି ଆପାର୍ଟମେଣ୍ଟ କିମ୍ବା ବ୍ୟବସାୟ ପ୍ରତିଷ୍ଠାନକୁ ଅକୁପାନ୍ସି ସାର୍ଟିଫିକେଟ ପ୍ରଦାନ କରାଯିବ ନାହିଁ। ଏଥିପାଇଁ ଗୃହ ନିର୍ମାଣ ବିଭାଗ ପକ୍ଷରୁ ଏକ ଗାଇଡ୍‌ଲାଇନ ଜାରି କରାଯାଇଛି। ନୂଆ ଗାଇଡ୍‌ଲାଇନ ଅନୁଯାୟୀ ୫୦୦ ବର୍ଗମିଟରରୁ ଊର୍ଦ୍ଧ୍ୱ ପ୍ରକଳ୍ପ ପାଇଁ ଓରେରାରେ ରିୟଲ ଇଷ୍ଟେଟ୍‌ (ରେଗୁଲେଶନ ଆଣ୍ଡ ଡେଭେଲପମେଣ୍ଟ) ଆଇନ-୨୦୧୬ର ସେକ୍ସନ -୩(୨) ଅଧୀନରେ ପଞ୍ଜୀକରଣ ବାଧ୍ୟତାମୂଳକ। ଗ୍ରାମାଞ୍ଚଳରେ ବିଡିଓମାନେ ଅଣପଞ୍ଜୀକୃତ କୌଣସି ପ୍ରକଳ୍ପକୁ ଅକୁପାନ୍ସି ସାର୍ଟିଫିକେଟ ଦେଇପାରିବେନାହିଁ। ଏହାପୂର୍ବରୁ ଉକ୍ତ ଗାଇଡ୍‌ଲାଇନ ଅନୁସରଣ କରିବାକୁ କୁହାଯାଇଛି।
ସୂଚନାଯୋଗ୍ୟ, ଗ୍ରାମାଞ୍ଚଳରେ ଗଢ଼ିଉଠିଥିବା ତଥା ବିଡିଓ ଏବଂ ସରପଞ୍ଚଙ୍କ ଦ୍ୱାରା ଅନୁମୋଦିତ ୧୪୬ଟି ଆବାସିକ, ବ୍ୟବସାୟିକ ପ୍ରକଳ୍ପ ପାଇଁ କୌଣସି ଗାଇଡ୍‌ଲାଇନ ନ ଥିବାରୁ ସେଗୁଡ଼ିକ ତ୍ରିଶଙ୍କୁ ଅବସ୍ଥାରେ ରହିଛି। ଏହି ପ୍ରକଳ୍ପଗୁଡ଼ିକରେ ନିର୍ମିତ ୨୨,୩୩୩ ଆବାସିକ ଗୃହ ଗ୍ରାହକଙ୍କ ନାମରେ ପଞ୍ଜୀକୃତ ହୋଇପାରୁନାହିଁ। କୋଟି କୋଟି ଟଙ୍କାର ପୁଞ୍ଜି ନିବେଶ କରିଥିବା ଡେଭେଲପରମାନେ ସେମାନଙ୍କ ଆପାର୍ଟମେଣ୍ଟକୁ ବିକ୍ରି କରିପାରୁନାହାନ୍ତି। ଅନ୍ୟପକ୍ଷରେ ସେମାନଙ୍କୁ ଜିଲା ସହରାଞ୍ଚଳ ଉନ୍ନୟନ କର୍ତ୍ତୃପକ୍ଷ(ଡିୟୁଡିଏ) ନିକଟରୁ ଅକୁପାନ୍ସି ସାର୍ଟିଫିକେଟ ଆଣିବାକୁ ନଗର ଉନ୍ନୟନ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ତେବେ ଡିୟୁଡିଏରେ କର୍ମଚାରୀ ଅଭାବ ଏବଂ ଅନ୍ୟାନ୍ୟ ସମସ୍ୟା ଯୋଗୁ ଦୀର୍ଘବର୍ଷ ଧରି ଅକୁପାନ୍ସି ସାର୍ଟିଫିକେଟ ମିଳିପାରୁ ନ ଥିବା ଅଭିଯୋଗ ହେଉଛି।
ଓରେରାରେ ଆବାସିକ ପ୍ରକଳ୍ପ ପାଇଁ ପ୍ରତି ବର୍ଗମିଟରକୁ ୫ ଟଙ୍କା ହିସାବରେ ସର୍ବାଧିକ ୨ଲକ୍ଷ ୫୦ ହଜାର ଟଙ୍କା, ବାଣିଜି୍ୟକ ପ୍ରକଳ୍ପ ପାଇଁ ପ୍ରତି ବର୍ଗମିଟରକୁ ୧୦ ଟଙ୍କା ହିସାବରେ ସର୍ବାଧିକ ୫ ଲକ୍ଷ ଏବଂ ଉଭୟ ଆବାସିକ ଓ ବ୍ୟବସାୟିକ ପ୍ରକଳ୍ପ ପାଇଁ ପ୍ରତି ବର୍ଗମିଟରକୁ ୭ ଟଙ୍କା ହିସାବରେ ସର୍ବାଧିକ ୩ ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଛି। ତେବେ ବେଆଇନ ଜମି କାରବାର ଯୋଗୁ ପ୍ରକଳ୍ପ ଆୟରୁ ଓରେରା ନିଜ ଖର୍ଚ୍ଚ ତୁଲାଇବା ନେଇ ଯେଉଁ ଲକ୍ଷ୍ୟ ରଖାଯାଇଥିଲା ତାହା ମଧ୍ୟ ଧୂଳିସାତ୍‌ ହେଉଛି। ଅନ୍ୟପକ୍ଷରେ ରିୟଲ ଇଷ୍ଟେଟ ଆଇନ ଭିତରେ ରହି ସରକାରଙ୍କୁ ଟିକସ ଦେଉଥିବା ବିଲ୍‌ଡରମାନେ ମଧ୍ୟ ଏହି ବ୍ୟବସାୟରୁ ମୁହଁ ଫେରାଇବା ଆରମ୍ଭ କଲେଣି। ଯେଉଁ କେତେଜଣ ତିଷ୍ଠି ରହିଛନ୍ତି, ସେମାନେ ପ୍ରକଳ୍ପ ଅନୁମୋଦନରେ ବିଳମ୍ବ ହେଉଥିବାରୁ ସାଂଘାତିକ ଆର୍ଥିକ ଦୁର୍ଦ୍ଦଶା ଦେଇ ଗତି କରୁଛନ୍ତି। ସରକାର ଏ ଦିଗରେ ତୁରନ୍ତ ଧ୍ୟାନ ନ ଦେଲେ ରିୟଲ ଇଷ୍ଟେଟ୍‌ ବ୍ୟବସାୟ ଅନ୍ଧକାରମୟ ହେବ ବୋଲି ରିୟଲ ଇଷ୍ଟେଟ ସଂଘ ପକ୍ଷରୁ କୁହାଯାଇଛି। ରାଜ୍ୟ ସରକାର ବେଆଇନ ଜମି ବିକ୍ରି ଉପରେ କଟକଣା ନ ଲଗାଇଲେ ଅସାଧୁ ବିଲ୍‌ଡରଙ୍କ କଳା କାରବାରକୁ ରୋକାଯାଇ ପାରିବନାହିଁ ବୋଲି ଓରେରାର ଜଣେ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ବିଜେଡିକୁ ଶକ୍ତ ଧକ୍କା: ଭାଜପାରେ ମିଶିଲେ ବିଜେଡି ଉପାଧ୍ୟକ୍ଷଙ୍କ ସହ ୮ କାଉନସିଲର

କେନ୍ଦୁଝର,୩୦।୩ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରଗଡ଼ ପୌର ଉପାଧ୍ୟକ୍ଷ ବରୋଦା ପ୍ରସନ୍ନ ଦାସଙ୍କ ସମେତ ଆଠ ଜଣ କାଉନସିଲର ସୋମବାର ବିଧିବଦ୍ଧ ଭାବେ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ…

ଦିଗପହଣ୍ଡିରେ ଅସାମାଜିକ ଯୁବକଙ୍କ ଆତଙ୍କ: ଦେଶୀମଦ ପାଇଁ କରୁଛନ୍ତି ଚୋରି

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହରରେ ଅସାମାଜିକ ଯୁବକଙ୍କ ଆତଙ୍କରାଜ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପୁଞ୍ଜିକଂୟା ଛକ, ବଜାର ସାହି, ଜନତା ଲେନ, ମେଡିକାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri